ARTICLE AD BOX
ନୂଆଦିଲ୍ଲୀ:ଆୟୁର୍ବେଦିକ ଔଷଧଠାରୁ ଆରମ୍ଭ କରି ଖାଇବା ତେଲ ପର୍ଯ୍ୟନ୍ତ ବିଭିନ୍ନ ଜିନିଷ ବିକ୍ରି କରୁଥିବା ବାବା ରାମଦେବଙ୍କ କମ୍ପାନି ପତଞ୍ଜଳି ଆୟୁର୍ବେଦ ବୀମା ବଜାରରେ ପ୍ରବେଶ କରିବାକୁ ଯାଉଛି। ମାଗ୍ମା ଜେନେରାଲ୍ ଇନ୍ସ୍ୟୁରାନ୍ସକୁ କିଣିବା ପାଇଁ ଏହା ଦେଇଥିବା ପ୍ରସ୍ତାବକୁ ‘ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ’ (ଆଇଆର୍ଡିଏଆଇ) ମଞ୍ଜୁର କରିଛନ୍ତି।
୪୫୦୦ କୋଟି ଟଙ୍କାର ଡିଲ୍
ମାଗ୍ମା ଜେନେରାଲ୍ ଇନ୍ସ୍ୟୁରାନ୍ସକୁ ପତଞ୍ଜଳି ଓ ଚକୋଲେଟ୍ ତଥା ପାନ ମସଲା ନିର୍ମାତା ଡିଏସ୍ ଗ୍ରୁପ୍ ମିଳିତ ଭାବେ କିଣିବେ। ସେଥିପାଇଁ ୪୫୦୦ କୋଟି ଟଙ୍କାର ଡିଲ୍ ହୋଇଛି। ପତଞ୍ଜଳି କମ୍ପାନିର ୭୩.୬ ପ୍ରତିଶତ ଓ ଡିଏସ୍ ଗ୍ରୁପ୍ ଅବଶିଷ୍ଟ ୨୪.୫ ପ୍ରତିଶତ ଅଂଶଧନ କିଣିବ। ମାଗ୍ମା ଜେନେରାଲ ଇନସ୍ୟୁରାନ୍ସର ମାଲିକାନା ସିରମ୍ ଇନଷ୍ଟିଚ୍ୟୁଟ୍ର ମାଲିକ ଅଦାର ପୁନାୱାଲାଙ୍କ କମ୍ପାନି ସନୋଟି ପ୍ରପର୍ଟିଜ୍ ପାଖରେ ଥିଲା। ତାହା ବିକ୍ରି ହେବା ପରେ ପତଞ୍ଜଳି କମ୍ପାନିର ନୂଆ ମାଲିକ ହେବ।
Pakistan Protest: ଜନତାଙ୍କ ସ୍ୱରକୁ ଦମନ କରାଯିବା ଉଚିତ୍ ନୁହେଁ: ମେହବୁବା ମୁଫତି
୨୦୨୫ରେ ସେୟାର ଅଦଳବଦଳ ନେଇ ବୁଝାମଣା ହୋଇଥିଲା। କିନ୍ତୁ ନିୟାମକ ମଞ୍ଜୁରି ମିଳିବାରେ ଅଧିକ ବିଳମ୍ବ କାରଣରୁ ତାହା ଏତେ ଦୂର ପର୍ଯ୍ୟନ୍ତ ଆସିଛି। ନିୟାମକ ଅନୁମୋଦନ ମିଳିବାରେ ୧୬ ମାସ ବିଳମ୍ବ ହୋଇଛି। ଆଇଆର୍ଡିଏଆଇ ମଞ୍ଜୁରି ଦେଇଥିବାରୁ କମ୍ପାନିର ମାଲିକାନା ପରିବର୍ତ୍ତନ ପାଇଁ ପଥ ପରିଷ୍କାର ହୋଇଛି। ମାଲିକାନା ହସ୍ତାନ୍ତରର ସବୁ ପ୍ରକ୍ରିୟା ଶେଷ ହୋଇଯିବା ପରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣ ଏହି କମ୍ପାନିର ମାଲିକ ହେବେ।

52 minutes ago
2


