PM Kisan: ପିଏମ୍ କିଷାନ ୨୪ତମ କିସ୍ତି: ତୁରନ୍ତ ଅପଡେଟ୍ କରନ୍ତୁ ଏହି ତଥ୍ୟ

1 hour ago 1
ARTICLE AD BOX

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୪ତମ କିସ୍ତିକୁ ନେଇ ଚାଷୀଙ୍କ ମଧ୍ୟରେ ଅପେକ୍ଷା ବଢ଼ିଛି। ଯୋଗ୍ୟ ଚାଷୀଙ୍କୁ ପ୍ରତି କିସ୍ତିରେ ୨,୦୦୦ ଟଙ୍କା ମିଳିଥାଏ। ତେବେ କିସ୍ତି ପାଇବା ପୂର୍ବରୁ କେତେକ ତଥ୍ୟ ଠିକ୍ କରିବା ଜରୁରୀ। ସରକାରଙ୍କ ପକ୍ଷରୁ ୨୪ତମ କିସ୍ତିର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନଥିବାବେଳେ ଅକ୍ଟୋବର ୨୦୨୬ରେ କିସ୍ତି ମିଳିବା ନେଇ ଆଶା କରାଯାଉଛି। 

ଚାଷୀଙ୍କ ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

କିସ୍ତି ଆସିବା ପୂର୍ବରୁ, କୃଷି ମନ୍ତ୍ରଣାଳୟ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛି ଏବଂ ଚାଷୀମାନଙ୍କୁ ସେମାନଙ୍କ ଆକାଉଣ୍ଟ ସହିତ ଜଡ଼ିତ ତିନୋଟି ଗୁରୁତ୍ୱପୂର୍ଣ୍ଣ ଯାଞ୍ଚ ତୁରନ୍ତ ସମାପ୍ତ କରିବାକୁ ପରାମର୍ଶ ଦେଇଛି।

୧. ଇ-କେୱାଇସି ଅପଡେଟ୍:ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଗୁରୁତ୍ୱପୂର୍ଣ୍ଣ। ଏହା ଅପଡେଟ୍ ନଥିଲେ କିସ୍ତି ଆସିନପାରେ। ଚାଷୀମାନେ ପିଏମ-କିଷାନ ପୋର୍ଟାଲ କିମ୍ବା ନିକଟସ୍ଥ ଜନ ସେବା କେନ୍ଦ୍ରରେ ଇ-କେୱାଇସି କରିପାରିବେ।
୨. ଆଧାର ଓ ବ୍ୟାଙ୍କ ତଥ୍ୟ ଯାଞ୍ଚ: କିସ୍ତି DBT ମାଧ୍ୟମରେ ଆକାଉଣ୍ଟକୁ ଆସୁଥିବାରୁ ଆଧାର ସହ ବ୍ୟାଙ୍କ ଆକାଉଣ୍ଟର ଲିଙ୍କ୍ ଏବଂ ଭାରତୀୟ ଜାତୀୟ ପେମେଣ୍ଟ ନିଗମ( NPCI) ମ୍ୟାପିଂ ଠିକ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ।
୩. ଜମି ସିଡିଂ ଯାଞ୍ଚ: ପିଏମ୍ କିଷାନ ପୋର୍ଟାଲର ‘Know Your Status’ ବିକଳ୍ପରେ ଜମି ସିଡିଂର ସ୍ଥିତି ଯାଞ୍ଚ କରିହେବ। ‘ନା’ ଦେଖାଇଲେ ଜମି ସମ୍ପର୍କିତ ଦଲିଲ ନେଇ ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କ ସହ ଯୋଗାଯୋଗ କରି ତଥ୍ୟ ଅପଡେଟ୍ କରାନ୍ତୁ।

Saree allowance: ଡିଜିଟାଲ୍ ବିଦ୍ୟୁତ୍ ବିଲ୍ ପରିଚାଳନା ପାଇଁ 'ଦୀପ୍ତି' ପୋର୍ଟାଲ୍ ଶୁଭାରମ୍ଭ

ଚାଷୀମାନେ ପିଏମ-କିଷାନ ପୋର୍ଟାଲରେ ନିଜ ପଞ୍ଜିକରଣ ନମ୍ବର ଦେଇ ଇ-କେୱାଇସି, ଆଧାର ସିଡିଂ ଓ ଜମି ସିଡିଂର ସ୍ଥିତି ଯାଞ୍ଚ କରିପାରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.