judgment reserved: ଶୁଣାଣି ଶେଷ, ରାୟ ସଂରକ୍ଷିତ: ସୁପ୍ରିମକୋର୍ଟରେ ଡିଜିପି ଚୟନ ପ୍ରକ୍ରିୟା ମାମଲା, ଅକ୍ଟୋବର ୮ରେ ରାୟ ଆସିପାରେ

50 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଓଡ଼ିଶାର ବହୁଚର୍ଚ୍ଚିିତ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ପ୍ରକ୍ରିୟାକୁ ନେଇ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ବିସ୍ତୃତ ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି। ଏହି ଶୁଣାଣି ଆଜି ପ୍ରାୟତଃ ଶେଷ ହୋଇଯାଇଛି। ରାୟ ସଂରକ୍ଷିତ ରହିଛି। ତେବେ ଅକ୍ଟୋବର ୮ରେ ଝାଡ଼ଖଣ୍ଡ ଡିଜିପି ମାମଲା ସମ୍ପର୍କିତ ଏକ ସମାନ ଆବେଦନର ଶୁଣାଣି ହେବା ପରେ ହିଁ ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି।  

Special campaign: ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ସମେତ ଜନସ୍ୱାର୍ଥ ମାମଲା ଦାୟର କରିଥିବା ଆବେଦନକାରୀ ଓ ସମସ୍ତ ପ୍ରତିପକ୍ଷଙ୍କ ଯୁକ୍ତି ତଥା ପ୍ରତିଯୁକ୍ତିକୁ ଶୁଣିଥିଲେ। ଶୁଣାଣି ସମୟରେ ଲେଭଲ୍-୧୫ ଓ ଲେଭଲ୍-୧୬ର ଆଇପିଏସ୍ ଅଧିକାରୀମାନଙ୍କୁ ଚୟନ ପରିସରରେ ସାମିଲ କରିବା ଏବଂ ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍‌କୁ ନେଇ ଆଜି ମଧ୍ୟ ଯୁକ୍ତିତର୍କ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ଓ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଥିଲେ। ଶ୍ରୀ ମେହେଟା କହିଥିଲେ, ଡିଜିପି ପଦବି ପାଇଁ ଯୋଗ୍ୟ ଆଇପିଏସ୍ ଅଧିକାରୀମାନଙ୍କୁ ପଦୋନ୍ନତି ଦେବା ନେଇ ବିଚାର କରିବା ପାଇଁ ୨୦୨୬ ଅଗଷ୍ଟ ୧୦ରେ ଏକ ସ୍କ୍ରିନିଂ କମିଟି ବୈଠକ ହୋଇଥିଲା।

କମିଟି ଅଧିକାରୀମାନଙ୍କର ପରଫର୍ମାନ୍ସ ଆପ୍ରେଜାଲ୍ ରିପୋର୍ଟ, ଅନ୍ୟାନ୍ୟ ସେବା ରେକର୍ଡ ଓ ସାମଗ୍ରିକ କାର୍ଯ୍ୟଦକ୍ଷତାର ଯାଞ୍ଚ କରିବା ପରେ ସଞ୍ଜୀବ କୁମାର ପଣ୍ଡା ଓ ଯଶବନ୍ତ କୁମାର ଜେଠୱାଙ୍କୁ ଆଇପିଏସ୍‌ର ଲେଭଲ୍-୧୬କୁ ପଦୋନ୍ନତି ପାଇଁ ଯୋଗ୍ୟ ବୋଲି ବିବେଚନା କରିଥିଲା। ଏହି ଦୁଇ ଅଧିକାରୀଙ୍କୁ ପ୍ରଥମେ ଅସ୍ଥାୟୀ ଏକ୍ସ-କ୍ୟାଡର ପଦବି ସ୍ଥାନରେ ପଦୋନ୍ନତି ଦିଆଯାଇଥିଲା। ପରେ ବରିଷ୍ଠ ଅଧିକାରୀମାନେ ଅବସର ନେବା ପରେ ନିୟମିତ କ୍ୟାଡରରେ ଖାଲି ପଡ଼ୁଥିବା ପଦବିରେ ସେମାନଙ୍କୁ ନିଯୁକ୍ତ କରାଯିବାର ବ୍ୟବସ୍ଥା ଥିଲା। ଡିଜିପି ପ୍ୟାନେଲ୍ ପ୍ରସ୍ତୁତ କରିବା ପାଇଁ ୟୁପିଏସ୍‌ସି ନିକଟକୁ ନାମ ପଠାଇବା ସମୟରେ ରାଜ୍ୟ ସରକାର କେବଳ ଲେଭଲ୍-୧୬ ପଦବିରେ ଥିବା ଅଧିକାରୀଙ୍କ ମଧ୍ୟରେ ସୀମିତ ରହିବାକୁ ବାଧ୍ୟ ନୁହନ୍ତି। ୟୁପିଏସ୍‌ସି ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟ ସରକାର ଲେଭଲ୍-୧୫ରେ ଥିବା ଏବଂ ଭବିଷ୍ୟତରେ ଲେଭଲ୍-୧୬କୁ ପଦୋନ୍ନତି ପାଇବାର ସମ୍ଭାବନା ଥିବା ଅଧିକାରୀମାନଙ୍କ ନାମ ମଧ୍ୟ ପଠାଇ ପାରିବେ। ଅଧିକ ସଂଖ୍ୟକ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଚାର ପରିସରରେ ରଖିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିଲା। 

Missing: କୈବଲ୍ୟ ହାଟରେ ସ୍ୱାମୀଙ୍କୁ ବସାଇ ପାଣି ଆଣିବାକୁ ଯାଇଥିଲେ ପ୍ରମିଳା, ଫେରି ଦେଖିଲା ବେଳକୁ ନଥିଲେ ରମାକାନ୍ତ

ସେ ଆହୁରି ଯୁକ୍ତି ଦର୍ଶାଇଥିଲେ ଯେ ରାଜ୍ୟର ପୁଲିସ ମୁଖ୍ୟଙ୍କ ଚୟନ କେବଳ ବରିଷ୍ଠତା ଆଧାରରେ ହୁଏ ନାହିଁ; ପୁଲିସ ବାହିନୀର ନେତୃତ୍ୱ ନେବା ପାଇଁ ଅଧିକାରୀଙ୍କ ଯୋଗ୍ୟତା ଓ ଦକ୍ଷତା ମଧ୍ୟ ବିଚାର କରାଯାଏ। ୟୁପିଏସ୍‌ସି ଶେଷରେ ଯୋଗ୍ୟ ଅଧିକାରୀମାନଙ୍କର ମୂଲ୍ୟାଙ୍କନ କରି ତିନି ଜଣରୁ ଅଧିକ ନାମ ନଥିବା ଏକ ପ୍ୟାନେଲ୍ ରାଜ୍ୟକୁ ପଠାଏ। 
ଶୁଣାଣି ସମୟରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ସମ୍ପୃକ୍ତ ନିର୍ଦ୍ଦେଶାବଳୀର କ୍ଲଜ୍ ୨ଏ ଓ ୨ବି କେଉଁଭଳି କାର୍ଯ୍ୟକାରୀ ହେବା ଉଚିତ, ତାହା ନେଇ ପ୍ରଶ୍ନ ଉଠାଇଥିଲେ।

ଗୋଟିଏ ରାଜ୍ୟରେ ଯଦି ତିନି ଜଣରୁ ଅଧିକ ଲେଭଲ୍-୧୬ ଅଧିକାରୀ ଉପଲବ୍ଧ ଥାଆନ୍ତି, ତେବେ କ୍ଲଜ୍ ୨ଏ ଅନୁଯାୟୀ ପ୍ରଥମେ ସେହି ଅଧିକାରୀମାନଙ୍କୁ ନେଇ ଚୟନ ପରିସର ଗଠନ କରାଯିବା ଉଚିତ କି ନାହିଁ ଏବଂ ତା’ପରେ ଲେଭଲ୍-୧୫ ଅଧିକାରୀମାନଙ୍କୁ ବିଚାରକୁ ନିଆଯିବ କି ନାହିଁ,ଏହାକୁ ନେଇ ଆଲୋଚନା କରିଥିଲେ। ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଖୋଲା କୋର୍ଟରେ ଦେବାର ସମ୍ଭାବନା କମ୍‌। ତେଣୁ ଝାଡ଼ଖଣ୍ଡ ଡିଜିପି ମାମଲାର ଶୁଣାଣି ପରେ ଓଡ଼ିଶା ଡିଜିପି ଚୟନ ରାୟକୁ ଅପେକ୍ଷା ରହିବ ବୋଲି ଜଣାଶୁଣା ଆଇନୀଜୀବୀ ସଂଗ୍ରାମ ପଟ୍ଟନାୟକ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.