Piyush Goyal: ଚର୍ଚ୍ଚାରେ ମୋଦୀ ସରକାରଙ୍କ କ୍ୟାବିନେଟ୍ ପୁନର୍ଗଠନ

1 hour ago 3
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ବହୁ ପ୍ରତୀକ୍ଷିତ ନୂଆ ଜାତୀୟ ସାଂଗଠନିକ ଟିମ୍ ଆଜି ଘୋଷଣା କରାଯାଇଛି। ନିତିନ ନବୀନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଏହି ନୂଆ ଟିମ୍ ଘୋଷିତ ହୋଇଛି। ନୂଆ ଟିମ୍‌ରେ ଅଭିଜ୍ଞ ନେତାମାନଙ୍କୁ ରଖାଯିବା ସହ କିଛି ପ୍ରମୁଖ ନେତାଙ୍କୁ ପୁଣିଥରେ ଦଳର କେନ୍ଦ୍ରୀୟ ସାଂଗଠନିକ କାର୍ଯ୍ୟକୁ ଫେରାଇ ଅଣାଯାଇଛି।

ଆହୁରି ପଢନ୍ତୁ: LPG: ଏଲ୍‌ପିଜି ଇ-କେୱାଇସି ମହଲତ ୨୩କୁ ବଢ଼ିଲା

ମୋଦୀ ସରକାରର କ୍ୟାବିନେଟ୍ ପୁନର୍ଗଠନ ନେଇ ଗତ କିଛି ମାସ ଧରି ଚର୍ଚ୍ଚା ଚାଲିଆସୁଛି। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏହି ଚର୍ଚ୍ଚା ଜୋର୍‌ ଧରିଥିଲା। ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ, ‘ନିଟ୍’ ପରୀକ୍ଷା ଅନିୟମିତତା ପ୍ରସଙ୍ଗକୁ ନେଇ ଯୁବବର୍ଗଙ୍କ ଆନ୍ଦୋଳନ ଏବଂ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଯୋଗୁଁ କ୍ୟାବିନେଟ୍ ପୁନର୍ଗଠନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ନୂଆ ସାଂଗଠନିକ ନିଯୁକ୍ତି ପରେ କ୍ୟାବିନେଟ୍ ପୁନର୍ଗଠନକୁ ନେଇ ଚର୍ଚ୍ଚା ପୁଣିଥରେ ଜୋର୍‌ ଧରିଛି। ମୁଖ୍ୟତଃ ପୀୟୂଷ ଗୋୟଲଙ୍କ ନୂଆ ନିଯୁକ୍ତି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଶ୍ରୀ ଗୋୟଲ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି। ଦଳର ଏକ ପ୍ରମୁଖ ସାଂଗଠନିକ ପଦରେ ଗୋୟଲଙ୍କ ନିଯୁକ୍ତି ପରେ ତାଙ୍କୁ ମନ୍ତ୍ରିପଦରୁ ହଟାଯାଇପାରେ ବୋଲି ଚର୍ଚ୍ଚା ବର୍ତ୍ତମାନ ଜୋର୍‌ ଧରିଛି। ଏହି ଚର୍ଚ୍ଚା ପଛର ଯୁକ୍ତି ହେଉଛି ବିଜେପିର ଅଲିଖିତ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ନୀତି।

ତେବେ ଗୋୟଲ ବିଜେପି ସଂଗଠନ ପାଇଁ ନୂଆ ନୁହନ୍ତି। ସେ ପୂର୍ବରୁ ମଧ୍ୟ ଦଳର ଜାତୀୟ କୋଷାଧ୍ୟକ୍ଷ ଭାବେ କାମ କରିଛନ୍ତି। ଦଳର ସାଂଗଠନିକ ଓ ରାଜନୈତିକ କାର୍ଯ୍ୟକ୍ରମ ପରିଚାଳନାରେ ସେ ଜଣେ ଗୁରୁତ୍ୱପୂର୍ଣ୍ଣ ନେତା ରହିଆସିଛନ୍ତି। ଏଥିସହ ବର୍ତ୍ତମାନ ଆମେରିକା ସହ ଚାଲିଥିବା ଗୁରୁତ୍ବପୂର୍ଣ୍ଣ ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାର ନେତୃତ୍ୱ ଗୋୟଲ ନେଉଛନ୍ତି। ତାଙ୍କ ନେତୃତ୍ୱରେ ଗତ କିଛି ବର୍ଷ ମଧ୍ୟରେ ଭାରତ ୯ଟି ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିଛି। ତେଣୁ ବର୍ତ୍ତମାନ ତାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥିତିରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବା ସହଜ ନୁହେଁ ବୋଲି ରାଜନୈତିକ ସମୀକ୍ଷକ ବିପିନ ଚୌହାନ ମତ ଦେଇଛନ୍ତି।

ଆହୁରି ପଢନ୍ତୁ: Wild Animal Attacks ଜଙ୍ଗଲରୁ ଝପଟି ଆସିଲା ’ଜନ୍ତୁ’, ୪ ବର୍ଷର ଶିଶୁ କନ୍ୟାକୁ ଭିଡ଼ିନେ‌ଲା

ଆଗକୁ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ଏଭଳି ସ୍ଥିତିରେ ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦଳର ସଂଗଠନକୁ ଆଣିବା କେବଳ ଏକ ସାଧାରଣ ନିଯୁକ୍ତି ହୋଇ ନ ପାରେ। ନିର୍ବାଚନୀ ଅର୍ଥ ପରିଚାଳନା ଏବଂ ସଂଗଠନ ସମ୍ପର୍କରେ ଗୋୟଲଙ୍କ ଅଭିଜ୍ଞତାକୁ ବିଜେପି ଉପଯୋଗ କରିବାକୁ ଚାହୁଛି। ଦଳ ତାଙ୍କର ସରକାରୀ ଓ ସାଂଗଠନିକ ଦାୟିତ୍ୱକୁ ଅଲଗା କରିବା ପାଇଁ ପ୍ରସ୍ତୁତ ହେଉଛି। ଏହା ଆଗାମୀ କ୍ୟାବିନେଟ୍ ଅଦଳବଦଳ ପାଇଁ ରାସ୍ତା ପ୍ରସ୍ତୁତ କରିପାରେ ବୋଲି ଅନ୍ୟତମ ରାଜନୈତିକ ସମୀକ୍ଷକ ଅଭିଷେକ ଶର୍ମା ମତ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.