Pranab Mukharjee: ଉଚ୍ଚାକାଂକ୍ଷା ରଖିବା କ’ଣ ଅପରାଧ? ସୋନିଆଙ୍କୁ ପ୍ରଣବଙ୍କ କନ୍ୟାଙ୍କ ଜବାବ

2 days ago 3
ARTICLE AD BOX

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ପ୍ରଧାନମନ୍ତ୍ରୀ ହେବାର ଆକାଂକ୍ଷାକୁ ନେଇ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି ତାଙ୍କ କନ୍ୟା ଶର୍ମିଷ୍ଠା ମୁଖାର୍ଜୀ। ରାଜନୀତିରେ ଉଚ୍ଚାକାଂକ୍ଷା ରଖିବା କ’ଣ ଅପରାଧ ବୋଲି ସେ ପ୍ରଶ୍ନ କରିବା ସହ ତାଙ୍କ ବାପାଙ୍କ ଯୋଗ୍ୟତା ଓ ରାଜନୈତିକ ଅଭିଜ୍ଞତାକୁ ନେଇ ଯୁକ୍ତି ରଖିଛନ୍ତି।

ସୋନିଆ ଗାନ୍ଧୀଙ୍କ ନୂଆ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍‌’ରେ ୨୦୧୦ ମସିହାର ଏକ ଘଟଣାର ଉଲ୍ଲେଖ ରହିଛି। ସେତେବେଳେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ। ସୋନିଆଙ୍କ ବର୍ଣ୍ଣନା ଅନୁଯାୟୀ, ତତ୍କାଳୀନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କ ସହ ପ୍ରଣବଙ୍କ ଗୁରୁତର ମତଭେଦ ରହିଥିଲା। ଏକଦା ଏହି ପ୍ରସଙ୍ଗରେ ଆଲୋଚନାବେଳେ ପ୍ରଣବ କହିଥିଲେ ଯେ ଶୀର୍ଷ ସ୍ତରରେ ପରିବର୍ତ୍ତନର ସମୟ ଆସିଛି। ଏହାକୁ ସୋନିଆ ତାଙ୍କର ପ୍ରଧାନମନ୍ତ୍ରୀ ହେବାର ଦୀର୍ଘଦିନର ଆକାଂକ୍ଷାର ସଙ୍କେତ ବୋଲି ବୁଝିଥିଲେ। ଏଥିରେ ସେ ଆଶ୍ଚର୍ଯ୍ୟ ହୋଇଥିବା ନିଜ ପୁସ୍ତକରେ ଲେଖିଛନ୍ତି। ତେବେ ସେ ଆଲୋଚନାର ଦିଗ ବଦଳାଇ ଦେଇଥିଲେ।

ଆହୁରି ପଢନ୍ତୁ: Villages Still Without Electricity ନବରଙ୍ଗପୁରର ୩୪୪ଗାଁର ୪୦୦୭ ପରିବାର ପାଇଁ ଆଜି ବି ବିଦ୍ୟୁତ୍‌ ଆଲୋକ ସାତସପନ

ଏହାର ପ୍ରତିକ୍ରିୟାରେ ଶର୍ମିଷ୍ଠା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି? ଦୀର୍ଘଦଶନ୍ଧିର ରାଜନୈତିକ ଓ ପ୍ରଶାସନିକ ଅଭିଜ୍ଞତା, କଠିନ ପରିଶ୍ରମ ଏବଂ ପ୍ରଖର ବୁଦ୍ଧିମତ୍ତା ଥିବା ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବାକୁ ଆଶା ରଖିଲେ ତାହା କ’ଣ ଅପରାଧ? ସେ କହିଛନ୍ତି, ଥରେ ସେ ନିଜ ବାପାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ଅଛି କି ବୋଲି ପଚାରିଥିଲେ। ଏହାର ଉତ୍ତରରେ ପ୍ରଣବ କହିଥିଲେ, ଯେକୌଣସି ଯୋଗ୍ୟ ରାଜନେତାଙ୍କର ଏଭଳି ଆକାଂକ୍ଷା ରହିଥାଏ।

ଆହୁରି ପଢନ୍ତୁ: China: ଚୀନ୍‌ର ଯୌନ ଜାଲ ଓ ଗୁପ୍ତଚରୀ ଖେଳ: ଜେନ୍‌ସେନ୍ ହୁଆଙ୍ଗ୍‌ଙ୍କ ଘଟଣା ହୁଏତ ଆରମ୍ଭ ମାତ୍ର

ଶର୍ମିଷ୍ଠା କହିଛନ୍ତି, ତାଙ୍କ ବାପା ଏକ ସାଧାରଣ ପରିବାରରୁ ଆସି ନିଜର ଯୋଗ୍ୟତା ଓ ପରିଶ୍ରମ ବଳରେ ସଫଳତା ହାସଲ କରିଥିଲେ। ବଂଶଗତ ଅଧିକାର ଆଧାରରେ ତାଙ୍କୁ କେହି କୌଣସି ପଦବି ଉପହାର ଦେଇନଥିଲେ। ଗାନ୍ଧୀ-ନେହରୁ ପରିବାର ବାହାରର ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବାକୁ ଆକାଂକ୍ଷା ରଖିବାରେ ଆପତ୍ତି କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ସୋନିଆ ତାଙ୍କ ବାପାଙ୍କ ପ୍ରତିକ୍ରିୟାକୁ ନେଇ ଯେଉଁ ଆଶଙ୍କା ପ୍ରକାଶ କରିଛନ୍ତି, ତାହା ମଧ୍ୟ ଭୁଲ୍‌ ବୋଲି ଶର୍ମିଷ୍ଠା କହିଛନ୍ତି। ପ୍ରଣବ କାହା ପ୍ରତି କୌଣସି ଅସନ୍ତୋଷ ରଖିନଥିଲେ। ସେ ଜଣେ ବାସ୍ତବବାଦୀ ମଣିଷ ଥିଲେ ଏବଂ ସୋନିଆଙ୍କ ପରିସ୍ଥିତି ଓ କାରଣ ବୁଝିପାରୁଥିଲେ ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.