PM Vishwakarma Scheme: କାମରେ ଆସୁନି ବିଶ୍ୱକର୍ମା ଯୋଜନା: ସରକାରୀ ସହାୟତାରୁ ବଞ୍ଚିତ ହିତାଧିକାରୀ

1 hour ago 2
ARTICLE AD BOX

ରାଉରକେଲା (ଦେବବ୍ରତ ଗଡ଼ତିଆ): ପ୍ରାୟ ତିନି ବର୍ଷ ପୂର୍ବେ, ଅର୍ଥାତ୍‌ ୨୦୨୩ରେ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା ଶୁଭାରମ୍ଭ ହୋଇଥିଲା। ଉଦ୍ଦେଶ୍ୟ ଥିଲା, ପାରମ୍ପରିକ କାରିଗର ଓ ଶିଳ୍ପୀମାନଙ୍କୁ ସର୍ବାଙ୍ଗୀନ ସହାୟତା ପ୍ରଦାନକରି ସେମାନଙ୍କର ଆର୍ଥିକ, ସାମାଜିକ ଓ ଦକ୍ଷତା ବିକାଶ କରିବା। ତେବେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ପଶ୍ଚିମ ଓଡ଼ିଶାର ସମସ୍ତ ୧୦ଟି ଜିଲ୍ଲାର ପାରମ୍ପରିକ କାରିଗରମାନଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଛି। ସ୍ଥାନୀୟ ବଢ଼େଇ, କମାର, କୁମ୍ଭାର, ଦରଜି, ସ୍ବର୍ଣ୍ଣକାର ଆଦି ଶ୍ରେଣୀର ହଜାର ହଜାର ଯୋଗ୍ୟ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

ମାତ୍ର ୧୭% ହିତାଧିକାରୀ ପଞ୍ଜୀକୃତ

ସୁନ୍ଦରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ଅବଶିଷ୍ଟ ଜିଲ୍ଲା, ଯଥା ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ସମାନ ସ୍ଥିତି। ଗତ ମାର୍ଚ୍ଚ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଏହି ୧୦ଟି ଜିଲ୍ଲାରେ ମୋଟ୍‌ ୧,୨୯,୨୫୧ ଜଣ ଯୋଗ୍ୟ ହିତାଧିକାରୀ ଆବେଦନ କରିଥିଲେ। ତେବେ କେବଳ ୨୨,୦୧୬ ଜଣ (୧୭%) ପଞ୍ଜୀକୃତ ହୋଇଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ୨୯,୦୮୮ ଜଣ ଆବେଦନ କରିଥିବାବେଳେ ସଫଳ ପଞ୍ଜୀକୃତଙ୍କ ସଂଖ୍ୟା ହେଉଛି ମାତ୍ର ୩୧୦୪। ବାସ୍ତବରେ ନିଜର କୌଳିକ ବୃତ୍ତିକୁ ଆଗକୁ ବଢ଼ାଇବା ପାଇଁ ସରକାରୀ ସହାୟତା ପାଇବା ଆଶାରେ ଜିଲ୍ଲାର କାରିଗରମାନେ ବହୁ ପୂର୍ବରୁ ଅନଲାଇନ୍ ମାଧ୍ୟମରେ ଆବେଦନ କରିସାରିଛନ୍ତି।

Puri Jagannath: ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ: ଭିଡିଓ ଭାଇରାଲ

ମାତ୍ର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ସେମାନଙ୍କର ପଞ୍ଜୀକରଣ ପ୍ରକ୍ରିୟା ସଫଳତାର ସହ ଶେଷ ହୋଇପାରୁ ନାହିଁ। ପ୍ରଶାସନିକ ଅବହେଳା ଓ ବାରମ୍ବାର ବୈଷୟିକ ତ୍ରୁଟି ଯୋଗୁ କାରିଗରମାନଙ୍କ ଆବେଦନ ପତ୍ର ଯାଞ୍ଚ ପ୍ରକ୍ରିୟା ଅଧାରେ ଅଟକି ରହିଛି। ଯଦ୍ବାରା ହିତାଧିକାରୀ ପ୍ରମାଣପତ୍ର, ଉନ୍ନତ ତାଲିମ, ଟୁଲକିଟ୍ ସହାୟତା, ସ୍ୱଳ୍ପ ସୁଧରେ ବ୍ୟବସାୟିକ ଋଣ ଆଦି ସୁବିଧା ପାଇପାରୁ ନାହାନ୍ତି। ଜିଲ୍ଲାର ପାରମ୍ପରିକ କଳା ଓ ଜୀବିକାକୁ ବଞ୍ଚାଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ୟାର ସମାଧାନ କରି ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଦାବି ହେଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.