Pregnant: ୩ ବର୍ଷରେ ୪୨୪୧ ନାବାଳିକା ଗର୍ଭବତୀ

1 hour ago 3
ARTICLE AD BOX

ନବରଙ୍ଗପୁର: ସଚେତନତା ସତ୍ତ୍ବେ ପଛୁଆ ଜିଲ୍ଲାନବରଙ୍ଗପୁରରେ ବାଲ୍ୟବିବାହ ସଂପୂର୍ଣ୍ଣ ବନ୍ଦ ହୋଇପାରୁନି। ଅନ୍ୟପଟେ କୁମାରୀ ମାତୃତ୍ବ ଜିଲ୍ଲାର ଛବିକୁ ମଳିନ କରୁଛି। ଯଦିଓ ୨୦୨୫-୨୬ ବର୍ଷରେ କୁମାରୀ ମାତୃତ୍ବ ହାର କମିଛି। ତଥାପି କୁମାରୀ ମାତୃତ୍ବର କୁପରିଣାମରୁ ଜିଲ୍ଲା ମୁକୁଳି ପାରୁନି। ସରକାରୀ ତଥ୍ୟ ଅନୁସାରେ ଗତ ୩ ବର୍ଷରେ ୪୨୪୧ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି।

Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା

ବାଲ୍ୟବିବାହ ଯୋଗୁଁ ଜିଲ୍ଲାରେ କମ୍‌ ବୟସରେ ଝିଅ ଗର୍ଭବତୀ ହେଉଛନ୍ତି। ଯାହାଫଳରେ ଗର୍ଭବତୀ ଓ ପ୍ରସୂତିଙ୍କ ମଧ୍ୟରେ କୁପୋଷଣ ତଥା ରକ୍ତହୀନତା ଭଳି ସମସ୍ୟା ଦେଖିବାକୁ ମିଳୁଛି। ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ଦୁର୍ବଳତା ବୃଦ୍ଧି ପାଇଛି। ୨୦୨୩ ମସିହାରେ ଜିଲ୍ଲାର ୨୭୯୩୧ଜଣ ଗର୍ଭବତୀ ପଞ୍ଜୀକରଣ କରିଥିଲା ବେଳେ ସେଥିରୁ ୧୭୯୦ଜଣ ନାବାଳିକା ଥିଲେ। ୨୦୨୪-୨୫ ମସିହାରେ ପଞ୍ଜୀକୃତ ୨୭୨୨୬ ଜଣଙ୍କ ମଧ୍ୟରୁ ୧୪୦୨ ଜଣ ନାବାଳିକା ଓ ୨୦୨୫-୨୬ ମସିହାରେ ୨୫୮୬୧ ଗର୍ଭବତୀଙ୍କ ମଧ୍ୟରୁ ୮୩୩ ଜଣ ନାବାଳିକା ବୋଲି ଚିହ୍ନଟ ହୋଇଛନ୍ତି। ଏହି ୩ ବର୍ଷରେ ଝରିଗାଁରେ ୫୪୦ ଜଣ, କୋଷାଗୁମୁଡ଼ାରେ ୭୫୬ ଜଣ, ପାପଡ଼ାହାଣ୍ଡିରେ ୪୬୬ ଜଣ, ଉମରକୋଟରେ ୫୮୭ ଜଣ, ରାଇଘରରେ ୪୪୮ ଜଣ, ନବରଙ୍ଗପୁରରେ ୩୮୯ ଜଣ, ଚନ୍ଦାହାଣ୍ଡିରେ ୧୫୫ ଜଣ, ଡାବୁଗାଁରେ ୧୯୦ ଜଣ, ନନ୍ଦାହାଣ୍ଡିରେ ୨୨୨ ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୨୭୬ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି।

Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ

ଅନ୍ୟପକ୍ଷରେ ୨୦୨୦ ମସିହାରୁ ଚଳିତବର୍ଷ ଅଗଷ୍ଟ ମାସ ସୁଦ୍ଧା ଜିଲ୍ଲାରେ ୧୯୦୧ଟି ବାଲ୍ୟବିବାହ ରୋକାଯାଇଛି ବୋଲି ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ରୋମା ପଟ୍ଟନାୟକ ସୂଚନା ଦେଇଛନ୍ତି। ପରମ୍ପରା ନାଁରେ ନାବାଳିକାଙ୍କୁ ବିବାହ କରାଯାଉଥିବା ବେଳେ ଅଳ୍ପ ବୟସରେ ପ୍ରେମ ବିବାହ, ଦାଦନ ଖଟିବାକୁ ଯାଇ ନାବାଳିକା ଗର୍ଭବତୀ ହୋଇ ଗାଁକୁ ଫେରୁଥିବା ନେଇ ଡିଏସ୍‌ଡବ୍ଲୁଓ ପରାମର୍ଶଦାତା ବିଶ୍ବଜିତ ମହାନ୍ତି କହିଛନ୍ତି। ପୂର୍ବରୁ ବାଲ୍ୟବିବାହ ରୋକିବାକୁ କେବଳ ଆଇସିଡିଏସ୍‌କୁ ଦାୟିତ୍ବ ଦିଆଯାଇଥିଲା। ସିଡିପିଓ ବାଲ୍ୟବିବାହ ନିଷେଧ ଅଧିକାରୀ (ସିଏମ୍‌ପିଓ) ଥିଲେ। ୨୦୨୫ ଫେବ୍ରୁଆରି ମାସରେ ସରକାର ନିୟମ ପରିବର୍ତ୍ତନ କରିଛନ୍ତି। ପିଇଓ, ବିଦ୍ୟାଳୟର ୱାର୍ଡନ ଓ ମେଟ୍ରନଙ୍କୁ ମଧ୍ୟ ସିଏମ୍‌ପିଓ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଦ୍ୟାଳୟର ଅଧ୍ୟକ୍ଷ, ପ୍ରଧାନଶିକ୍ଷକଙ୍କୁ ମଧ୍ୟ ପିଲାଙ୍କୁ ଟ୍ରାକ୍‌ କରି ତଦାରଖ ରିପୋର୍ଟ ଦେବାକୁ (ସିଏମ୍‌ଏଆଇ) ଭାବେ ନିଯୁକ୍ତ କରାଯାଇଛି। ପୁଲିସ, ଡିସିପିୟୁ ଓ ପ୍ରଶାସନକୁ ସଂପୂର୍ଣ୍ଣ ସହାୟତା କରିବାକୁ ନିର୍ଦ୍ଦେଶ ରହିଛି। ତେବେ ଏହି ବିଭାଗଗୁଡିକ ମଧ୍ୟରେ ସମନ୍ବୟର ଅଭାବ ସହ ସଚେତନତା ଅଭାବରୁ ବାଲ୍ୟବିବାହ ଓ କୁମାରୀ ମାତୃତ୍ବ ରୋକିବାରେ ପ୍ରଶାସନ ସଫଳ ହୋଇପାରୁନି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.