ARTICLE AD BOX
ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହା ବେଶ୍ ସରଗରମ ହେବାର ସମ୍ଭାବନା ରହିଛି। ଏହି ଅଧିବେଶନରେ କେନ୍ଦ୍ର ସରକାର ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାକୁ ଯୋଜନା କରିଛନ୍ତି। ଅନ୍ୟପଟେ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।
ଅଧିକ ପଢନ୍ତୁ :Parliament Monsoon Session: ସଂସଦର କାର୍ଯ୍ୟସୂଚୀରେ ନାହିଁ ସୀମା ପୁନଃନିର୍ଦ୍ଧାରଣ ବିଲ୍
ବିଶେଷ କରି ନିଟ୍ (NEET) ପେପର ଲିକ୍ ଦୁର୍ନୀତି ଏବଂ ମନ୍ଦିର ଚଢ଼ାଉ ଚୋରି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଗୃହରେ ତୀବ୍ର ତର୍କ ଓ ହଟ୍ଟଗୋଳ ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ଦରବୃଦ୍ଧି, ବେକାରୀ ସମସ୍ୟା ଏବଂ ସୀମା ସୁରକ୍ଷାକୁ ନେଇ ମଧ୍ୟ ବିରୋଧୀ ସରକାରଙ୍କୁ ପ୍ରଶ୍ନବାଣରେ ଜର୍ଜରିତ କରିପାରନ୍ତି। ଏଥିସହିତ ମୁଖ୍ୟ ପ୍ରସଙ୍ଗ ରହିବ ସୋନମ ୱାଙ୍ଗସୁଙ୍ଗଙ୍କ ଅନଶନକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ।

23 hours ago
1


