Paralakhemundi police: ବେଆଇନ ବାଣ ଗଚ୍ଛିତ ଅଭିଯୋଗ ପରେ ଗୋଦାମ  ହେଲା ସିଲ୍‌: ଲକ୍ଷାଧିକ ଟଙ୍କାର ବାଣ ଜବତ

1 week ago 10
ARTICLE AD BOX

ପାରଳାଖେମୁଣ୍ଡି: ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଅଭିଯୋଗ ପରେ ପାରଳାଖେମୁଣ୍ଡି ପୁଲିସ ଚଢ଼ାଉ କରି ଏକ ବାଣ ଗୋଦାମକୁ ସିଲ୍‌ କରିଛି। ଚଢ଼ାଉ ବେଳେ ପ୍ରାୟ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ଜବତ ହୋଇଥିବା ବେଳେ ଦୋକାନ ମାଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠ ଯିବା ରାସ୍ତାକଡ଼ରେ ଥିବା ଲାଡି ରମେଶଙ୍କ ବାଣ ଦୋକାନ ଓ ଗୋଦାମ ଉପରେ ପୁଲିସ ଚଢ଼ାଉ କରିଥିଲା। ଯାଞ୍ଚ ସମୟରେ ଗୋଦାମରେ ବିପୁଳ ପରିମାଣର ବାଣ ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା। ଏହି ବାଣ ଗଚ୍ଛିତ ଓ ବିକ୍ରି ପାଇଁ ଆବଶ୍ୟକ ଲାଇସେନ୍ସ କିମ୍ବା ବୈଧ ଦସ୍ତାବିଜ ମିଳି ନଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏହାପରେ ପୁଲିସ ଗୋଦାମକୁ ସିଲ୍‌ କରିବା ସହ ବାଣଗୁଡ଼ିକୁ ଜବତ କରିଛି। ଘଟଣାରେ ଦୋକାନ ମାଲିକଙ୍କୁ ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଛି। ଜବତ ବାଣର ପରିମାଣ, ମୂଲ୍ୟ ଓ ଏହାର ଉତ୍ସ ସମ୍ପର୍କରେ ପୁଲିସ ଅଧିକ ତଦନ୍ତ କରୁଛି।

ଡ୍ୟୁଟିରେ ହଠାତ୍ ଅସୁସ୍ଥ ହୋଇ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ, ପରିବାରର ଏକମାତ୍ର ରୋଜଗାରିଆ ପୁଅଙ୍କୁ ହରାଇ ଶୋକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.