Strait of Hormuz: ହର୍ମୁଜ୍‌ରେ ପୁଣି ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ: ୨୧ ଭାରତୀୟ ସୁରକ୍ଷିତ

1 hour ago 1
ARTICLE AD BOX

ତେହେରାନ:ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରୁଥିବା ଏକ କୁଏତ ପତାକାଧାରୀ ତୈଳ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ଓମାନର ବୁଖାରୁ ପଶ୍ଚିମରେ ୧୧ ନଟିକାଲ ମାଇଲ୍ ଦୂରରେ ଏହି ଘଟଣାକୁ ଟ୍ରାକ୍ କରିଛି।ଏଥିରେ ଥିବା ୨୧ ଜଣ ଭାରତୀୟ ନାବିକ ଏବଂ ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି ବୋଲି ଭାରତର କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ନିଶ୍ଚିତ କରିଛନ୍ତି।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ଏକ ପୋଷ୍ଟ ସେୟାର କରି ସୂଚନା ପ୍ରଦାନ କରି କହିଛନ୍ତି, ହର୍ମୁଜ ଦେଇ ଯାଉଥିବା ସମୟରେ ଏମ/ଟି ଅଲ୍ ଦାସମା ନାମକ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିଲା। ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ କ୍ରୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜାହାଜ ପରିଚାଳନା କମ୍ପାନି ସହିତ ଯୋଗାଯୋଗ କରୁଛନ୍ତି।

ନିରାପଦ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ

ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ଉପରେ ଆକ୍ରମଣ ବିଷୟରେ ବାରମ୍ବାର ଚିନ୍ତା ପ୍ରକାଶ କରିଆସୁଛି। ସରକାର କହିଛନ୍ତି ଯେ, ଭାରତୀୟ ନାବିକମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଜାହାଜ ପରିଚାଳନା କମ୍ପାନିଗୁଡ଼ିକ ସହିତ ଯୋଗାଯୋଗ କରାଯାଉଛି। ଭାରତ ସରକାର ଆନ୍ତର୍ଜାତୀୟ ଜଳପଥ ମାଧ୍ୟମରେ ସାମୁଦ୍ରିକ ବାଣିଜ୍ୟକୁ ନିରାପଦ ଏବଂ ନିରବଚ୍ଛିନ୍ନ ପରିଚାଳନାକୁ ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

Attack: ସାଉଦି ଆରବ ଉପରେ ପୁଣି ହୁତିଙ୍କ ଆକ୍ରମଣ: ୩ ମୃତ, ଜଣେ ଭାରତୀୟଙ୍କ ସମେତ ୧୦ ଆହତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.