Philippines: ଫିଲିପାଇନ୍ସରେ ଯାତ୍ରୀବାହୀ ଫେରୀରେ ଅଗ୍ନିକାଣ୍ଡ: ୫ ମୃତ, ୮୦ରୁ ଉର୍ଦ୍ଧ୍ୱ ନିଖୋଜ

56 minutes ago 1
ARTICLE AD BOX

ମାନିଲା: ଫିଲିପାଇନ୍ସର ପାଲାୱାନ୍ ସମୁଦ୍ର ମଧ୍ୟରେ ଏକ ଯାତ୍ରୀବାହୀ ଫେରୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଉର୍ଦ୍ଧ୍ୱ ଯାତ୍ରୀ ନିଖୋଜ ଅଛନ୍ତି। ଗୁରୁବାର ଦିନ ଦେଶର ଉପକୂଳ ସୁରକ୍ଷା ବାହିନୀ (କୋଷ୍ଟଗାର୍ଡ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ବୁଧବାର ରାତିରେ ମାନିଲାର ବେସକୋରୁ ପାଲାୱାନ୍ ପ୍ରଦେଶର କୋରୋନ୍ ଅଭିମୁଖେ ଯାତ୍ରା କରୁଥିବା ''ଏମ୍ଭି ଜୁନ୍ ଆଷ୍ଟର'' ନାମକ ଫେରୀରେ ହଠାତ୍ ନିଆଁ ଲାଗିଯାଇଥିଲା।

ଉଦ୍ଧାର କାର୍ଯ୍ୟ ଜାରି: ସଂଖ୍ୟାରେ ହୋଇପାରେ ପରିବର୍ତ୍ତନ

କୋଷ୍ଟଗାର୍ଡ ପ୍ରବକ୍ତା କମୋଡୋର ନୋଏମି କାୟାବ୍ୟାବଙ୍କ ସୂଚନାନୁସାରେ, ଜାହାଜର ଯାତ୍ରୀ ତାଲିକାରେ ୧୧୭ ଜଣ ଯାତ୍ରୀ ଏବଂ ୧୭ ଜଣ କର୍ମଚାରୀଙ୍କ ସମେତ ମୋଟ ୧୩୪ ଜଣ ସଦସ୍ୟ ଥିଲେ। ଏପର୍ଯ୍ୟନ୍ତ ୪୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮୭ ଜଣ ନିଖୋଜ ଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଏହି ସଂଖ୍ୟାରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଇଛି। ତେବେ କୋରୋନ୍ ନିକଟବର୍ତ୍ତୀ ସମୁଦ୍ରରେ ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରହିଥିବା ବେଳେ ନିଆଁ ଲାଗିବାର ସଠିକ୍ କାରଣ ଅସ୍ପଷ୍ଟ ରହିଛି ଏବଂ ଏହାର ତଦନ୍ତ କରାଯାଉଛି।

Supreme Court: ଅଣ୍ଡରୱାର୍ଲ୍ଡ ଡନ୍ ଆବୁ ସାଲେମକୁ ବଡ଼ ଝଟକା: ମୁକ୍ତି ଆବେଦନ ସୁପ୍ରିମକୋର୍ଟରେ ଖାରଜ

Read Entire Article
LEFT SIDEBAR AD

Hidden in mobile, Best for skyscrapers.