Plantation: ଜନ୍ମଜୟନ୍ତୀ ପାଳନରେ ନିଆରା ପଦକ୍ଷେପ: ୧୦୦ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା

1 hour ago 2
ARTICLE AD BOX

ଲଇକେରା:ଜନ୍ମଦିନକୁ କେବଳ ଆନୁଷ୍ଠାନିକତାରେ ସୀମିତ ନ ରଖି ପରିବେଶ ସୁରକ୍ଷାର ମହାନ ବାର୍ତ୍ତା ଦେବା ଲକ୍ଷ୍ୟରେ ଝାରସୁଗୁଡ଼ାଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଅଇତାପାଲିସ୍ଥିତ ସଦଗୁରୁ ଦିବ୍ୟ ଦର୍ଶନ ଆଶ୍ରମରେ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୪ତମ ଜନ୍ମଜୟନ୍ତୀ ଅବସରରେ ଏକ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ଦିବ୍ୟ ଦର୍ଶନ ସଂଘ, ଅଇତାପାଲି ଓ "ସମ୍ବାଦ ଆମ ଓଡ଼ିଶା"ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସବୁଜ ପରିବେଶ ଗଠନ ପାଇଁ ୧୦୦ଟି ଚାରା ରୋପଣ କରାଯାଇଥିଲା।

ଜନସାଧାରଣଙ୍କୁ ସଚେତନ କରିଥିଲେ

କାର୍ଯ୍ୟକ୍ରମ ଆରମ୍ଭରେ ଆଶ୍ରମର ଶତାଧିକ ଗୁରୁଭାଇ ଓ ଗୁରୁଭଉଣୀ ଏକ ବିରାଟ ସଚେତନତା ଶୋଭାଯାତ୍ରାରେ ଅଇତାପାଲି ଓ ମଜୁରୀଡୁମା ଗ୍ରାମ ପରିକ୍ରମା କରି ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ପରେ ମଜୁରୀଡୁମା ଛକରୁ ଅଇତାପାଲି ଏବଂ ମଜୁରୀଡୁମା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ୱରେ ଲିମ୍ବ, ଜାମୁକୋଳି, କଦମ୍ବ, କରଞ୍ଜ ଆଦି ପ୍ରଜାତିର ୧୦୦ଟି ଚାରା ରୋପଣ କରାଯାଇଥିଲା।

MLA: ବିଡିଓଙ୍କ ଅସହଯୋଗକୁ ନେଇ ଧାରଣାରେ ବସିଲେ ବିଧାୟକ

ଆଶ୍ରମ ପରିସରରେ ଆୟୋଜିତ ସଭାରେ ଲଇକେରା ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର, ବାଗଡିହି ବନାଞ୍ଚଳ ଅଧିକାରୀ ବନ୍ଦନା ପଶାୟତ ଓ ବ୍ଲକ ଶିକ୍ଷାଧିକାରୀ ହିମାଂଶୁ ବାଗ  ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେମାନେ ନିଜ ବକ୍ତବ୍ୟରେ ବୃକ୍ଷରୋପଣକୁ ସାମାଜିକ ଦାୟିତ୍ୱ ବୋଲି ଅଭିହିତ କରିବା ସହ ପରିବେଶ ସନ୍ତୁଳନ ରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। "ସମ୍ବାଦ ଆମ ଓଡ଼ିଶା"ର ଲଇକେରା ବ୍ଲକ ପ୍ରତିନିଧି ଭରତ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଦିବ୍ୟ ଦର୍ଶନ ଆଶ୍ରମର ସମ୍ପାଦକ ଦିନେଶ ନାଏକ, ସଭାପତି ନରସିଂହ ମେହେର, ଉପସଭାପତି ମନମୋହନ ଠାକୁର, ବୀରେନ୍ଦ୍ର ବେହେରା, ରାଜକୁମାର ପଟେଲ, ଲକ୍ଷ୍ମଣ ପଟେଲ, ରଥୀନ୍ଦ୍ର ପ୍ରଧାନ, ସାରଙ୍ଗଲୋଇ ପଞ୍ଚାୟତର ସରପଞ୍ଚ ଲଳିତ ସେଠଙ୍କ ସମେତ ବହୁ ଗୁରୁଭାଇ ଓ ଗୁରୁଭଉଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.