Pandit Nilakantha: ଜୟଦେବ ବିହାର-ନନ୍ଦନକାନନ ରାସ୍ତା ସମ୍ପ୍ରସାରଣ: ୧୮୦ଟି ସ୍ଥାନରେ ହେବ ମାଟି ପରୀକ୍ଷା, ଆଜିଠାରୁ ୫ଟି ସ୍ଥାନରେ କାମ ଆରମ୍ଭ

1 hour ago 2
ARTICLE AD BOX

ଚନ୍ଦ୍ରଶେଖରପୁର: ବ୍ୟସ୍ତବହୁଳ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ନିର୍ମାଣ ହେବାକୁ ଥିବା ଫ୍ଲାଏଓଭର ପ୍ରକଳ୍ପ ଆଗେଇଛି। ଏଥିପାଇଁ ଗୁରୁବାରଠାରୁ ବିଧିବଦ୍ଧ ଭାବେ ମାଟି ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ରାସ୍ତାର ୫ଟି ସ୍ଥାନ, ଯଥା: କଳିଙ୍ଗ ଷ୍ଟାଡିୟମର ୭ ଓ ୮ ନମ୍ବର ଗେଟ୍ ନିକଟ, ପାଲ୍‌ ହାଇଟ୍ସ ଛକ, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କିଟ୍‌ ଛକ ନିକଟରେ ମାଟି ପରୀକ୍ଷଣ କରାଯିବ। ବିଧିବଦ୍ଧ ମୃତ୍ତିକା ପରୀକ୍ଷଣ ପୂର୍ବରୁ ଆଜି କଳିଙ୍ଗ ହସ୍ପିଟାଲ ଛକ ନିକଟରେ ପ୍ରାରମ୍ଭିକ କାମ ଆରମ୍ଭ ହୋଇଛି। ଯେଉଁଥିରେ ଠିକା ସଂସ୍ଥାର କର୍ମଚାରୀ ସାମିଲ ହୋଇ ମାଟି ଖେଳିଛନ୍ତି। ପର୍ଯ୍ୟାୟକ୍ରମେ ଏହି ରାସ୍ତାର ୧୮୦ଟି ସ୍ଥାନରେ ମୃତ୍ତିକା ପରୀକ୍ଷଣ ହେବ ବୋଲି  ଜଣାପଡ଼ିଛି।

Information Office: ପାଖେଇ ଆସୁଛି ସ୍ୱାଧୀନତା ଦିବସ: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା

ଆଜିଠାରୁ ୫ଟି ସ୍ଥାନରେ କାମ ଆରମ୍ଭ 
ଭିଡ଼ ଦୃଷ୍ଟିରୁ ଲାଗୁ ହେବ ଟ୍ରାଫିକ୍‌ କଟକଣା
୨ ବର୍ଷରେ ସରିବ ୫୭୯ କୋଟିର ପ୍ରକଳ୍ପ

ଦାୟିତ୍ବ‌ରେ ଥିବା ଅଧିକାରୀ କହିଛନ୍ତି ଯେ ଫ୍ଲାଏଓଭର ନିର୍ମାଣ ପାଇଁ ମାଟିର ମାନ ଠିକ୍‌ ରହିବା ନିତ୍ୟାନ୍ତ ଜରୁରୀ। ଯେଉଁଥିପାଇଁ ଆମେ ୧୦ରୁ ୧୫ ଫୁଟ ଗଭୀରର ଖୋଳି ମାଟିର ମାନ ପରୀକ୍ଷା କରିବୁ। ପ୍ରତି ମିଟରରେ ମାଟିର ମାନ କିଭଳି ରହୁଛି ତାହା ଅନୁଧ୍ୟାନ କରାଯିବ। ଏବେ ଉତ୍କଳ ହସ୍ପିଟାଲ ଛକ ନିକଟରୁ କାମ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଶେଷ ହେବାକୁ ୨ରୁ ୩ ମାସ ପର୍ଯ୍ୟନ୍ତ ସମୟ ଲାଗିବ। ମାଟି କେତେ ଚାପ ସହିପାରିବ ପରୀକ୍ଷା ପରେ ତାହାର ସ୍ପଷ୍ଟତା ଆସିବ ବୋଲି ଅଧିକାରୀ ଜଣକ କହିଛନ୍ତି। ମୃତ୍ତିକ ପରୀକ୍ଷଣକୁ ନଜରରେ ରଖି ଭୁବନେଶ୍ୱର ଟ୍ରାଫିକ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି। ଅଗଷ୍ଟ ୬ରୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ପ୍ରମୁଖ ଛକଗୁଡ଼ିକରେ ଏହି ପରୀକ୍ଷା କରାଯିବ। ଦେଢ଼ ମାସ ଧରି ଏହି ବ୍ୟସ୍ତବହୁଳ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ଯାତ୍ରୀମାନଙ୍କୁ ସତର୍କ କରାଯାଇଛି। ଟ୍ରାଫିକ ସମସ୍ୟା ଉପୁଜିବା ସହ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଜାଭିୟର୍‌ ଛକ ଓ ଡମଣା ଛକରେ ପ୍ରବଳ ଟ୍ରାଫିକ ସମସ୍ୟା ଉପୁଜିବାକୁ ଥିବାରୁ ଯାତ୍ରୀମାନେ ଯଥାସମ୍ଭବ ଏହି ରାସ୍ତାକୁ ଏଡ଼ାଇବାକୁ ଏବଂ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

Blunt Black Perfume: ବ୍ଲଣ୍ଟ୍‌ ବ୍ଲାକ୍‌ ପରଫ୍ୟୁମ୍‌ ଉନ୍ମୋଚିତ

ଜୟଦେବବିହାରରୁ ନନ୍ଦନକାନନ ରାସ୍ତାରେ ଭିଡ଼ କମାଇବାକୁ ଏହି ରାସ୍ତାକୁ ୮ ଲେନ୍‌ କରାଯିବ। ଏଥିପାଇଁ ୫୭୯ କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ୨ ବର୍ଷ ମଧ୍ୟରେ କାମ ସରିବ। ଯୋଜନା ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍ ନଂ-୪ରୁ ରଘୁନାଥପୁର ସେତୁ ପର୍ଯ୍ୟନ୍ତ ୯ କିମି ୫୦୦ ମିଟର ରାସ୍ତାର ରୂପ ବଦଳିବ। ୬ ଲେନ୍ ବିଶିଷ୍ଟ ଏହି ରାସ୍ତାକୁ ୮ ଲେନ୍ କରାଯିବ। ଏଥି ସହ ସର୍ଭିସ୍‌ ରୋଡ୍‌ ମଧ୍ୟ ରହିବ। ଜୟଦେବ ବିହାର ଛକ ଏନ୍‌ଏଚ୍-୧୬ ଫ୍ଲାଏଓଭର୍‌ ଉପରେ ୪ଲେନ୍ କେବଲ୍‌ ଷ୍ଟେଡ୍ ସେତୁ ନିର୍ମାଣ କରାଯିବ। କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ, କିଟ୍ ଛକ, କଳାରାହାଙ୍ଗ ଛକରେ ସ୍ୱତନ୍ତ୍ର ୪-ଲେନ୍ ବିଶିଷ୍ଟ ଫ୍ଲାଏଓଭର, ମାଇନର ବ୍ରିଜ୍, କ୍ରସ୍ ଡ୍ରେନେଜ୍, ଫ୍ଲାଏଓଭର ସହ ୮ଲେନ୍‌ ବିଶିଷ୍ଟ ରାସ୍ତା ରହିବ। ଅର୍ଥାତ୍ ଫ୍ଲାଏଓଭର୍‌ରେ ୪ ଲେନ୍‌ ଓ ତଳେ ୪ ଲେନ୍ ରାସ୍ତା ହେବ। ରାସ୍ତା ସହ ଡ୍ରେନେଜ୍ ସୁବିଧା, ୫.୫ ମିଟରର ସଭିସ୍‌ ରୋଡ୍‌, ୭.୫ ମିଟର୍‌ର ସ୍ଲିପ୍‌ ରୋଡ୍, ଛକଗୁଡ଼ିକର ଉନ୍ନତୀକରଣ, ରାସ୍ତା ସୌନ୍ଦର୍ଯ୍ୟୀକରଣ, ରୋଡ୍ ମାର୍କିଂ, ସଡ଼କ ସୁରକ୍ଷା, ପାର୍କିଂ-ବେ, ବ୍ରିଜ୍ ଆଲୋକୀକରଣ ସହ ରାସ୍ତାରେ ପର୍ଯ୍ୟାପ୍ତ ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.