ARTICLE AD BOX
ନବରଙ୍ଗପୁର: ନବରଙ୍ଗପୁର ସମ୍ବାଦ ସାହିତ୍ୟଘର ଓ ମଡେଲ ଡିଗ୍ରି କଲେଜର ମିଳିତ ଭାବେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ୧୦୦ଟି ବୃକ୍ଷରୋପଣ କରାଯାଇଥିଲା।
ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ବନାଂଚଳ ଅଧିକାରୀ ଗୋପୀନାଥ ସାହୁ, ଜିଲ୍ଲାଓକିଲ ସଂଘ ସଭାପତି ସନ୍ତୋଷ ମିଶ୍ର, ସମ୍ବାଦ ସାହିତ୍ୟଘରର ଉପଦେଷ୍ଟା ବିଜୟ ଚୌଧୁରୀ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜଗନ୍ନାଥ ବେହେରା, ଅଧ୍ୟକ୍ଷ ବିନୋଦ ବିହାରୀ ବେହେରା, ବଟନୀ ବିଭାଗ ମୁଖ୍ୟ ଡ.ଅନୁରାଧା ପ୍ରଧାନ, ଏନଏସଏସ୍ ସଂଯୋଜକା ରଞୁଲତା କହଁର, ୱାଇଆରସି ସଂଯୋଜକ ସଞୁକ୍ତା ନାୟକ, କନକଟିଭି ପ୍ରତିନିଧି ଅମ୍ବିକା ଦାସ ଓ ବିଦ୍ୟାଳୟର ଛାତ୍ରୀ, ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ।
Tree Plantation Drive ଗଦିଙ୍ଗିଆ ଗାଁରେ ’ସମ୍ବାଦ-ସାହିତ୍ୟ ଘର’ର ବୃକ୍ଷରୋପଣ
ସମ୍ବାଦର ନବରଙ୍ଗପୁର ଜିଲ୍ଲାପ୍ରତିନିଧି ସୁରେଶ କୁମାର ନାଇଡୁ, ଅଧ୍ୟକ୍ଷ ବେହେରା ପରିଚାଳନା କରିଥିବା ବେଳେ ଫରେଷ୍ଟର ଅନିରୁଦ୍ଧ ବିଶ୍ବାଳ, ଫରେଷ୍ଟ ଗାର୍ଡ ପୂଜା ସ୍ବାଇଁ ଓ ପାରାସ୍କ୍ବାର୍ଡ ସହଯୋଗ କରିଥିଲେ।

1 hour ago
2


