ARTICLE AD BOX
ନୂଆଦିଲ୍ଲୀ:ପେଟ୍ରୋଲ, ଡିଜେଲଓ ବିମାନ ଇନ୍ଧନ ରପ୍ତାନି ଉପରେ ଲାଗୁ ହେଉଥିବା ଶୁଳ୍କରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ରପ୍ତାନି ଉପରେ ଲିଟର ପିଛା ଲାଗୁ ହେଉଥିବା ୨ ଟଙ୍କା ୫୦ ପଇସାର ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି।
ଅନ୍ୟପକ୍ଷରେ, ହାଇସ୍ପିଡ୍ ଡିଜେଲ ରପ୍ତାନି ଶୁଳ୍କ ଲିଟର ପିଛା ୩ ଟଙ୍କା ବୃଦ୍ଧି କରାଯାଇ ୧୧ ଟଙ୍କା ୫୦ ପଇସା କରାଯାଇଛି। ସେହିପରି ବିମାନ ଇନ୍ଧନ (ଏଟିଏଫ୍) ରପ୍ତାନି ଉପରେ ଶୁଳ୍କ ୫୦ ପଇସା ବଢ଼ାଇ ଲିଟର ପିଛା ୧୧ ଟଙ୍କା କରାଯାଇଛି।
ସରକାର ପ୍ରତି ୧୫ ଦିନରେ ରପ୍ତାନି ଶୁଳ୍କର ସମୀକ୍ଷା କରୁଛନ୍ତି
ଅକ୍ଟୋବର ୩୧ ତାରିଖରୁ ନୂଆ ଶୁଳ୍କ ଲାଗୁ ହୋଇଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆନ୍ତର୍ଜାତିକ ତୈଳ ଦର ଓ ବଜାର ସ୍ଥିତିକୁ ଅନୁଧ୍ୟାନ କରି ସରକାର ପ୍ରତି ୧୫ ଦିନରେ ରପ୍ତାନି ଶୁଳ୍କର ସମୀକ୍ଷା କରୁଛନ୍ତି।
ତେବେ ଏହି ପରିବର୍ତ୍ତନ କେବଳ ରପ୍ତାନି ଶୁଳ୍କ କ୍ଷେତ୍ରରେ ଲାଗୁ ହେବ। ଏହାଦ୍ୱାରା ଦେଶ ଭିତରେ ବିକ୍ରି ହେଉଥିବା ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର କିମ୍ବା ଘରୋଇ ବ୍ୟବହାର ଉପରେ ଲାଗୁ ହେଉଥିବା ଶୁଳ୍କରେ କୌଣସି ପରିବର୍ତ୍ତନ ହୋଇନାହିଁ।

1 hour ago
2


