Pilot: ପାଇଲଟ୍‌ମାନଙ୍କ ପାଇଁ ପ୍ରତିବର୍ଷ ହେବ ଆକସ୍ମିକ ନିଶା ପରୀକ୍ଷା

2 hours ago 1
ARTICLE AD BOX

ନୂଆଦିଲ୍ଲୀ: ଦେଶରେ ବିମାନ ଚଳାଚଳ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ସମସ୍ତ ବାଣିଜ୍ୟିକ ବିମାନ ପାଇଲଟ୍‌ମାନଙ୍କର ପ୍ରତିବର୍ଷ ଯେକୌଣସି ସମୟରେ ଆକସ୍ମିକ ନିଶା ପରୀକ୍ଷା (ଡ୍ରଗ୍ ଟେଷ୍ଟ) କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। କେନ୍ଦ୍ର ବେସାମରିକବିମାନଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ମଙ୍ଗଳବାର ସୂଚନା ଦେଇ କହିଛନ୍ତି ଯେ ବିମାନ ଚଳାଚଳ ନିୟାମକ ସଂସ୍ଥା ‘ଡିଜିସିଏ’ ବର୍ତ୍ତମାନର ନିୟମାବଳୀର ସମୀକ୍ଷା କରିବା ଏବଂ ଭବିଷ୍ୟତ ପାଇଁ ଏକ କଠୋର ନୀତି ପ୍ରଣୟନ କରିବା ଲାଗି ସମସ୍ତ ସମ୍ପୃକ୍ତ ପକ୍ଷ ଏବଂ ଷ୍ଟେକ୍‌ହୋଲ୍ଡରମାନଙ୍କ ସହ ଆଲୋଚନା ଜାରି ରଖିଛି।

ଆହୁରି ପଢନ୍ତୁ :Ram Mandir: ରାମମନ୍ଦିର ଦାନ ଚୋରି ମାମଲାର ଖବର ପ୍ରକାଶ କରିିଥିବା ସାମ୍ବାଦିକଙ୍କୁ ୟୁପି ପୁଲିସର ଟାର୍ଗେଟ୍‌, ସୁରକ୍ଷା ପ୍ରଦାନ କଲେ ସୁପ୍ରିମ୍‌କୋର୍ଟ

ବର୍ତ୍ତମାନର ନିୟମ ଅନୁଯାୟୀ ମୋଟ ପାଇଲଟ୍ ନେଟୱର୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତଙ୍କର ଆକସ୍ମିକ ନିଶା ପରୀକ୍ଷା କରାଯାଉଛି। ମାତ୍ର ସୁରକ୍ଷା ମାନଦଣ୍ଡ ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ପାଇଲଟ୍‌ଙ୍କୁ ବର୍ଷର ଯେକୌଣସି ସମୟରେ ଏହି ଆକସ୍ମିକ ନିଶା ପରୀକ୍ଷା ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ଆହୁରି ପଢନ୍ତୁ :Border: ଶୋପିଆନରୁ ୬ ଆତଙ୍କବାଦୀ ଗିରଫ : ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନିକଟରେ ଏୟାର ଇଣ୍ଡିଆର ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏକ ବିମାନର ଜଣେ କ୍ୟାପଟେନ ବା ମୁଖ୍ୟ ପାଇଲଟ୍ ଅନ୍ତିମ ନିଶା ପରୀକ୍ଷାରେ ଗଞ୍ଜେଇ ସେବନ କରିଥିବା ସ୍ପଷ୍ଟ ହେବା ପରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ସାମ୍ନାକୁ ଆସିଛି। ସମ୍ପୃକ୍ତ ବିମାନଟି ଆକାଶରେ ହଠାତ ନିଜର ଗତିପଥ ଏବଂ ଉଚ୍ଚତା ହରାଇବା ଯୋଗୁଁ ଅନେକ ଯାତ୍ରୀ ଆହତ ହୋଇଥିଲେ। ଏହା ପରେ ପାଇଲଟ୍‌ଙ୍କର ଡ୍ରଗ୍ ଟେଷ୍ଟ କରାଯାଇଥିଲା। ଏହି ଘଟଣା ପରେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ସେମାନଙ୍କର ସମସ୍ତ ପାଇଲଟ୍‌ଙ୍କ ପାଇଁ ମାନସିକ ସ୍ଥିତି ପ୍ରଭାବିତ କରୁଥିବା ନିଶାଦ୍ରବ୍ୟ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ରମନ୍ତ୍ରୀ ନାଇଡୁ ଜାତୀୟ ରାଜଧାନୀରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ କହିଛନ୍ତି ଯେ ଯାତ୍ରୀମାନଙ୍କ ସୁରକ୍ଷା ସହ କୌଣସି ସାଲିସ୍ କରାଯିବ ନାହିଁ ଏବଂ ଡିଜିସିଏ ସମସ୍ତ ପକ୍ଷଙ୍କ ମତାମତ ଆଧାରରେ ଶୀଘ୍ର ଏକ ଚୂଡ଼ାନ୍ତ ନିୟମାବଳୀ ଜାରି କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.