ARTICLE AD BOX
ଗରବା ହେଉଛି ଗୁଜରାଟର ପାରମ୍ପରିକ ନୃତ୍ୟ। ନବରାତ୍ରି ଆସିଲେ ଏହି ନୃତ୍ୟ ନେଇ ଉତ୍ସାହ ବଢ଼ିଯାଏ। ଏବେ ଦେଶର ପ୍ରାୟ ସବୁ ପ୍ରାନ୍ତରେ ଗରବାରେ ଅଂଶଗ୍ରହଣ କରିବା ପାଇଁ ପ୍ରବଳ ଆଗ୍ରହ। ହେଲେ ଏହି ଉତ୍ସବରେ ଯୋଗ ଦେବା ପାଇଁ ସାଥୀ ଖୋଜିବା ଏକ ସମସ୍ୟା ହୋଇଥାଏ। ଏହାର ସମାଧାନ ପାଇଁ ଏବେ ସୋସିଆଲ୍ ମିଡିଆରେ ଭଡ଼ାରେ ‘ଗରବା ପାର୍ଟନର୍’ ମିଳୁଛନ୍ତି! ଅହମଦାବାଦରେ ଏଭଳି କିଛି ପୋଷ୍ଟ ଇନ୍ଷ୍ଟାଗ୍ରାମ୍ ସମେତ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ପୋଷ୍ଟଗୁଡ଼ିକରେ ଟଙ୍କା ଦେଇ ଗରବା ନୃତ୍ୟ ପାଇଁ ସାଥୀ ଭଡ଼ାରେ ନେବାର ପ୍ରସ୍ତାବ ଦିଆଯାଇଛି।
Horoscope 2026 September 23: ଜାଣନ୍ତୁ ଆଜିର ରାଶିଫଳ...
କେତେକ ପୋଷ୍ଟରେ ‘ସିଲ୍ଭର୍’, ‘ଗୋଲ୍ଡ’ ଓ ‘ପ୍ଲାଟିନମ୍’ ଭଳି ତିନି ପ୍ରକାରର ପ୍ୟାକେଜ୍ ମଧ୍ୟ ଦେଖିବାକୁ ମିଳିଛି। ସିଲ୍ଭର୍ ପ୍ୟାକେଜ୍ର ଦାମ ପ୍ରାୟ ୧,୦୦୦ ଟଙ୍କା ଏବଂ ଏଥିରେ ଦୁଇ ଘଣ୍ଟା ଗରବା ଖେଳିବା, ମ୍ୟାଚିଂ ପୋଷାକ, ଗରବା ଷ୍ଟେପ୍ ଶିଖିବା ଏବଂ ସେଲ୍ଫି ନେବା ଭଳି ସୁବିଧା ରହିଛି। ସେହିପରି ଗୋଲ୍ଡ ପ୍ୟାକେଜ୍ର ଦାମ ୧,୫୦୦ରୁ ୨,୦୦୦ ଟଙ୍କା ମଧ୍ୟରେ ଥିବା କୁହାଯାଇଛି। ଏଥିରେ ଅଧିକ ସମୟ ଏକାଠି ନୃତ୍ୟ କରିବା ସହ ଫଟୋ ଓ ରିଲ୍ କରିବାର ସୁବିଧା ରହିଛି। ପ୍ଲାଟିନମ୍ ପ୍ୟାକେଜ୍ର ଦାମ କେତେକ ପୋଷ୍ଟରେ ୨,୦୦୦ରୁ ୬,୫୦୦ ଟଙ୍କା ପର୍ଯ୍ୟନ୍ତ ଦର୍ଶାଯାଇଛି। ଏଥିରେ ରାତିସାରା ଗରବା ଖେଳିବା, ନୃତ୍ୟ ଶିଖାଇବା, ଫଟୋ ଓ ରିଲ୍ କରିବା, ହାତ ଧରିବା ଏବଂ ଖାଇବାକୁ ଯିବା ଭଳି ସୁବିଧା ସମ୍ପର୍କରେ ଉଲ୍ଲେଖ କରାଯାଇଛି।
PM Surya Ghar: ପିଏମ୍ ସୂର୍ଯ୍ୟଘରରେ ଠକିଗଲେ ହିତାଧିକାରୀ
ତେବେ ପୋଷ୍ଟଗୁଡ଼ିକ ଭାଇରାଲ୍ ହେବା ପରେ ଅହମଦାବାଦ ସାଇବର୍ ଅପରାଧ ବିଭାଗ ତଦନ୍ତ ଆରମ୍ଭ କରିଛି। ପୋଷ୍ଟଗୁଡ଼ିକ ପଛରେ କିଏ ଅଛନ୍ତି ଏବଂ ଏହା ପ୍ରକୃତ ସେବା ନା ଠକେଇର ମାଧ୍ୟମ, ତାହା ଯାଞ୍ଚ କରାଯାଉଛି। ସାଇବର୍ ଅଧିକାରୀଙ୍କ ଆଶଙ୍କା, ଏଭଳି ପୋଷ୍ଟ ମାଧ୍ୟମରେ ବ୍ୟକ୍ତିଗତ ତଥ୍ୟ ହାସଲ, ଅର୍ଥ ହଡ଼ପ କିମ୍ବା ସୋସିଆଲ୍ ମିଡିଆ ଆକାଉଣ୍ଟ ହ୍ୟାକିଂ ଭଳି ଅପରାଧ ହୋଇପାରେ।

5 days ago
6


