ARTICLE AD BOX
ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ମୟୂରଭଞ୍ଜ ରାଇରଙ୍ଗପୁର ପୁଲିସ ଜିଲ୍ଲା ସୀମାନ୍ତ ତିରିଂ ଥାନା ଅଞ୍ଚଳରେ ଜଣେ ନାବାଳିକା ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଲୋଭୋନ ଓ ଫୁସୁଲାଇ ଜଣେ ଆଦିବାସୀ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
Nabarangpur POCSO Case: ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା: ଦୋଷୀଙ୍କୁ ୨୦ ବର୍ଷ ଜେଲ୍, ୩୦ ହଜାର ଟଙ୍କା ଜରିମାନା
ସୂଚନା ଅନୁଯାୟୀ ତିରିଂ ଥାନା ଅଞ୍ଚଳର ଯୁବକ ମୋଚିରାମ ମୁର୍ମୁ(୩୧) ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଗତ ୨୦୨୧ ମସିହାରେ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକାଙ୍କୁ ଥାନାରେ ଅଭିଯୋଗ କରିବେ ବୋଲି କହିବାକୁ ଅଭିଯୋଗ ନକଲେ ସେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଅନେକ ଥର ସେ ନାବାଳିକାଙ୍କ ସହ ଦୈହିତ ସମ୍ପର୍କ ରଖିଥିଲେ। କିନ୍ତୁ ବିବାଦ ନିମନ୍ତେ ନାବାଳିକା ଓ ତାଙ୍କ ପରିବାର ଚାପ ପକାଇବାରୁ ଏହାକୁ ଯୁବକଜଣକ ଏଡ଼ାଇ ଦେଇଥିଲେ। ଏନେଇ ନାବାଳିକା ଜଣକ ତିରିଂ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।
Minor's rapist: ନାବାଳିକା ଦୁଷ୍କର୍ମକାରୀକୁ ୨୫ବର୍ଷ ଜେଲ୍: ସ୍କୁଲ୍ ହତାରୁ ପରିତ୍ୟକ୍ତ ଘରକୁ ଟେକି ନେଇଥିଲା
ଏନେଇ ତିରିଂ ଥାନାର ଏସଆଇ ଅନିଲ କୁମାର ବେହେରା କହିଛନ୍ତି, ଅଭିଯୋଗ ଭିତ୍ତିରେ, ନଂ ୧୮୦/୨୬ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ମୋଚିରାମ ମୁର୍ମୁକୁ ଗିରଫ କରି ପୋକ୍ସୋ କୋର୍ଟ ଚାଲାଣ କରାଯାଇଛି। ନାବାଳିକାର ଡାକ୍ତରୀ ମାଇନା ପୂର୍ବକ ୧୬୪ ଧାରା ଅନୁସାରେ ନାବାଳିକାର ବୟାନ ରେକର୍ଡ କରାଯାଇଛି।

1 day ago
3


