Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା

1 hour ago 1
ARTICLE AD BOX

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ସ୍ଥାନୀୟ ଏମଏମସି ରୋଡ଼ରେ ଅବସ୍ଥିତ ବେଥେଲ କ୍ୟାମ୍ପସ ପରିସରରେ ଭାରତୀୟ ମାନବାଧିକାର ପରିଷଦ (BHRC) ପକ୍ଷରୁ ସେନାବାହିନୀରୁ ଅବସରପ୍ରାପ୍ତ ଯବାନମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏଥି ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା। 

କାର୍ଯ୍ୟକ୍ରମରେ BHRCର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡ଼ଃ ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ସେନାବାହିନୀ ସଦସ୍ୟଙ୍କ ଦେଶ ପ୍ରତି ଅମୂଲ୍ୟ ଅବଦାନକୁ ପ୍ରଶଂସା କରିଥିଲେ। ସେମାନଙ୍କୁ ସମ୍ମାନପତ୍ର ଓ ସ୍ମାରକ ପ୍ରଦାନ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଡ଼ଃ ଜ୍ୟୋତି ରାଜ, ଡ଼ଃ ଆଶିଷ କୁମାର ନାୟକ, ମହମ୍ମଦ ମୁସ୍ତଫା, ମନୋଜ କୁମାର ନାୟକ, ସନ୍ତୋଷ କୁମାର ଦିଗାଲ ଓ ହେବାଲ ନାୟକ ଉପସ୍ଥିତ ଥିଲେ। ଏହି ଅବସରରେ କନ୍ଧମାଳ, କଳାହାଣ୍ଡିରାୟଗଡ଼ା ଜିଲ୍ଲାର ବହୁ ପଦାଧିକାରୀ ଓ ସଦସ୍ୟ ଯୋଗଦେଇଥିଲେ। ଅତିଥି, ପୂର୍ବତନ ସେନାବାହିନୀ ସଦସ୍ୟ ଓ BHRCର କର୍ମକର୍ତ୍ତାମାନେ ମିଳିତ ଭାବେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। 

ଡ଼ଃ ପୂର୍ଣ୍ଣଚନ୍ଦ୍ର ସାହୁ କହିଥିଲେ, ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା, ବୃକ୍ଷ ହିଁ ଆମର ଜୀବନ। ସେ ସମସ୍ତଙ୍କୁ ଅଧିକ ବୃକ୍ଷରୋପଣ କରିବା ସହ ଲଗାଯାଇଥିବା ଚାରାର ଯତ୍ନ ନେବାକୁ ଆହ୍ୱାନ କରିଥିଲେ। ଶେଷରେ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ପଦାଧିକାରୀ ଓ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ ଡ଼ଃ ସାହୁ କହିଥିଲେ ଯେ, BHRC ସଦା ସାଧାରଣ ଲୋକଙ୍କ ସେବା ଓ ମାନବାଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଛି। ସମ୍ବର୍ଦ୍ଧିତ ପୂର୍ବତନ ସେନାବାହିନୀ ସଦସ୍ୟମାନେ ମଧ୍ୟ BHRCର ସମାଜସେବା କାର୍ଯ୍ୟର ପ୍ରଶଂସା କରି ଆଗାମୀ ଦିନରେ ସହଯୋଗ ଜାରି ରଖିବେ ବୋଲି କହିଥିଲେ। ଶେଷରେ ‘ଜୟ ଜୱାନ, ଜୟ କିଷାନ, ଜୟ ହିନ୍ଦ’ ଧ୍ୱନି ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

Tree Plantation Drive ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

Read Entire Article
LEFT SIDEBAR AD

Hidden in mobile, Best for skyscrapers.