ARTICLE AD BOX
ଅକଲ୍ୟାଣ୍ଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ସମୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ସେଠାକାର ଜଣେ ସ୍ଥାନୀୟ ସାମ୍ବାଦିକ ପ୍ରଧାନମନ୍ତ୍ରୀ ମୋଦୀ ସାମ୍ବାଦିକ ସମ୍ମିଳନୀ କରୁନଥିବା ନେଇ ପ୍ରଶ୍ନ ଉଠାଇଥିଲେ। ଭାରତୀୟ ବରିଷ୍ଠ କୂଟନୀତିଜ୍ଞରୁଦ୍ରେନ୍ଦ୍ର ଟଣ୍ଡନ ଅତି ବୁଦ୍ଧିମତ୍ତା ଓ ଚାଲାକିର ସହ ଏହାର ଉତ୍ତର ଦେଇ ସମସ୍ତଙ୍କ ସ୍ୱର ବନ୍ଦ କରିଦେଇଛନ୍ତି।
ଆହୁରି ପଢନ୍ତୁ :Bangladesh:ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ
ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଟଣ୍ଡନ କହିଛନ୍ତି ଯେ, ଜଣେ ସରକାରୀ ଅଧିକାରୀ ଭାବେ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ଶୈଳୀ ଉପରେ ମନ୍ତବ୍ୟ ଦେବା ତାଙ୍କର ଅଧିକାର ବାହାରେ। ତେବେ ସେ ଆହୁରି ସ୍ପଷ୍ଟ କରିଥିଲେ ଯେ, ପିଏମ୍ ମୋଦୀ ଜଣେ ଏଭଳି ନେତା ଯିଏ ମଧ୍ୟସ୍ଥିଙ୍କ ଅପେକ୍ଷା ଜନସାଧାରଣ ଓ ଭୋଟରଙ୍କ ସହ ସିଧାସଳଖ ସଂଯୋଗ ସ୍ଥାପନ କରିବାକୁ ପସନ୍ଦ କରନ୍ତି। କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ହିଁ ପ୍ରମାଣ କରୁଛି ଯେ ତାଙ୍କର ଏହି ଶୈଳୀ ରାଜନୈତିକ ଭାବେ ସମ୍ପୂର୍ଣ୍ଣ ସଫଳ।

1 hour ago
1


