Patients Suffer ରିଷିଡ଼ା ଚିକିତ୍ସାଳୟ ଡାକ୍ତର ଛୁଟିରେ, ଚିକିତ୍ସାପାଇଁ ରୋଗୀ ‌ଅପକ୍ଷାରତ

1 week ago 5
ARTICLE AD BOX

କର୍ଲାମୁଣ୍ଡା (ଭଜଶ୍ୟାମ ସାହୁ): କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ସ୍ଥିତ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଆଜକୁ ପ୍ରାୟ ୨ମାସ ହେଲା ଛୁଟିରେ ଅଛନ୍ତି। ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନଥିବାରୁ ରୋଗୀ ସେବା ବ୍ୟାହତ ହୋଇଛି। ଅନେକ ରୋଗୀ ଚିକିତ୍ସା ସେବା ନିମନ୍ତେ ଅପେକ୍ଷା କରି ଘରୋଇ ନର୍ସିଂହୋମ୍‌ର ଦ୍ବାରସ୍ଥ ହେବା ଦେଖିବାକୁ ମିଳୁଛି।  

ବିଏମ୍‌ସି ହସ୍ପିଟାଲରେ ମେସିନ୍‌ ନାହିଁ କି ଡାକ୍ତର ନାହାନ୍ତି

 ନିୟମାନୁସାରେ, ଜଣେ ଡାକ୍ତର ଛୁଟିରେ ରହିଲେ ସେହି ସ୍ଥାନରେ ଆଉ ଜଣେ ଡାକ୍ତରକୁ ସାମୟିକ ଭାବେ ନିୟୋଜିତ କରିବା କଥା, କିନ୍ତୁ ଏ ଦିଗରେ ସ୍ୱାସ୍ଥ୍ୟବିଭାଗ ତତ୍ପରତା ଦେଖାଉନାହିଁ। ଜଣେ ଆୟୁଷ ଡାକ୍ତରଙ୍କୁ ଦାୟିତ୍ବ ଦେଇ ବିଭାଗ ଚୁପ ବସିଛି।  

There is a bed, but no doctor: ଶଯ୍ୟା ଅଛି, ଡାକ୍ତର ନାହାନ୍ତି

ଅଞ୍ଚଳରେ ରିଷିଡା ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଦୈନିକ ୧୦୦ରୁ ୨ଶହ ରୋଗୀ ଚିକିତ୍ସା ଓ ସ୍ବାସ୍ଥ୍ୟ ସମ୍ପର୍କିତ ପରାମର୍ଶ ନିମନ୍ତେ ଏଠାକୁ ଆସିଥାନ୍ତି। ଏଠାରେ ପ୍ରସୂତୀ ଓ ପ୍ରସବ ବିଭାଗ ଥିବାରୁ ସ୍ଥାୟୀ ଭାବେ ଅନ୍ତତଃ ଜଣେ ଏମବିବିଏସ ଡାକ୍ତର ରହିବା କଥା କିନ୍ତୁ ସେଥିପ୍ରତି ମଧ୍ୟ ଅବହେଳା ପ୍ରଦର୍ଶନ କରାଯାଉଛି। 

ରାଜ୍ୟରେ ଡାକ୍ତର ନାହାନ୍ତି,‌ ରୋଗୀ ସେବା କରିବ କିଏ

 ଗତ ସୋମବାର ଭବାନୀପାଟଣା ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମଜନଶୁଣାଣୀ ଶିବିରରେ ସ୍ଥାନୀୟ ଯୁବସଂଗଠକ ସଲିମ ଶେଖର ରଣା ଏନେଇ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସିଡିଏମଓ ୭ଦିନ ମଧ୍ୟରେ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରିଥିଲେ । ବର୍ତ୍ତମାନ ସମୟରେ କର୍ଲାମୁଣ୍ଡା ସିଏଚ୍‌ସିରୁ ଜଣେ ଡାକ୍ତରଙ୍କୁ ଏଠାରେ ସାମୟିକ ଭାବେ ନିୟୋଜିତ କରିବା ସହ ଏଠାରେ ଆବଶକୀୟ ଖାଲି ପଦବି ପୂରଣ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଦୃଷ୍ଟିଦେବାକୁ ଦାବି ହେଉଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନତ୍ମ ପଦକ୍ଷେପ ନିଆଯିବ ବୋଲି ଯୁବଗୋଷ୍ଠୀ ଚେତାବନୀ ଦେଇଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.