ARTICLE AD BOX
ସୁନ୍ଦରଗଡ଼/ବାଲିଶଙ୍କରା: ତଳସରା ଥାନା ଟାଙ୍ଗରମୁଣ୍ଡାରେ ଜଣକ ଘରେ ଚୋରାମଦ ଚଢ଼ଉ ବେଳେ ପୁଲିସ ଗୋଟିଏ ପିସ୍ତଲ ଓ ମାଉଜର ଜବତ କରିଛି। ତେବେ ଅଭିଯୁକ୍ତ ଫେରାର ହୋଇଯାଇଛି।
country made gun ବିଦ୍ୟୁତ୍ ଦେୟ ପୈଠ କରୁନଥିଲେ, ବନ୍ଧୁକ ଧରି ଧମକାଉଥିଲେ, ଚଢ଼ାଉ କରି ପୁଲିସ ଛାନିଆ
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟାଙ୍ଗରମୁଣ୍ଡାର ସମ୍ପୃକ୍ତ ବ୍ୟକ୍ତି ବୃତ୍ତିରେ ଜଣେ ଡ୍ରାଇଭର, ହେଲେ ଘରେ ଚୋରା ମଦ କାରବାର ଚଲାଇଥିଲା। ବୁଧବାର ଖବର ପାଇ ଅବକାରୀ ବିଭାଗ ଓ ପୁଲିସ ଘରେ ଚଢ଼ଉ କରିଥିଲେ। ସେ ପୁଲିସକୁ ଦେଖି ଦୌଡ଼ି ପଳାଇଥିଲା। ସନ୍ଦେହରେ ପୁଲିସ ଘର ତଲାସି କଲାବେଳେ ପିସ୍ତଲ ଓ ମାଉଜର ମିଳିଥିଲା।
Cattle Smugglers: ଗୋ- ମାଫିଆଙ୍କୁ ଆଉ ନିସ୍ତାର ନାହିଁ, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଚଢ଼ାଉ ଜୋରଦାର
ଏହା ସହ ଅବକାରୀ ବିଭାଗ ମହୁଲ, ମଦ ସାମଗ୍ରୀ ଜବତ କରିଥିଲେ। ଏ ନେଇ ତଳସରା ଥାନାରେ ଅସ୍ତ୍ରଶସ୍ତ୍ର ଆଇନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତାକୁ ଧରିବାକୁ ଚଢ଼ାଉ ଚଲାଇଛି।

4 hours ago
1


