ARTICLE AD BOX
ନୂଆଦିଲ୍ଲୀ: ଚଳିତ ବର୍ଷ ହୋଇଥିବା ପ୍ରବଳ ବର୍ଷା ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଭୋଜନ ଥାଳି ଉପରେ ପଡ଼ିଛି। ପିଆଜ ଦରରେ ହଠାତ୍ ହୋଇଥିବା ବୃଦ୍ଧି ପାଇଁ ଏହି ଦୁଇ ପାଣିପାଗ ଘଟଣାକୁ ଦାୟୀ କରାଯାଉଛି। ଚଳିତ ବର୍ଷ ରେକର୍ଡ ପରିମାଣର ପିଆଜ ଅମଳ ହେବା ସତ୍ତ୍ବେ ପାଣିପାଗ ସ୍ଥିତି ଲାଗି ସେଥିରୁ ସିଂହ ଭାଗ ପଚିଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ସେଥିପାଇଁ ପିଆଜ ଦର ବଢ଼ୁଛି। ଚଳିତ ବର୍ଷ ରେକର୍ଡ ୩୦୭.୩୭ ଲକ୍ଷ ଟନ୍ ପିଆଜ ଉତ୍ପାଦନ ହୋଇଛି ଯାହା ଘରୋଇ ଚାହିଦା ପୂରଣ କରିବାକୁ ଯଥେଷ୍ଟ ଥିଲା। ଅମଳ ହୋଇଥିବା ପିଆଜକୁ ଗୋଦାମରେ ରଖାଯାଇଛି। କିନ୍ତୁ ସେଥିରେ ପଚା ପିଆଜ ପରିମାଣ ବଢ଼ିବାରେ ଲାଗିଛି। ପ୍ରବଳ ବର୍ଷା ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଏଭଳି ହେଉଛି।
Business Opinion: ବଣିଜ ବିଚାର: ଗୋଖାଦ୍ୟ ଉଦ୍ୟୋଗରେ ବି ଆମେ ପଛୁଆ
ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ପିଆଜ ଅମଳ ସମୟରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଚାଷ ଜମିରେ ପାଣି ଭରିଯାଇଥିଲା। ଜମି ଶୁଖିବା ପରେ ପିଆଜ ଅମଳ କରାଯାଇଥିଲା। କିନ୍ତୁ ସେତିକି ବେଳକୁ ପିଆଜର ଉପରି ଭାଗରେ ଥିବା ଚୋପା ମଧ୍ୟରେ ପାଣି ପଶିଯାଇଥିଲା। ସେହି ପିଆଜକୁ ନେଇ ଗୋଦାମରେ ସାଇତି ରଖାଯାଇଛି। ଜୁନ୍ ଓ ଜୁଲାଇ ମାସରେ ପ୍ରବଳ ଖରା ହେବାରୁ ଗୋଦାମରେ ଥିବା ପିଆଜରେ ଆର୍ଦ୍ରତା ବଢ଼ିଥିଲା ଓ ସେଥିରେ ଫିମ୍ପି ଲାଗିବା ସହ ପିଆଜ ପଚିବା ଆରମ୍ଭ ହୋଇଥିଲା।
ପ୍ରତିବର୍ଷ ପ୍ରାୟ ୨୫ ପ୍ରତିଶତ ପିଆଜ ନଷ୍ଟ ହୋଇଥାଏ। କିନ୍ତୁ ଚଳିତ ବର୍ଷ ୪୦ ପ୍ରତିଶତ ପାଖାପାଖି ପିଆଜ ନଷ୍ଟ ହେବାର ଆଶଙ୍କା ରହିଛି। ଅର୍ଥାତ ୧୨୦ ଲକ୍ଷ ଟନ୍ର ପିଆଜ ନଷ୍ଟ ହେବ। ଦେଶରେ ମାସକୁ ୧୭ ଲକ୍ଷ ଟନ୍ ଓ ବର୍ଷକୁ ପ୍ରାୟ ୨୦୪ ଲକ୍ଷ ଟନ୍ ପିଆଜ ବ୍ୟବହାର ହୋଇଥାଏ। ୩୦୭ ଲକ୍ଷ ଟନ୍ ଉତ୍ପାଦନ ହେବା ପରେ ପ୍ରାରମ୍ଭିକ ମାସଗୁଡ଼ିକରେ ଯୋଗାଣ ସ୍ବାଭାବିକ ରହିଥିଲା। କିନ୍ତୁ ପଚା ପିଆଜ ପରିମାଣ ବଢ଼ିବା ପରେ ଭଲ ପିଆଜର ଅଭାବ ଦେଖାଦେଇଛି। ଖରାପ ମାନର ପିଆଜକୁ ଦୂର ସ୍ଥାନ ପଠାଇଲେ ତାହା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ବେଳକୁ ଖରାପ ହୋଇଯାଉଛି। ତେଣୁ ଏବେ ଭଲ ପିଆଜ ଉପରେ ଚାପ ସୃଷ୍ଟି ହୋଇଛି। ସେଥିପାଇଁ ତାହା ଅଧିକ ଦାମ୍ରେ ବିକ୍ରି ହେଉଛି।
Dabur: ରାକ୍ଷୀ ପୂର୍ଣ୍ଣିମାରେ ଡାବର୍ର ଅଭିଯାନ
ତେବେ ଲୋକମାନଙ୍କୁ ଅପେକ୍ଷାକୃତ କମ୍ ମୂଲ୍ୟରେ ପିଆଜ ଯୋଗାଇବା ଲାଗି କେନ୍ଦ୍ର ସରକାର ଅଭିଯାନ ଆରମ୍ଭ କରିଛନ୍ତି। ଦିଲ୍ଲୀ, ଚେନ୍ନାଇ, ଏର୍ଣ୍ଣାକୁଲମ, ମଦୁରାଇ, କୋଚି ଓ ଗୁଆହାଟୀ ଭଳି ସ୍ଥାନକୁ ପିଆଜ ପଠାଯାଇଛି। ଗ୍ରାହକମାନଙ୍କୁ କେଜି ପିଛା ୩୫ ଟଙ୍କାରେ ସରକାର ପିଆଜ ଯୋଗାଇଦେବେ। ପିଆଜ ପରିବହନ ଓ ଶଢ଼ା ବାବଦ କ୍ଷତିକୁ ମଧ୍ୟ ବହନ କରିବେ। ନାଫେଡ୍, ଏନ୍ସିସିଏଫ୍ ଓ କେନ୍ଦ୍ରୀୟ ଭଣ୍ଡାର ଜରିଆରେ ରିହାତିରେ ପିଆଜ ବିକ୍ରି କରାଯିବ।

1 hour ago
1


