ARTICLE AD BOX
ଭୁବନେଶ୍ବର: ଜୁଲାଇ ୨୨ରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ପ୍ରକାଶ କରି ମହାନଗର ନିଗମର ମେୟର, କମିସନର, ମ୍ୟୁନିସିପାଲିଟି, ଏନ୍ଏସିର ପୌରାଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀଙ୍କ ବିଭିନ୍ନ ବିଲ୍ ମଞ୍ଜୁରି କ୍ଷମତା ବଢ଼ାଇଥିଲା। ଏହାସହ ବିଭିନ୍ନ ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ କ୍ଷମତା ବି ବଢ଼ାଯାଇଥିଲା। ହେଲେ ଆଜି ପୁଣି ଏକ ସଂଶୋଧିତ ବିଜ୍ଞପ୍ତି ଜାରି କରି କେବଳ କାର୍ଯ୍ୟ ବିଲ୍, ସାମଗ୍ରୀ କିଣା ବିଲ୍, ଅଫିସ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ବିଲ୍ ମଞ୍ଜୁର ପାଇଁ ଲାଗୁ ହେବ ବୋଲି କୁହାଯାଇଛି।
Horoscope 2026 August 19: ଜାଣନ୍ତୁ ଆଜିର ରାଶିଫଳ...
ସଂଶୋଧିତ ବିଜ୍ଞପ୍ତିରେ କୁହାଯାଇଛି ଯେ କମିସନରମାନଙ୍କର କାର୍ଯ୍ୟ ବିଲ୍, କିଣା ବିଲ୍, ଅଫିସ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ବିଲ୍ ମଞ୍ଜୁର କ୍ଷମତା ୧ କୋଟି କରାଗଲା। ୧କୋଟିରୁ ଅଧିକ ହେଲେ ମେୟରଙ୍କ ଅନୁମୋଦନ ଆବଶ୍ୟକ। ସେହିପରି ଏନ୍ଏସି ଓ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ୨୦ ଲକ୍ଷ ଏବଂ ତା’ଠାରୁ ଅଧିକ ହେଲେ ପୌରାଧ୍ୟକ୍ଷଙ୍କ ଅନୁମତି ନେବାକୁ ପଡ଼ିବ। କିନ୍ତୁ ଦୁଇଟି ସ୍ମାର୍ଟ ସିଟି ଭୁବନେଶ୍ବର ଓ ରାଉରକେଲାର ଏମ୍ଡିଙ୍କୁ କର୍ମଚାରୀଙ୍କ ଦରମା ଓ ପେନସନ୍ ବିଲ୍ ସହ ମହାନଗର ନିଗମ କମିସନରଙ୍କ କ୍ଷମତା ସହ ସମାନ କରାଯାଇଛି।
ପୂର୍ବରୁ କୌଣସି ମହାନଗର ନିଗମ କମିସନରଙ୍କୁ କର୍ମଚାରୀଙ୍କ ଦରମା ଓ ପେନସନ୍ ବିଲ୍ ପ୍ରଦାନ କ୍ଷମତା ମିଳିନଥିବାବେଳେ ଜୁଲାଇ ୨୨ରେ ଏ ନେଇ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଥିଲା। ଯାହାକୁ ଏବେ ପ୍ରତ୍ୟାହାର କରାଯାଇଛି। ସେହିପରି ପୂର୍ବଭଳି ବିଭିନ୍ନ ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ ପାଇଁ କମିସନରଙ୍କ କ୍ଷମତା ୨ କୋଟି, ଷ୍ଟାଣ୍ଡିଂ କମିଟିର ୨ରୁ ୩କୋଟି, ମହାନଗର ନିଗମ କର୍ପୋରେସନ୍ର ୩ରୁ ୪ କୋଟି ପର୍ଯ୍ୟନ୍ତ ରଖାଯାଇଛି। ଜୁଲାଇ ୨୨ରେ ଏହାକୁ ପ୍ରତି ବର୍ଗରେ ୧କୋଟି ଲେଖାଏଁ ବଢ଼ାଯାଇଥିବାବେଳେ ଏବେ ପ୍ରତ୍ୟାହାର କରାଯାଇଛି।
Income tax: ବିଦେଶକୁ ପାଣ୍ଠି ପଠାଉଥିବା ସଂସ୍ଥାରେ ଆୟକର ତଲାସୀ
ସେହିପରି ମ୍ୟୁନିସିପାଲିଟି ଓ ଏନ୍ଏସିରେ ମଧ୍ୟ ବର୍ଦ୍ଧିତ ଆର୍ଥିକ କ୍ଷମତା ପ୍ରତ୍ୟାହାର କରାଯାଇଛି। ନିର୍ବାହୀ ଅଧିକାରୀଙ୍କୁ କର୍ମଚାରୀଙ୍କ ଦରମା ଓ ପେନସନ୍ ବାବଦକୁ ପୂର୍ବଭଳି ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷମତା ଦିଆଯାଇଛି। ବିଭିନ୍ନ ପ୍ରକଳ୍ପର ପ୍ରଶାସନିକ ଅନୁମତି ବାବଦକୁ ନିର୍ବାହୀ ଅଧିକାରୀଙ୍କର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ତାଠାରୁ ଅଧିକ ଟଙ୍କା ଉପରେ ଅନୁମୋଦନ ଆବଶ୍ୟକ।

1 hour ago
2


