ARTICLE AD BOX
ନୂଆଦିଲ୍ଲୀ: ସାର୍ବଜନୀନ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ବିଲ୍, ୨୦୨୬ ଉପରେ ଆସନ୍ତକାଲି ସଂସଦରେ ଆଲୋଚନା ହୋଇପାରେ। ବିରୋଧୀ ଦଳମାନେ ବିଲ୍ ଉପରେ ଆଲୋଚନା ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ବାଚସ୍ପତି ଓମ୍ ବିର୍ଲା ସବୁ ବିରୋଧୀ ଦଳର ନେତାମାନଙ୍କ ସହିତ ଆଲୋଚନା କରିବା ପରେ ବିରୋଧୀ ଦଳମାନେ ଆଲୋଚନାରେ ଅଂଶଗ୍ରହଣ କରିବାକୁ ରାଜି ହେଇଛନ୍ତି। ଉଭୟ ସରକାର ଓ ବିରୋଧୀ ଦଳ ଉଭୟ ଜୁଲାଇ ୨୮ ତାରିଖରେ ବିଲ୍ ଉପରେ ଆଲୋଚନା ଓ ଭୋଟ୍ ଦେବାକୁ ରାଜି ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନ ୧୨ ଟାରେ ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇପାରେ। ସୋମବାର ସାର୍ବଜନୀନ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ବିଲ୍ ସଂସଦରେ ଆଗତ କରାଯାଇଥିଲା। କେନ୍ଦ୍ର କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବିଲ୍କୁ ଗୃହରେ ଉପସ୍ଥାପନ କରିଥିଲେ।
ଆହୁରି ପଢନ୍ତୁ : Trains Cancelled ରାୟଗଡ଼ା ମଣ୍ଡଳରେ ସୁଡ଼ଙ୍ଗ ଆଧୁନିକୀକରଣ: ବୁଧବାର ଦୁଇଟି ପାସେଞ୍ଜର ଟ୍ରେନ୍ ବାତିଲ୍
କିନ୍ତୁ ବିଲ୍ ଉପରେ ଆଲୋଚନା ହୋଇପାରି ନଥିଲା। ଜନ୍ତରମନ୍ତରଠାରେ ଜୁଲାଇ ୨୦ ତାରିଖରେ କକ୍ରୋଚ ଜନତା ପାର୍ଟି ନେତୃତ୍ବାଧୀନ ଛାତ୍ର ଆନ୍ଦୋଳନ ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସୋମବାର ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖାଯାଇଥିଲା। କଂଗ୍ରେସ ଏହି ପ୍ରସଙ୍ଗରେ ଗୃହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିବୃତି ଦିଅନ୍ତୁ ବୋଲି ଦାବି କରିଛନ୍ତି। କଂଗ୍ରେସ ଓ ସମାଜବାଦୀ ପାର୍ଟିର ସାଂସଦମାନେ ବ୍ୟାନର ଧରି ଗୃହ ମଧ୍ୟଭାଗକୁ ପଶି ଆସିବା ସହିତ ସ୍ଲୋଗାନ ଦେଇଥିଲେ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ଲୋକସଭାକୁ ଚାରି ଥର ମୁଲତବୀ କରାଯାଇଥିଲା।
ଆହୁରି ପଢନ୍ତୁ : Aska fertilizer scam ଆସିକାରେ ଚାଷୀଙ୍କୁ ଏକ୍ସପାଇରି ନାନୋ ୟୁରିଆ, ଚଢ଼ାଦରରେ ଡିଏପି ବିକ୍ରି
ଏହାପୂର୍ବରୁ ବାଚସ୍ପତି ବିର୍ଲା ସରକାର ଓ ବିରୋଧୀ ଦଳମାନଙ୍କୁ ସେମାନଙ୍କ ମତଭେଦ ଦୂର କରି ସନ୍ଧ୍ୟା ୫ଟାରେ ବିତର୍କ ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ବାଚସ୍ପତି କହିଥିଲେ, ବିଲ୍ରେ ୯୧ ତମ ସଂଶୋଧନ ଆଗତ କରାଯାଇଛି ଓ ଆଲୋଚନା ପାଇଁ ୬ ଘଣ୍ଟା ଧାର୍ଯ୍ୟ କରାଯାଇଛି। ଯଦି ସଦନ ଆବଶ୍ୟକ କରେ ଅଧିକ ସମୟ ବିତର୍କ ପାଇଁ ପ୍ରଦାନ କରାଯିବ। ୨୦୨୪ ରେ ଆସିଥିବା ପ୍ରଶ୍ନପତ୍ର ଲିକ୍ ନିରୋଧୀ ବିଲ୍କୁ ଅଧିକ କଠୋର କରି ଏଥିରେ ୧୦ ବର୍ଷର ଜେଲ ଦଣ୍ଡାଦେଶ ବ୍ୟବସ୍ଥା ଓ ପରୀକ୍ଷା ସମ୍ପର୍କିତ ଅପରାଧରେ ଦଣ୍ଡାଦେଶ ବୃଦ୍ଧି କରାଯାଇଛି। ମାମଲାର ଶୀଘ୍ର ଶୁଣାଣି ପାଇଁ ଫାଷ୍ଟଟ୍ରାକ୍ କୋର୍ଟର ପ୍ରସ୍ତାବ ମଧ୍ୟରେ ଏଥିରେ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

1 hour ago
1


