ARTICLE AD BOX
ନୂଆଦିଲ୍ଲୀ: ଦେଶରେ ୧୮୦୦ କିମିର ଏଲ୍ପିଜି ପାଇପଲାଇନ୍ ନିର୍ମାଣ ହେବ। ତେଲେଙ୍ଗାନା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ଗୋଆ ଭଳି ରାଜ୍ୟରେ ବିଛାଯିବାକୁ ଥିବା ଏହି ପାଇପଲାଇନ୍ ପ୍ରକଳ୍ପକୁ ତୈଳ କ୍ଷେତ୍ରର ନିୟାମକ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ (ପିଏନ୍ଜିଆର୍ବି) ମଞ୍ଜୁରି ଦେଇଛି। ଏହି ପ୍ରକଳ୍ପ ବାବଦରେ ପ୍ରାୟ ୭ ହଜାର କୋଟି ଟଙ୍କା ନିବେଶ ହେବ। ଏହି ପାଇପଲାଇନ୍ ନିର୍ମାଣ ଦ୍ବାରା ସଡ଼କ ପଥରେ ଏଲ୍ପିଜି ପରିବହନର ନିର୍ଭରଶୀଳତା ହ୍ରାସ ପାଇବ।ରାଷ୍ଟ୍ରାୟତ୍ତ କମ୍ପାନି ଗେଲ୍ ଇଣ୍ଡିଆ ଲିମିଟେଡ ଦ୍ବାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦେଶରେ ଏଲ୍ପିଜି ପାଇପଲାଇନ୍ ନେଟୱର୍କ ୭୭୦୦ କିମିରୁ ୯୫୦୦ କିମିକୁ ବୃଦ୍ଧି ପାଇବ।
ତେଲେଙ୍ଗାନାର ଚେର୍ଲାପାଲିରୁ ମହାରାଷ୍ଟ୍ରର ନାଗପୁରକୁ ୫୫୬ କିମିର ପାଇପଲାଇନ, ଉତ୍ତରପ୍ରଦେଶର ଝାନ୍ସୀରୁ ଉତ୍ତରାଖଣ୍ଡର ସିତାରଗଞ୍ଜକୁ ୬୧୧ କିମି ପାଇପଲାଇନ ଏବଂ ମହାରାଷ୍ଟ୍ରର ଶିକ୍ରାପୁରରୁ ଗୋଆ ଏବଂ କର୍ଣ୍ଣାଟକର ହୁବଲିକୁ ୬୩୩ କିମି ଏଲ୍ପିଜି ପାଇପଲାଇନ ବିଛାଯିବ।
ଏଲ୍ଆଇସି ଜୀବନ ଉମଙ୍ଗ ପଲିସି: ଦୀର୍ଘକାଳୀନ ଆର୍ଥିକ ସୁରକ୍ଷାର ବିକଳ୍ପ...

2 hours ago
2


