Prince William: ପ୍ରିନ୍ସ ୱିଲିୟମ୍‌ ଓ କେଟ୍‌ଙ୍କ ଗ୍ରାମୀଣ ବାସଭବନରେ ଅନୁପ୍ରବେଶ ଉଦ୍ୟମ, ୨ ଗିରଫ

56 minutes ago 1
ARTICLE AD BOX

ଲଣ୍ଡନ: ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌ ଓ ତାଙ୍କ ପତ୍ନୀ କେଟ୍‌ ମିଡଲଟନ୍‌ଙ୍କ ଗ୍ରାମୀଣ ବାସଭବନରେ ଅନୁପ୍ରବେଶ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଇଂଲଣ୍ଡର ପୂର୍ବ ଭାଗରେ ଥିବା ନର୍ଫକ୍‌ ଅଞ୍ଚଳର ସାଣ୍ଡ୍ରିଂହାମ୍‌ ରାଜପରିବାରର ସମ୍ପତ୍ତି ପରିସରରେ ଏହି ଘଟଣା ଘଟିଛି। ଗିରଫ ଦୁଇ ଜଣଙ୍କ ବିରୋଧରେ ଚୋରି ଉଦ୍ୟମ ଓ ବେଆଇନ ଅନୁପ୍ରବେଶ ଅଭିଯୋଗ ରହିଛି।

ନର୍ଫକ୍‌ ପୁଲିସର ସୂଚନା ଅନୁଯାୟୀ, ସୋମବାର ରାତିରେ ସମ୍ପୃକ୍ତ ପରିସରରେ ସନ୍ଦେହଜନକ କାର୍ଯ୍ୟକଳାପ ନେଇ ଖବର ମିଳିବା ପରେ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ। ଏହାପରେ ଅଞ୍ଚଳରେ ଖୋଜାଖୋଜି କରାଯାଇଥିଲା। ଏଥିରେ ପୁଲିସ କୁକୁର, ଡ୍ରୋନ୍‌ ଓ ଜାତୀୟ ପୁଲିସ ବିମାନ ସେବାର ହେଲିକପ୍ଟର ନିୟୋଜିତ ହୋଇଥିଲା। ତଦନ୍ତ ପରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ଏବେ ପୁଲିସ ହେପାଜତରେ ଅଛନ୍ତି।

ବ୍ରିଟିସ ଗଣମାଧ୍ୟମ ‘ଦ ସନ୍‌’ର ରିପୋର୍ଟ ଅନୁଯାୟୀ, ଏହି ଘଟଣା ପ୍ରିନ୍ସ ୱିଲିୟମ୍‌ ଓ କେଟ୍‌ଙ୍କ ଆନ୍‌ମର୍‌ ହଲ୍‌ ବାସଭବନରେ ଘଟିଛି। ୧୦ଟି ଶୟନକକ୍ଷ ଥିବା ଏହି ଘରକୁ ୨୦୧୧ରେ ତତ୍କାଳୀନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ବିବାହ ଉପହାର ଭାବେ ଏହି ଦମ୍ପତିଙ୍କୁ ଦେଇଥିଲେ। ଛୁଟି କାଟିବା ଓ ସ୍ୱଳ୍ପ ସମୟର ବିଶ୍ରାମ ପାଇଁ ସେମାନେ ଏହି ଘରକୁ ବ୍ୟବହାର କରନ୍ତି। ତେବେ ଏହା ସେମାନଙ୍କର ମୁଖ୍ୟ ବାସଭବନ ନୁହେଁ। ଘଟଣା ସମୟରେ ୱିଲିୟମ୍‌, କେଟ୍‌ ଓ ସେମାନଙ୍କ ପିଲାମାନେ ସେଠାରେ ନଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.