ARTICLE AD BOX
ଜଗତସିଂହପୁର: ପାରାଦୀପ ବନ୍ଦରକୁ ‘ମେଗା ବନ୍ଦର’ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଭାରତୀୟ ବନ୍ଦର ଆଇନ-୨୦୨୫, ଧାରା ୭୩ର ଉପ-ଧାରା (୧) ଅନୁଯାୟୀ ନିର୍ଦ୍ଧାରିତ ମାନଦଣ୍ଡ ଅନୁସରଣ କରି ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଆଜି ଏହି ଗେଜେଟ ବିଜ୍ଞପ୍ତି ଜାରି କରିଛନ୍ତି। କାର୍ଯ୍ୟକ୍ଷମ ମାନଦଣ୍ଡର ମୂଲ୍ୟାଙ୍କନ ପରେ ୪ଟି ବନ୍ଦରକୁ ‘ମେଗା ବନ୍ଦର’ ଭାବରେ ନାମିତ କରାଯାଇଛି। ଦୀନଦୟାଲ ବନ୍ଦର (କାଣ୍ଡଲା), ଜବାହରଲାଲ ନେହରୁ ବନ୍ଦର (ନବସେବା), ପାରାଦୀପ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦର।
Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା
ପାରାଦୀପ ବନ୍ଦରକୁ ‘ମେଗା ବନ୍ଦର’ ଭାବରେ ମାନ୍ୟତା ମିଳିବା ଭାରତର ପୂର୍ବ ଉପକୂଳରେ ଏକ ପ୍ରମୁଖ ସାମୁଦ୍ରିକ ପ୍ରବେଶପଥ ଭାବରେ ଏହାର ନିରନ୍ତର ଅଭିବୃଦ୍ଧି ଏବଂ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ବିବେଚନା କରାଯାଉଛି। ପାରାଦୀପ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପାରାଦୀପ ବନ୍ଦରକୁ ମେଗା ବନ୍ଦର ଘୋଷଣା ବନ୍ଦରର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଏକ ପ୍ରମୁଖ ସାମୁଦ୍ରିକ ପ୍ରବେଶପଥ ଭାବରେ ଏହାର ଭୂମିକା ଆହୁରି ସୁଦୃଢ଼ ହେବା ସହିତ ସାମୁଦ୍ରିକ ବାଣିଜ୍ୟ ଅଭିବୃଦ୍ଧିରେ ସହାୟକ ହେବ।
Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର

1 day ago
2


