Elephant: ଦନ୍ତାର ଆତଙ୍କ; ହାତୀ ସଂପର୍କିତ ସୂଚନା ଦେବାକୁ ବନ ବିଭାଗର ନିବେଦନ

1 hour ago 2
ARTICLE AD BOX

କଲ୍ୟାଣସିଂହପୁର (ପଦ୍ମନ ଭତ୍ରା):ରାୟଗଡ଼ାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ସେକ୍ସନ ବୁଡ଼ାଗୁଡ଼ା ପଞ୍ଚାୟତରେ ଏକ ଦନ୍ତା ହାତୀ ଆତଙ୍କ ସୃଷ୍ଟି କରୁଛି। ଗତ କିଛି ଦିନ ହେବ ତିନିଟିକିଆ ହାତୀପଲ ଶିକରପାଇ ପଞ୍ଚାୟତ ଅଧିନସ୍ତ ଚକ୍ର କଲାଙ୍ଗ ଗାଁ ପାର୍ଶ୍ଵ ପାହାଡ଼ରେ ଥିଲେ। ସେଥି ମଧ୍ୟରୁ ଏକ ଦନ୍ତା ନିଜ ସାଥୀମାନଙ୍କୁ ଛାଡ଼ି ବୁଡ଼ାଗୁଡ଼ା ପଞ୍ଚାୟତ କଦଳିଚୁଆଁ ଗାଁ ମୁଣ୍ଡ ଦେଇ ଯିବାରୁ ଲୋକେ ଆତଙ୍କିତ ଓ ଭୟଭୀତ ହୋଇ ପଡିଥିଲେ। 

ଦିନକୁ ଦିନ ବନ୍ୟ ଜନ୍ତୁମାନଙ୍କୁ ଖାଦ୍ୟ ଅଭାବ ହେତୁ ଖାଦ୍ୟ ଅନୁସନ୍ଧାନ କରି ସହରୀ ମୁହାଁ ହୋଇପଡୁଛନ୍ତି। ଏମାନେ ଜଙ୍ଗଲରୁ ବାହାରି ଚାଷ ଜମିରେ ପଶି ଅମଳ ଖାଇବା ସହ ପାଦରେ ମାଡ଼ି ଦୋଳି ଚକଟି କପା ସମେତ ବିଭିନ୍ନ ଫସଲ ନଷ୍ଟ କରିବାରେ ଲାଗିଛନ୍ତି। ଗତ କିଛି ଦିନରୁ  ଅଞ୍ଚଳରେ ହାତୀପଲ ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ହାତୀ ଭୟରେ ଚାଷ ଜମିକୁ ଯିବାକୁ ବି ଭୟ କରୁଛନ୍ତି ଅନେକ ଗ୍ରାମବାସୀମାନେ। 

Elephant attack: ଦନ୍ତା ହାତୀ ଆକ୍ରମଣରେ ବରିଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁ!

ଏହି କ୍ରମେ ଉକ୍ତ ଦନ୍ତା ବର୍ତ୍ତମାନ ପୋଡ଼ଚୁଆଁ ବିଜୟନଗର ମଧ୍ୟ୍ୟ ଭାଗ ପାହାଡ଼ରେ ରହିଥିବାର ଖବର ଫରେଷ୍ଟର ଅଶ୍ୱିନୀ କରକରିଆ ସୂଚନା ଦେଇଛନ୍ତି କି ଦନ୍ତାଟି ଆଜି ରାତି ନିଜ ସାଥିଙ୍କ ସନ୍ଧାନ କରି ଯାଇପାରେ ବୋଲି କହିଛନ୍ତି। ଆଉ ମଧ୍ୟ କହିଛନ୍ତି କି ଖବର ପାଇ ବନ ବିଭାଗର ଗାର୍ଡ ଦଳ ଓ ପାରା ଗାର୍ଡମାନେ ପହଞ୍ଚି ହାତୀଙ୍କ ଗତିପଥ ଉପରେ ନଜର ରଖିବା ସହ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ ନିମନ୍ତେ ନିବେଦନ କରି ହାତୀକୁ ଦେଖିବା ମାତ୍ରେ ବିଭାଗକୁ ସୂଚନା ଦେବାକୁ ନିବେଦନ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.