ARTICLE AD BOX
ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାଗୁଡ଼ି ବଜାରସ୍ଥିତ ବାସୁଦେବ ପାଥୋଲାବରେ ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ବିଭିନ୍ନ କାଗଜପତ୍ର ଓ ରେକର୍ଡର ଯାଞ୍ଚ କରାଯାଇଛି।
/sambad/media/media_files/2026/08/06/raid-2026-08-06-13-46-35.jpeg)
ସୋର: ବାଲେଶ୍ୱରଜିଲ୍ଲା ସୋର ଥାନା ଅନ୍ତର୍ଗତ ବାଗୁଡ଼ି ବଜାରସ୍ଥିତ ବାସୁଦେବ ପାଥୋଲାବରେ ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ବିଭିନ୍ନ କାଗଜପତ୍ର ଓ ରେକର୍ଡର ଯାଞ୍ଚ କରାଯାଇଛି। ଏହି ଚଢ଼ାଉରେ ଡ୍ରଗ୍ସ ବିଭାଗର ଅଧିକାରୀ ଓ ସୋର ପୁଲିସ ସହଯୋଗ କରିଥିଲେ। ଉକ୍ତ ପାଥୋଲାବରେ ବିଭିନ୍ନ ପ୍ରକାର ଅନିୟମିତତା ଓ ଜାଲିଆତି ହେଉଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ପାଥୋଲାବର ବିଭିନ୍ନ ଲାଇସେନ୍ସ, ରେଜିଷ୍ଟର ଓ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଯାଞ୍ଚ କରାଯାଇଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


