ARTICLE AD BOX
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନକୁ ନେଇ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯିବାର ୮୮ ଦିନ ବିତିଥିଲେ ମଧ୍ୟ ଅଧିବେଶନର ଔପଚାରିକ ସମାପ୍ତି ଘୋଷଣା କରାଯାଇନାହିଁ। ଏହା ୨୦୦୮ରେ ବିନା ମୁଲତବୀରେ ଅଧିବେଶନ ଜାରି ରହିବାର ୮୭ ଦିନର ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷ ଅଗଷ୍ଟ ୧୩ରେ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା।
୫୪୩ରୁ ସର୍ବାଧିକ ୮୫୦କୁ ବୃଦ୍ଧି
ନଭେମ୍ବର ୯ (ସୋମବାର) ସକାଳ ସୁଦ୍ଧା ଉଭୟ ଗୃହର ଅଧିବେଶନ ଔପଚାରିକ ଭାବେ ସମାପ୍ତ କରାଯାଇ ନଥିଲା। ଫଳରେ ସ୍ବଳ୍ପ ସମୟର ନୋଟିସ୍ରେ ପୁଣି ସଂସଦ ବସିବାର ବାଟ ଖୋଲା ରହିଛି। ସରକାର ଅଧିବେଶନ ଶେଷ ନକରିବା ପଛରେ ମହିଳା ସଂରକ୍ଷଣ ବିଲ୍ ସହ ଜଡ଼ିତ ପ୍ରସ୍ତାବିତ ସମ୍ବିଧାନ ସଂଶୋଧନକୁ ନେଇ ସ୍ୱତନ୍ତ୍ର ବୈଠକର ସମ୍ଭାବନା ଚର୍ଚ୍ଚା ହେଉଛି। ଏହି ପ୍ରସ୍ତାବରେ ସୀମା ପୁନଃ ନିର୍ଦ୍ଧାରଣ ମାଧ୍ୟମରେ ଲୋକସଭା ଆସନ ସଂଖ୍ୟା ୫୪୩ରୁ ସର୍ବାଧିକ ୮୫୦କୁ ବୃଦ୍ଧି କରିବାର ଲକ୍ଷ୍ୟ ରହିଛି।
Gold Particles: ଗଛର ପତ୍ରରେ ତିଆରି ହେଉଛି ସୁନା! ବୈଜ୍ଞାନିକଙ୍କୁ ଚକିତ କଲା ପ୍ରକୃତିର ଅଦ୍ଭୁତ ରହସ୍ୟ
ସୂଚନା ଅନୁସାରେ ଚାଲୁଥିବା ଅଧିବେଶନରେ ପୁଣି ବୈଠକ ଡାକିବାକୁ ଅତି କମ୍ରେ ଦୁଇ ଦିନର ନୋଟିସ୍ ଆବଶ୍ୟକ। ନୂଆ ଅଧିବେଶନ ଡାକିବାକୁ ୧୪ ଦିନର ନୋଟିସ୍ ଦେବାକୁ ପଡ଼ିଥାଏ। ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୭ରେ ବଜେଟ୍ ଅଧିବେଶନର ସ୍ୱତନ୍ତ୍ର ବୈଠକରେ ସମାନ ଧରଣର ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ଆବଶ୍ୟକ ସମର୍ଥନ ପାଇନଥିଲା। ତେବେ ଅଧିବେଶନ ମୁଲତବୀ ପରେ ଏହାକୁ ଔପଚାରିକ ଭାବେ ଶେଷ କରିବା ପାଇଁ ସମ୍ବିଧାନରେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ତେଣୁ ଅଧିବେଶନ ଦୀର୍ଘଦିନ ଧରି ଜାରି ରହିବା କୌଣସି ସାମ୍ବିଧାନିକ ଅନିୟମିତତା ନୁହେଁ।

55 minutes ago
1


