pilot smit machhar: ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ସାରା  ବିଶ୍ବର  ପ୍ରଶଂସା, ମୋଦି କହିଲେ ତୁମେ ହିରୋ

1 day ago 1
ARTICLE AD BOX

ନୂଆଦିଲ୍ଲୀ:  ଆକାଶ ମଝିରେ ଉଡୁଥିଲା ବିମାନ। ଭିତରେ ଥିଲେ ଶତାଧିକ ଯାତ୍ରୀ। ହଠାତ୍ କକ୍‌ପିଟ୍‌ରେ ସୃଷ୍ଟି ହେଲା ଅସ୍ୱାଭାବିକ ପରିସ୍ଥିତି। ଜୀବନ-ମୃତ୍ୟୁର ସଂଘର୍ଷ ଭିତରେ ଥାଇ ମଧ୍ୟ ନିଜ କର୍ତ୍ତବ୍ୟରୁ ପଛକୁ ହଟିଲେନି ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାର। ତାଙ୍କ ସାହସ, ଧୈର୍ଯ୍ୟ ଓ ତତ୍ପରତା ପାଇଁ ଟଳିଯାଇଛି ଏକ ବଡ଼ ବିମାନ ଦୁର୍ଘଟଣା। ଏବେ ତାଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଦୁବାଇରୁ ଇଜ୍ରାଏଲର ତେଲ୍‌ ଆଭିଭ୍‌ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଉଡାଣ ସମୟରେ କଥିତ ଭାବେ ସହ-ପାଇଲଟ୍‌ଙ୍କ ଆକ୍ରମଣରେ ସ୍ମିତ ମଚ୍ଛାର ଗୁରୁତର ଆହତ ହୋଇଥିଲେ।

Flydubai plane attack: ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିଟ୍ ମାଚାରଙ୍କୁ ସାଲ୍ୟୁଟ୍ କରୁଛି: ନେତାନ୍ୟାହୁ

ମୁଣ୍ଡ ଓ ଶରୀରରେ ଆଘାତ ଲାଗିଥିଲେ ମଧ୍ୟ ସେ ନିଜର ସଂଯମ ହରାଇନଥିଲେ। ବରଂ ସଙ୍କଟପୂର୍ଣ୍ଣ ସମୟରେ ସାହାଯ୍ୟ ମାଗି ବିମାନକୁ ସୁରକ୍ଷିତ ଭାବେ ପରିଚାଳନା କରିଥିଲେ।  ସ୍ମିତଙ୍କ ଏହି ସାହସିକତା ଏବେ ବିଶ୍ୱ ନେତାମାନଙ୍କ ପ୍ରଶଂସା କୁଡ଼ାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, “ସ୍ମିତ ମଚ୍ଛାର ଜଣେ ପ୍ରକୃତ ହିରୋ। ଭୟଙ୍କର ପରିସ୍ଥିତି ଓ ଗୁରୁତର ଆହତ ହେବା ସତ୍ତ୍ୱେ ସେ ଅସାଧାରଣ ସାହସ ଦେଖାଇଛନ୍ତି। ତାଙ୍କ ଯୋଗୁଁ ଶତାଧିକ ଜୀବନ ବଞ୍ଚିଛି ଓ ଏକ ବଡ଼ ବିପର୍ଯ୍ୟୟ ଟଳିଯାଇଛି। ଭାରତ ତାଙ୍କ ପାଇଁ ଗର୍ବିତ।” କେବଳ ମୋଦି ନୁହଁନ୍ତି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସ୍ମିତଙ୍କୁ ‘ହିରୋ’ ବୋଲି ସମ୍ବୋଧନ କରିଛନ୍ତି। ଇଜ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମଧ୍ୟ ତାଙ୍କ ସାହସକୁ ସଲାମ୍‌ କରିଛନ୍ତି। ଆହତ ଅବସ୍ଥାରେ ମଧ୍ୟ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରଥମ ପ୍ରାଥମିକତା ଦେଇଥିବା ସ୍ମିତ ମଚ୍ଛାର ଆଜି ସତରେ ଭାରତର ଗର୍ବ ଓ ବିଶ୍ୱର ନୂଆ ହିରୋ ପାଲଟିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.