ARTICLE AD BOX
ଯୁକ୍ତରାଷ୍ଟ୍ର ଆମେରିକା ସ୍କୁଲ୍ମାନଙ୍କରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ଏକ ସ୍ବତନ୍ତ୍ର ଡ୍ରୋନ୍ର ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହୋଇଛି। ଜରୁରିକାଳୀନ ସ୍ଥିତିରେ ଏହି ଡ୍ରୋନ୍ କିଛି ସେକେଣ୍ଡ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିପାରିବ। ଏଥିରେ ପେପ୍ପର୍ ସ୍ପ୍ରେ, ତୀବ୍ର ସାଇରନ୍ ଓ ଆଖିଝଲସା ଲାଇଟ୍ ଖଞ୍ଜାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କୁ ବ୍ୟସ୍ତ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା
ଏହା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ତେବେ ଏହି ପ୍ରଯୁକ୍ତିର ବିପଦ ସମ୍ପର୍କରେ ମଧ୍ୟ କିଛି ବିଶେଷଜ୍ଞ ଚିନ୍ତା ପ୍ରକଟ କରୁଛନ୍ତି। କାରଣ ଏହି ଡ୍ରୋନ୍ ଭୁଲ୍ ବ୍ୟକ୍ତିଙ୍କୁ ଆକ୍ରମଣକାରୀ ଭାବେ ଚିହ୍ନଟ କରି ତାଙ୍କ ଉପରେ ଆକ୍ରମଣ କଲେ ନିର୍ଦୋଷ ଲୋକଙ୍କର କ୍ଷତି ହୋଇପାରେ। ସ୍କୁଲ୍ ସୁରକ୍ଷାରେ ଡ୍ରୋନ୍ ବ୍ୟବହାର ଭବିଷ୍ୟତରେ କେତେ ସଫଳ ହେବ, ତାହା ଏହି ପରୀକ୍ଷାମୂଳକ ପ୍ରକଳ୍ପର ଫଳାଫଳ ଉପରେ ନିର୍ଭର କରିବ।
Heavy rain: କେରଳରେ ବର୍ଷା ବିପର୍ଯ୍ୟୟ, ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି

1 hour ago
2


