POCSO Court ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

1 week ago 7
ARTICLE AD BOX

ଅନୁଗୋଳ: ଅନୁଗୋଳ ଠାକୁରଗଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ମନ୍ଦିର ପୂଜକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଆଜି(ବୁଧବାର) ଏହି ମାମଲାର ବିଚାର ଅନୁଗୋଳ ପକ୍‌ସୋ କୋର୍ଟରେ ହୋଇଥିଲା। ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବିରଞ୍ଚି ନାରାୟଣ ମିଶ୍ରଙ୍କ ଅଦାଲତ ଏହି ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। 

POCSO judgment ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା,  ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମକାରାଦଣ୍ଡ

ମାମଲାର ବିବରଣୀ ମୁତାବକ, ସୋନପୁର ଜିଲ୍ଲା ସବଳୟା ଥାନା କେଲଗାଁର ଦୁଃଖନାଶନ ବିଶି(୨୪) ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଥିବା ଏକ ମନ୍ଦିରରେ ପୂଜକ ଭାବେ କାମ କରୁଥିଲେ। ଗତ ୨୦୨୪ ମସିହା ଅଗଷ୍ଟ ୨୬ ତାରିଖରେ ପୂଜକ ଦୁଃଖନାଶନ ମନ୍ଦିର ନିକଟରେ ଜଣେ ୧୫ ବର୍ଷର ଅନୁସୂଚିତ ଜାତିର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣା ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଦୁଃଖନାଶନଙ୍କୁ ଗିରଫ କରିଥିଲା। ଏହି ଦୁଷ୍କର୍ମ ମାମଲାରେ କୋର୍ଟ ଆଜି ଐତିହାସିକ ରାୟ ପ୍ରକାଶ କରିଛନ୍ତି। 

POCSO Court Verdict ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

ଅଦାଲତ ନିଜ ରାୟରେ ଉଲ୍ଲେଖ କରିଛନ୍ତି ଯେ, ପୂଜା କରିବା ବାହାନାରେ ମନ୍ଦିର ଭିତରେ ଏଭଳି ଜଘନ୍ୟ କାର୍ଯ୍ୟ କରିବା ଅତ୍ୟନ୍ତ ଆପତ୍ତିଜନକ ଓ ଅନୀତିପୂର୍ଣ୍ଣ ଅଟେ। ପୂଜକ ବେଶରେ ସେ ସମାଜ ପାଇଁ ଏକ ହିଂସ୍ର ପ୍ରାଣୀ ସଦୃଶ କାର୍ଯ୍ୟ କରି ଅସହାୟ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି। ତେଣୁ, ସେ କୌଣସି ଅନୁକମ୍ପାର ଯୋଗ୍ୟ ନୁହନ୍ତି। ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଃଖନାଶନକୁ ପକ୍‌ସୋ କୋର୍ଟରେ ୨୦ ବର୍ଷ ଜେଲ୍‌ ଏବଂ ୨୫ ହଜାର ଟଙ୍କା ଜରିମାନା ଦଣ୍ଡ ମିଳିଛି। ଜରିମାନା ଅନାଦେୟ ହେଲେ ଆଉ ୧ ବର୍ଷର ସଶ୍ରମ କାରାଦଣ୍ଡ ମିଳିବ। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରଞ୍ଜନ କୁମାର ପାତ୍ର ଏହି ମାମଲା ପରିଚାଳନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.