ARTICLE AD BOX
ହାଟଡିହି: ମାସକ ତଳେ ଚାଷଜମି, ଜନବସତିକୁ ବୁଡ଼ାଇଥିଲା ନଦୀ ପାଣି। ଏବେ ସେହି ନଦୀକୂଳରେ ଥିବା ଜମି ଶୁଖିଲା। କେନାଲ ଥାଇ ମଧ୍ୟ ବିଲ ଫାଟି ଆଁ କରିଛି। ଧାନଗଛ ମରିବାକୁ ବସିଲାଣି। ଜଳସେଚନ ନାଁରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିବାବେଳେ ଏଭଳି ଚିନ୍ତାଜନକ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝରଜିଲ୍ଲା ହାଟଡିହି ବ୍ଲକ୍ର ବଞ୍ଚୋ, ଅକରୁଆ ଓ ଶାସଙ୍ଗ ପଞ୍ଚାୟତରେ।
Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି
ଶୁଖିଗଲାଣି ଧାନଫସଲ, ବିଲ ଫାଟି ଆଁ
ପାଣି ଅଭାବରୁ କେଉଁଠି ଏକର ଏକର ବିଲ ଫାଟି ଆଁ କରିଛି ତ ଆଉ କେଉଁଠି ପାଣି ଅଭାବରୁ ଥୋଡ଼ ବାହାରିବା ବିଳମ୍ବ ହେଉଛି। ସମସ୍ୟାକୁ ନେଇ ବଞ୍ଚୋ ପଞ୍ଚାୟତର ବହୁ ଚାଷୀ ଆଜି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସରପଞ୍ଚ ପ୍ରଶାନ୍ତ ରାଉତଙ୍କୁ ଅଭିଯୋଗ କରିବା ସହ ଜଳସେଚନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ପଞ୍ଚାୟତଗୁଡ଼ିକ ବୈତରଣୀ ନଦୀ କୂଳରେ ରହିଛି। ଜଳସେଚନ ପାଇଁ କେନାଲ ରହିଥିଲେ ମଧ୍ୟ ଚାଷଜମିକୁ ପାଣି ମିଳିପାରୁନି। ବର୍ଷା ଛାଡ଼ିବାର ଦିନ କେଇଟା ହୋଇନି, ଧାନଫସଲ ଶୁଖିବାକୁ ବସିଲାଣି। ଏବେ ଅମଳ କମିବା ଆଶଙ୍କାରେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଚାଷୀଙ୍କ କହିବା କଥା, ଧାନଚାଷ ପାଇଁ ଏହି ସମୟ ଗୁରୁତ୍ୱପୂର୍ଣ୍ଣ। ଗଛ ବଢ଼ିବା ଓ ଥୋଡ଼ ବାହାରିବା ସମୟରେ ଜମିରେ ଆବଶ୍ୟକ ଆର୍ଦ୍ରତା ରହିବା କଥା। ବର୍ଷା ନହେବା ଓ ଟାଣ ଖରା ଯୋଗୁଁ ଜମିରୁ ଜଳୀୟଅଂଶ କମିବାରେ ଲାଗିଛି। ଫଳରେ ଧାନଗଛ ସବୁ ଶୁଖିଯାଉଛି।
Weather: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ, ଚେନ୍ନାଇରେ ପ୍ରବଳ ବର୍ଷା
ଗୋଟିଏପଟେ ବୈତରଣୀ ନଦୀ ଓ ଅନ୍ୟପଟେ ବୈତରଣୀ କେନାଲ ଥିବା ସତ୍ତ୍ୱେ ବଞ୍ଚୋ ପଞ୍ଚାୟତର ଅଧିକାଂଶ ଚାଷଜମିକୁ ଆବଶ୍ୟକ ପାଣି ମିଳିପାରୁନି। ବଞ୍ଚୋ, ଅକରୁଆ, ଶାସଙ୍ଗ ଆଦି ପଞ୍ଚାୟତରେ କେନାଲ ପାଣି ପହଞ୍ଚି ପାରୁନି। ୨୦୨୪ରେ ବଞ୍ଚୋ ସରପଞ୍ଚ ନିଜ ଉଦ୍ୟମରେ ପୁରୁଣା କେନାଲକୁ ସଫା କରି ବୈତରଣୀ କେନାଲରୁ ଜଳସେଚନ ବ୍ୟବସ୍ଥା କରାଇଥିଲେ। ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆଗଲା ନାହିଁ। ପରିଣାମ ହେଉଛି ଏବେ ଶହଶହ ହେକ୍ଟର ଚାଷଜମିରେ ଧାନଫସଲ ପ୍ରଭାବିତ ହେବାକୁ ବସିଛି। ଋଣ କରି ବିହନ, ସାର, ଔଷଧ ପକାଇବା ସହ ଶ୍ରମିକ ବାବଦରେ ବିପୁଳ ଅର୍ଥ ବ୍ୟୟ କରିଥିବା ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଚାଷୀ ମଧୁସୂଦନ ରାଉତ, ଯଦୁମଣି ପଟ୍ଟନାୟକ, ସନାତନ ଓଝା, ପ୍ରମୋଦ କୁମାର ରାଉତ, କୀର୍ତ୍ତନ ବିହାରୀ ନାୟକ, ଭଗବାନ ବରାଳ, ସୋମନାଥ ଜେନା, ପ୍ରକାଶ କୁମାର ବିଶ୍ବାଳ, ମହେନ୍ଦ୍ର ଜେନା, ମୃତ୍ୟୁଞ୍ଜୟ ଜେନା, ଦିଲ୍ଲୀପ କୁମାର ରାଉତ, ବିଦ୍ୟାଧର ଜେନା, ମଦନମୋହନ ବେହେରା, ମାର୍କଣ୍ଡ ଚରଣ ବେହେରା, ଜଗନ୍ନାଥ ଦାସ, ହୃଷୀକେଶ ପରିଡ଼ା ପ୍ରମୁଖ ତୁରନ୍ତ ଏ ଦିଗରେ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

1 hour ago
1


