ARTICLE AD BOX
କଲମ୍ବୋ: ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ଘରୋଇ ଶ୍ରୀଲଙ୍କା ଫଲୋଅନ୍ ଏଡ଼ାଇବାକୁ ସଂଘର୍ଷ ଜାରି ରଖିଛି। ଭାରତର ପ୍ରଥମ ପାଳିର ସ୍କୋର୍ ୫୦୩/୯ (ଘୋଷିତ) ଜବାବରେ ସିଂହଳୀ ଦଳ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୨୬୫/୮ କରି ୨୩୮ ରନ୍ ପଛରେ ରହିଛି। ବର୍ଷା ହେବାରୁ ୧୦ ଓଭର ପୂର୍ବରୁ ଅମ୍ପାୟାର ଷ୍ଟମ୍ପ୍ସ ଡାକିଥିଲେ। ନ ହେଲେ ଶ୍ରୀଲଙ୍କାର ପ୍ରଥମ ପାଳି ମଙ୍ଗଳବାର ହିଁ ଶେଷ ହୋଇଯିବାର ଯଥେଷ୍ଟ ସମ୍ଭାବନା ଥିଲା। ତେବେ ଦଳକୁ ଫଲୋଅନ୍ରୁ ବଞ୍ଚାଇବାକୁ ସୋନାଲ ଦିନୁଶା (୮୫* ରନ୍) ଓ ଲାହିରୁ କୁମାରା (୫୦ ବଲ୍ରୁ ୮) ନବମ ୱିକେଟ୍ରେ ୩୫ ରନ୍ ଯୋଡ଼ି ଲଢ଼େଇ ଜାରି ରଖିଛନ୍ତି। ଚଳିତ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାରେ ଦିନୁଶା ତୃତୀୟ ଥର ଲାଗି ୫୦+ ରନ୍ କରି ଶ୍ରୀଲଙ୍କାକୁ ଉଦ୍ଧାର କରିବାକୁ ସଂଗ୍ରାମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଭାରତର ପ୍ରସିଦ୍ଧ କୃଷ୍ଣ ଓ ମାନବ ସୂଥାର ୩-୩ ୱିକେଟ୍ ନେଇ ଶ୍ରୀଲଙ୍କାର ବଡ଼ କ୍ଷତି ଘଟାଇଛନ୍ତି।
Business Opinion: ବଣିଜ ବିଚାର: ଗୋଖାଦ୍ୟ ଉଦ୍ୟୋଗରେ ବି ଆମେ ପଛୁଆ
ମଙ୍ଗଳବାର ୮/୨ରୁ ଖେଳ ଆରମ୍ଭ କରିଥିବା ଶ୍ରୀଲଙ୍କାକୁ ପ୍ରସିଦ୍ଧ କୃଷ୍ଣ ପ୍ରଥମ ଝଟ୍କା ଦେଇଥିଲେ। ସୋମବାରର ଅପରାଜିତ ବ୍ୟାଟର୍ କାମିଲ ମିଶରା (୧୯)ଙ୍କୁ ସେ ସଅଳ ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ। ଏହାପରେ କିନ୍ତୁ ପସିନ୍ଦୁ ସୂରିୟାବନ୍ଦରା ଓ କାମିନ୍ଦୁ ମେଣ୍ଡିସ୍ (୩୨) ଚତୁର୍ଥ ୱିକେଟ୍ରେ ୮୭ ରନ୍ ଯୋଡ଼ି ପାଳି ସମ୍ଭାଳି ନେଇଥିଲେ। ମେଣ୍ଡିସ୍ (୩୨)ଙ୍କୁ ପ୍ରସିଦ୍ଧ ଦ୍ବିତୀୟ ଶିକାର କରିବାରୁ ଦଳ ମଧ୍ୟାହ୍ନ ବିରତି ବେଳକୁ ୧୩୦/୪ରେ ସଂଘର୍ଷ କରିଥିଲା। ମଧ୍ୟାହ୍ନ ଭୋଜନ ପରେ ପରେ ଧନଞ୍ଜୟ ଡି’ସିଲ୍ଭା (୮)ଙ୍କୁ ସୂଥାର ଚତୁରତାର ସହ ଆଉଟ୍ କରି ଦେଇଥିଲେ। ସେହିଭଳି ଦିନୁଶା ଦଳୀୟ ସ୍କୋର୍ ଆଗକୁ ନେଉଥିଲା ବେଳେ ରବୀନ୍ଦ୍ର ଜାଡ଼େଜାଙ୍କ ସ୍ପିନ୍ରେ ଫସି ସୂରିୟାବନ୍ଦରା (୮୦) ବୋଲ୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ଏହା ପର ଓଭରରେ ନିରୋଶାନ ଡିକ୍ୱେଲା (୦)ଙ୍କୁ ମହମ୍ମଦ ସିରାଜ ଆଉଟ୍ କରି ଦେଇଥିଲେ। ଏହାପରେ ଅଷ୍ଟମ ୱିକେଟ୍ରେ ଦିନୁଶାଙ୍କୁ କେଶରା ନୁୱାନ୍ଥା (୭୪ ବଲ୍ରୁ ୧୮) ଭଲ ସହଯୋଗ କରିବାରୁ ଶ୍ରୀଲଙ୍କା ୨୦୦ ରନ୍ ପାର୍ କରିଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି-୫୦୩/୯, ଘୋଷଣା (ଦେବଦତ୍ତ ପଡ଼ିକଲ-୧୧୭, ଧ୍ରୁବ ଜୁରେଲ ୧୧୫*, ଋଷଭ ପନ୍ତ ୬୩, ଶୁବମନ ଗିଲ୍-୫୦, ଅସିଥ ଫର୍ଣ୍ଣାଣ୍ଡୋ-୪/୧୦୬, ପ୍ରବଥ ଜୟସୂରିୟା ୨/୧୩୨)। ଶ୍ରୀଲଙ୍କା ପ୍ରଥମ ପାଳି-୮୩.୪ ଓଭରରେ ୨୬୫/୮ (ସୋନାଲ ଦିନୁଶା ୮୫*, ପସିନ୍ଦୁ ସୂରିୟାବନ୍ଦରା ୮୦, କାମିନ୍ଦୁ ମେଣ୍ଡିସ ୩୨, ପ୍ରସିଦ୍ଧ କ୍ରିଷ୍ଣା ୩/୪୭, ମାନବ ସୂଥାର ୩/୮୩)।
Odisha police: ଚୋରି ଓ ହଜିଥିବା ୬୦ ମୋବାଇଲ ଉଦ୍ଧାର, ମାଲିକଙ୍କୁ ଫେରାଇଲା ପୁଲିସ
ଜୟସ୍ବାଲ, ଅସିଥଙ୍କ ପରେ ପ୍ରବଥ ଦଣ୍ଡିତ
ସଂପ୍ରତି କଲମ୍ବୋରେ ଶ୍ରୀଲଙ୍କା-ଭାରତ ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟ୍ରେ ଆଇସିସି ଆଉ ଜଣେ ଖେଳାଳିଙ୍କୁ ଦଣ୍ଡିତ କରିଛି। ରବିବାର ପ୍ରଥମ ଦିନରେ ଖରାପ ଆଚରଣ ପାଇଁ ଭାରତୀୟ ଓପନର୍ ଯଶ୍ବସୀ ଜୟସ୍ବାଲ ଏବଂ ଶ୍ରୀଲଙ୍କାର ଯୁବ ବୋଲର୍ ଅସିଥ ଫର୍ଣ୍ଣାଣ୍ଡୋଙ୍କୁ ଆଇସିସି ଦଣ୍ଡିତ କରିଥିଲା। ଏବେ ଏହି ତାଲିକାରେ ଶ୍ରୀଲଙ୍କା ସ୍ପିନର ପ୍ରବଥ ଜୟସୂରିୟା ଚଳିତ ଟେଷ୍ଟ୍ର ତୃତୀୟ ଖେଳାଳି ଭାବେ ଯୋଡ଼ି ହୋଇଛନ୍ତି। ବାମହାତୀ ସ୍ପିନର୍ ଜୟସୂରିୟା, ଖେଳାଳି ଓ ଖେଳାଳି ସହଯୋଗୀ ବ୍ୟକ୍ତିଙ୍କ ପାଇଁ ଥିବା ଆଇସିସି ନିୟମ ୨.୨ ଉଲ୍ଲଂଘନ କରିଥିଲେ। ଦ୍ବିତୀୟ ଦିନର ଶେଷ ବଲ୍ରେ ମାନବ ସୂଥାରଙ୍କ ବଲ୍ରେ ଆଉଟ୍ ହୋଇ ଜୟସୂରିୟା ଫେରିଲା ବେଳେ ବାଉଣ୍ଡରୀ ନିକଟରେ ନିଜ ବ୍ୟାଟ୍ ଫୋପାଡ଼ି ଦେଇଥିଲେ। ଏହି କାରଣ ଯୋଗୁଁ ଫିଲ୍ଡ ଅମ୍ପାୟାର ଏହସାନ ରାଜା ଓ ଶରଫୁଦୁଲା ଇବ୍ନେ ସାହିଦ ଏବଂ ତୃତୀୟ ଅମ୍ପାୟାର ରଡ୍ ଟକର ଓ ଚତୁର୍ଥ ଅମ୍ପାୟାର ପ୍ରଗିଥ ରାମବୁକୱେଲାଙ୍କ ଅଭିଯୋଗ ପରେ ରେଫରି ଆଣ୍ଡି ପାଇକ୍ରଫ୍ଟ ଏହି ଦଣ୍ଡ ପ୍ରଦାନ କରିଛନ୍ତି। ଏହାକୁ ପ୍ରବଥ ଗ୍ରହଣ କରି ନେବାରୁ ପରବର୍ତ୍ତୀ ଶୁଣାଣିର ଆବଶ୍ୟକତା ରହିନି। ଏହା ତାଙ୍କର ୨୪ ମାସ ଭିତରେ ପ୍ରଥମ ଦୋଷ ହୋଇଥିବାରୁ କେବଳ ଗୋଟିଏ ଡିମେରିଟ୍ ପଏଣ୍ଟ୍ ତାଙ୍କ ଖାତାରେ ଯୋଡ଼ି ଦିଆଯାଇଛି।

1 hour ago
2


