Parliament: ସଂସଦରେ ପାଣିକୋଇଲି ଟ୍ରମା କେୟାର ପ୍ରସଙ୍ଗ: ପିପିପି ମୋଡ୍‌ରେ କେରଳ ସଂସ୍ଥାକୁ ପରିଚାଳନା ଦାୟିତ୍ୱ

2 hours ago 1
ARTICLE AD BOX

ଯାଜପୁର/କୋରେଇ: ଯାଜପୁର ପାଣିକୋଇଲିଠାରେ ୧୦୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ୨୦୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଣ୍ଟରକୁ କାର୍ଯ୍ୟକ୍ଷମ କରିବା ପ୍ରସଙ୍ଗ ଲୋକସଭାରେ ଉଠିଛି। କୋରାପୁଟ ସାଂସଦ ସପ୍ତଗିରି ଉଲାକା ଗତ ଜୁଲାଇ ୩୧ରେ ଏ ନେଇ ପ୍ରଶ୍ନ ଉଠାଇଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ପ୍ରତାପରାଓ ଯାଦବ ଘରୋଇ-ସରକାରୀ ସହଭାଗିତା (ପିପିପି ମୋଡ୍‌)ରେ ଏହା ଚାଲିବ ବୋଲି ଉତ୍ତର ରଖିଛନ୍ତି।

Tur dal: ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍‌ ଉନ୍ମୋଚନ କଲେ ଭାରତୀୟ ବିଜ୍ଞାନୀ

ବର୍ଷକ ତଳେ ହୋଇଥିଲା ଉଦ୍‌ଘାଟନ ଏବେ ବି ତାଲା ଝୁଲିଛି

ସାଂସଦ ଶ୍ରୀ ଉଲାକା ପ୍ରଶ୍ନରେ ଉଲ୍ଲେଖ କରିଥିଲେ ଯେ ୨୦୨୫ ଜୁନ୍‌ରେ ଉଦ୍‌ଘାଟିତ ଏହି ଟ୍ରମା କେୟାର ସେଣ୍ଟର ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ଜାତୀୟ ରାଜପଥ-୧୬ ଓ ୨୦ର ସଙ୍ଗମସ୍ଥଳ ପାଣିକୋଇଲିରେ ଅବସ୍ଥିତ ଏହି ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ର ଯାଜପୁର ସହ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ାକେନ୍ଦୁଝର ଜିଲ୍ଲାର ଲୋକଙ୍କ ପାଇଁ ଜରୁରି ସ୍ୱାସ୍ଥ୍ୟସେବାର ପ୍ରମୁଖ ଭରସା ହୋଇପାରିବ। ନିର୍ମାଣ ଓ ଅତ୍ୟାଧୁନିକ ଉପକରଣ ସ୍ଥାପନ ସରିଥିଲେ ମଧ୍ୟ ସେବା ଆରମ୍ଭ ହେଉ ନ ଥିବାରୁ ଅସନ୍ତୋଷ ବଢ଼ୁଥିବା ସେ କହିଥିଲେ। ଏହାର ଜବାବ ରଖି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ କହିଥିଲେ, ଓଡ଼ିଶା ସରକାର ଟ୍ରମା କେୟାର ସେଣ୍ଟରକୁ ପିପିପି ମୋଡ୍‌ରେ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ପରିଚାଳନା ଦାୟିତ୍ୱ କେରଳର ଏଚ୍‌ଏଲ୍‌ଏଲ୍‌ ଲାଇଫ୍‌କେୟାର ଲିମିଟେଡ୍‌କୁ ଦିଆଯାଇଛି। ଖୁବ୍‌ଶୀଘ୍ର ଏହି ସଂସ୍ଥା କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବ ବୋଲି ସେ ସୂଚନା ଦେଇଥିଲେ। 

Palm trees: ଗ୍ରାମୀଣ ଜୀବନର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ ‘ତାଳଗଛ’

ଏପରି ସ୍ଥିତିରେ ପାଣିକୋଇଲି ଟ୍ରମା କେୟାର ସେଣ୍ଟରକୁ ଉପଖଣ୍ଡସ୍ତରୀୟ ସରକାରୀ ହସ୍‌ପିଟାଲ୍ ଘୋଷଣା କରିବା ଦାବି ପୁଣିଥରେ ଜୋର୍‌ ଧରିଛି। ଯାଜପୁର ୟୁଥ୍‌ ଫୋରମ୍ ପକ୍ଷରୁ ଆଇନଜୀବୀ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ପ୍ରାୟ ୧୦ ହଜାର ଲୋକଙ୍କ ସ୍ୱାକ୍ଷର ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ପୂର୍ବରୁ ପ୍ରଦାନ କରାଯାଇଛି। ଫୋରମ୍‌ର ମତ ହେଲା, ୨୦୦ ଶଯ୍ୟାବିଶିଷ୍ଟ ଏହି କେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ହସ୍‌ପିଟାଲ୍ ମାନ୍ୟତା ଦିଆଗଲେ ଜନସାଧାରଣ ଉନ୍ନତ ଚିକିତ୍ସା ସୁବିଧା ପାଇବେ। ଅନ୍ୟପକ୍ଷରେ ପିପିପି ମୋଡ୍‌ରେ ପରିଚାଳନା ହେଲେ ମଧ୍ୟବିତ୍ତ ଓ ଗରିବ ରୋଗୀମାନେ ଆର୍ଥିକ ବୋଝ ବହନ କରିବାକୁ ବାଧ୍ୟ ହେବେ ବୋଲି ଫୋରମ୍ ଆଶଙ୍କା ପ୍ରକାଶ କରିଛି। ସରକାର ନିଷ୍ପତ୍ତିରେ ପରିବର୍ତ୍ତନ ନ ଆଣିଲେ ଆଗାମୀ ଦିନରେ ଜୋର୍‌ଦାର ଆନ୍ଦୋଳନ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.