Planetarium: ଭୁଶୁଡ଼ିଗଲାଣି ପ୍ଲାନେଟାରିୟମ୍‌ ଭିତ୍ତିଭୂମି: ବୁଝାମଣାର ୧୦ ମାସ ପରେ ବି ପ୍ରସ୍ତୁତ ହୋଇନି ଡିପିଆର୍‌

2 hours ago 1
ARTICLE AD BOX

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରୁ ମୁହଁ ଫେରାଇଲେଣି ଦର୍ଶକ। କେବଳ ସୋ’କୁ ଛାଡ଼ି ଦେଲେ ଏହାର ଭିତ୍ତିଭୂମି ସମୂର୍ଣ୍ଣ ଭାବରେ ଭୁଶୁଡ଼ି ଗଲାଣି। ପୁଣି ସୋ’ ମଧ୍ୟ କେବଳ ଗୋଟିଏ ଲାଇଟ୍‌ରେ ଚାଲୁଛି। ବର୍ତ୍ତମାନ ନୂଆ ଟେକ୍ନୋଲୋଜି ଆସିଥିଲେ ସୁଦ୍ଧା ଏହାକୁ ପ୍ରୟୋଗ କରାଯାଉନାହିଁ। କେବଳ ସେତିକି ନୁହେଁ ଭିତରେ ଥିବା ସିଟ୍‌ ମଧ୍ୟ ଭାଙ୍ଗିଗଲାଣି। ବିଲଡିଂରେ ସ୍ଥାନେ ସ୍ଥାନେ ରଙ୍ଗ ଛାଡ଼ି ଯାଇଥିବା ବେଳେ ପରିସରରେ ଲାଗିଥିବା ଏସି, ଲାଇଟ୍‌ ମଧ୍ୟ ଅଚଳ ହୋଇପଡ଼ିଛି। ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ପ୍ଲାନେଟାରିୟମ୍‌ର ଏଭଳି ସ୍ଥିତି ସମସ୍ତଙ୍କୁ ନିରୁତ୍ସାହିତ କରୁଛି। ସେହିପରି ପ୍ଲାନେଟାରିୟମ୍‌ ପରିସରରେ ଵାଟର ଫାଉଣ୍ଟେନ୍‌ କାମ କରୁନି। ସବୁଜ ଗାଲିଚାରେ ଲାଗିଥିବା ଲାଇଟ୍‌ ଅସଜଡ଼ା ହୋଇପଡ଼ିଥିବା ବେଳେ କିଛି ଲାଇଟ୍‌ ଷ୍ଟାଣ୍ଡ୍‌ରେ ଲାଇଟ୍‌ ହିଁ ନାହିଁ। ସେହିପରି ଗ୍ରହ, ନକ୍ଷତ୍ର ଓ ବିଜ୍ଞାନ ସମ୍ୱନ୍ଧୀୟ ଉପକରଣ ଥିବା ପାର୍କ ଭୁଶୁଡ଼ି ଯାଇଛି। ପରିଚାଳନା ଅଭାବରୁ ଚାରିଆଡ଼େ ଲଟାବୁଦା ମାଡ଼ିଗଲାଣି। ସେହିପରି ବାହାରେ ପଥରରେ ତିଆରି ହୋଇଥିବା ପ୍ରତିମୂର୍ତ୍ତିଗୁଡ଼ିକ ସଫା କରା ଯାଉନଥିବାରୁ କିମ୍ଭୁତ କିମାକାର ଦେଖାଯାଉଛି। ଏପରିକି ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତି ମଧ୍ୟ ବିକୃତ ହୋଇଗଲାଣି। ଗୁମ୍ଫାଗୁଡ଼ିକ ନଷ୍ଟ ହୋଇଯାଇଥିବା ବେଳେ ଭିତରେ ଆବର୍ଜନା ଗଦା ହୋଇଛି। ଫଳରେ କେହି ପର୍ଯ୍ୟଟକ ଆସିଲେ ଫଟୋ କି ଭିଡିଓ ନେବାକୁ ଇଚ୍ଛା କରୁନାହାନ୍ତି। ସେହିପରି ଭିତରେ ଥିବା ବିଭିନ୍ନ ପ୍ରକାର ଘଡ଼ି ଓ ଅନ୍ୟାନ୍ୟ ବୈଜ୍ଞାନିକ ଉପକରଣ ମଧ୍ୟ ନଷ୍ଟ ହୋଇଗଲାଣି। ଏଠାକାର ଅନ୍ୟତମ ତଥା ପ୍ରମୁଖ ସମସ୍ୟା ପାଲଟିଛି ପାର୍କିଂ ବ୍ୟବସ୍ଥା। ଭିତରେ ଜାଗା ଥାଇ ସୁଦ୍ଧା ପାର୍କିଂ ପାଇଁ ଅନୁମତି ନଥିବାରୁ ଲୋକ ହଇରାଣ ହେଉଛନ୍ତି।

Tremendous business: ରିଲିଜ୍‌ ପୂର୍ବରୁ ଜବରଦସ୍ତ ବ୍ୟବସାୟ

ପ୍ଲାନେଟାରିୟମର ନବକଳେବର ପାଇଁ ୨୦୨୧ ମସିହାରେ ନିଷ୍ପତ୍ତି ନିଆଯାଇଥିଲା। ପୁରୁଣା ଯନ୍ତ୍ରପାତି ତଥା ସରଞ୍ଜାମକୁ ହଟାଇ ନୂଆ ତଥା ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଇବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଫ୍ଲାଟ୍‌ ସ୍କ୍ରିନ୍‌ ୩ଡି ପ୍ରେକ୍ଷାଳୟ, ଜ୍ୟୋର୍ତିବିଜ୍ଞାନୀ ଉଦ୍ୟାନ, ୧୪ ମିଟର ବିଶିଷ୍ଟ ଡୋମ୍‌ ସହିତ ଭୂତଳ ପାର୍କିଂ, କ୍ୟାଫେଟେରିଆ ଆଦି ଖୋଲିବାର ନିଷ୍ପତ୍ତି ହୋଇଥିଲା। ହେଲେ ଇତିମଧ୍ୟରେ ୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ବିକାଶ ପାଇଁ ଇଟା ଖଣ୍ଡିଏ ପଡ଼ିଲା ନାହିଁ।
ଏପରିକି ଗତ ଜାନୁଆରିରେ ପ୍ଲାନେଟାରିୟମ୍‌ର ବିକାଶ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ପତ୍ରରେ ସୋ’ ଗ୍ୟାଲେରିର ବିକାଶ ସହିତ ବାହାରେ ବିଜ୍ଞାନ ସମ୍ୱନ୍ଧୀୟ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’, ଆଲୋଚନାମୂଳକ ବିଜ୍ଞାନ ଗ୍ୟାଲେରି ସହିତ ମହାକାଶକୁ ପାଖରୁ ଜାଣିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାନ୍ତା। ଏଥିସହିତ ପାର୍କିଂର ବ୍ୟବସ୍ଥା ମଧ୍ୟ ହୋଇଥାନ୍ତା। ହେଲେ ଇତିମଧ୍ୟରେ ଦଶ ମାସ ବିତିଯାଇଥିଲେ ମଧ୍ୟ କୌଣସି କାମ ଆରମ୍ଭ ହୋଇନାହିଁ। ଏନେଇ ପଠାଣି ସାମନ୍ତ ପ୍ଲାନେଟାରିଅମ୍‌ ନିର୍ଦ୍ଦେଶିକା ଊର୍ମିପ୍ରଭା ମହାରଣା କହିଛନ୍ତି ଯେ ପ୍ଲାନେଟାରିୟମର ଉନ୍ନତୀକରଣ ପାଇଁ ବୁଝାମଣପତ୍ର ସ୍ୱାକ୍ଷରିତ ହୋଇଛି। ଉନ୍ନୟନ କାର୍ଯ୍ୟ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରିବା ପାଇଁ ବୈଷୟିକ ଦଳ ଆସିଥିଲେ। ଡିପିଆର୍‌ କାମ ଚାଲିଛି। ଡିପିଆର ପ୍ରସ୍ତୁତ ହେବା ପରେ ପ୍ଲାନେଟାରିଅମ୍‌ର ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି ନିର୍ଦ୍ଦେଶିକା କହିଛନ୍ତି।

Education: ଯାଜପୁର ଜିଲ୍ଲାର ପ୍ରଥମ କୁଣ୍‌ହା କିଷାନ ଆଦିବାସୀ ଡାକ୍ତରୀ ପଢ଼ିଲେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.