ARTICLE AD BOX
ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (ଓଏମ୍ସି)ର କୁର୍ମିତାର ଲୁହାପଥର ଖଣିକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ‘ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର-୨୦୨୬’ ପ୍ରଦାନ କରାଯାଇଛି। ଖଣି କାର୍ଯ୍ୟକଳାପ ସହିତ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଓଏମ୍ସି ଏହାର ଖଣି ଅଞ୍ଚଳଗୁଡ଼ିକରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛି। ଧୂଳି ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସମ୍ପଦର ସୁରକ୍ଷା, ବନୀକରଣ ଏବଂ ଖଣି ଅଞ୍ଚଳରେ ପରିବେଶୀୟ ସନ୍ତୁଳନ ବଜାୟ ରଖିବା ଦିଗରେ ନିରନ୍ତର ପ୍ରୟାସ କରୁଛି।
ଆହୁରି ପଢନ୍ତୁ :DUSU: ଡିୟୁଏସ୍ୟୁ ନିର୍ବାଚନରେ ନିୟମ ଉଲ୍ଲଂଘନ: ଛାତ୍ର ସଂଗଠନଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା, ୧୪୦ ପ୍ରାର୍ଥୀଙ୍କୁ ନୋଟିସ୍
କୁର୍ମିତାର ଲୁହାପଥର ଖଣିକୁ ମିଳିଥିବା ‘ପ୍ରଦୂଷଣନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର-୨୦୨୬’ ଓଏମ୍ସିର ପରିବେଶ ପ୍ରତି ଦାୟିତ୍ୱବୋଧ ଏବଂ ସ୍ଥାୟୀ ଖଣି ପରିଚାଳନା ପ୍ରତି ପ୍ରତିବଦ୍ଧତାର ଏକ ଉଲ୍ଲେଖନୀୟ ସ୍ୱୀକୃତି। ଖଣିଜ ସମ୍ପଦର ସୁପରିଚାଳନା, ପରିବେଶ ସୁରକ୍ଷା ଓ ବିକାଶକୁ ସମାନ ଗୁରୁତ୍ୱ ଦେଇ ଓଏମ୍ସି ଆଗାମୀ ଦିନରେ ମଧ୍ୟ ଏହାର ପରିବେଶ ଅନୁକୂଳ ପଦକ୍ଷେପଗୁଡ଼ିକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା କହିଛି।

1 week ago
6


