ARTICLE AD BOX
ଚଣ୍ଡୀଗଡ଼: ପଞ୍ଜାବର ଗୁରୁଦାସପୁର ଜିଲ୍ଲା ମାନକୌର ବାଇପାସ୍ ନିକଟରୁ ଜଣେ ପୁଲିସ ହେଡ୍ କନେଷ୍ଟବଳଙ୍କ ମୃତଦେହ ମିଳିଛି। ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ତାଙ୍କ ପରିବାର ସଦସ୍ୟ ସନ୍ଦେହ କରୁଛନ୍ତି। ଏହି ଘଟଣାରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ମୃତ ହେଡ୍ କନେଷ୍ଟବଳ ହେଉଛନ୍ତି ୪୨ ବର୍ଷୀୟ ବିନୋଦ କୁମାର।
ଆହୁରି ପଢନ୍ତୁ :Imran Khan: ବିଚାରପତିଙ୍କୁ ଇମ୍ରାନ୍ଙ୍କ ଚିଠି: ଜେଲ୍ରୁ ଜୀବିତ ଫେରିବା ନେଇ ଆଶଙ୍କା
ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ରବିବାର ରାତିରେ ଡ୍ୟୁଟିରୁ ଫେରୁଥିବା ସମୟରେ ବିନୋଦ ତାଙ୍କ ଭାଇଙ୍କୁ ଫୋନ୍ କରି ବାଇପାସ୍ ନିକଟରୁ ନେଇଯିବାକୁ କହିଥିଲେ। ଏହାପରେ ତାଙ୍କ ଭାଇ ବସ୍ଷ୍ଟାଣ୍ଡରେ ପହଞ୍ଚି ବିନୋଦଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କଠାରୁ କୌଣସି ଉତ୍ତର ମିଳି ନଥିଲା। ଉଲ୍ଲେଖଯୋଗ୍ୟ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ତେହରିକ୍-ଏ-ତାଲିବାନ ହିନ୍ଦୁସ୍ତାନ ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛି।
ଏ ନେଇ ଗୋଷ୍ଠୀ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟର ମଧ୍ୟ ସେୟାର୍ କରାଯାଇଛି। ଏଡିଜି ପିକେ ସିହ୍ନା କହିଛନ୍ତି, ହତ୍ୟା ପାଇଁ ନିଜକୁ ଦାୟୀ କରି ଗୋଷ୍ଠୀ ପକ୍ଷରୁ ସେୟାର୍ କରାଯାଇଥିବା ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ତଦନ୍ତକାରୀ ଦଳ ଏହାର ସତ୍ୟତା ଯାଞ୍ଚ କରୁଛନ୍ତି।

32 minutes ago
1


