ARTICLE AD BOX
ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଜଣେ ମହିଳାଙ୍କ ଦ୍ୱାରା ‘ହନି-ଟ୍ରାପ୍’ର ଶିକାର ହୋଇ ପାକିସ୍ତାନୀ ଗୁପ୍ତଚର ଏଜେଣ୍ଟଙ୍କୁ ପ୍ରତିରକ୍ଷା ସମ୍ବନ୍ଧୀୟ ସଂବେଦନଶୀଳ ତଥ୍ୟ ଏବଂ ଗୋପନୀୟ ଦସ୍ତାବିଜ ପ୍ରଘଟ କରିବା ଅଭିଯୋଗରେ ଜଣେ ୪୪ ବର୍ଷୀୟ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ଗିରଫ କରାଯାଇଛି। ୱିଙ୍ଗ୍ କମାଣ୍ଡର ପାହ୍ୟାର ଏହି ଅଧିକାରୀଙ୍କୁ ଗତ ମେ ମାସ ୩୦ ତାରିଖରେ ଗିରଫ କରାଯାଇଥିବା ବେଳେ ପ୍ରାୟ ୫୦ ଦିନ ପରେ ପୁଲିସ ଆଜି ଏହି ସୂଚନା ସ୍ପଷ୍ଟ କରିଛି। ୪୪ ବର୍ଷୀୟ ଉକ୍ତ ବାୟୁସେନା ଅଧିକାରୀ ଏବେ ତିହାର ଜେଲ୍ରେ ଅଛନ୍ତି। ଅଧିକାରୀଙ୍କ ନାମ ପ୍ରକାଶ କରାଯାଇନାହିଁ। ବ୍ୟାପକ ତଦନ୍ତ ପରେ ଜୁଲାଇ ୩୦ ତାରିଖରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି ବୋଲି ପୁଲିସ କହିଛି। ବାୟୁସେନାର ଜଣେ ପ୍ରବକ୍ତା କହିଛନ୍ତି, ଉକ୍ତ ଅଧିକାରୀଙ୍କ ଉପରେ ସକ୍ରିୟ ଭାବେ ନଜର ରଖାଯାଉଥିଲା ଏବଂ ପରେ ତାଙ୍କୁ ଉପଯୁକ୍ତ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ଏହି ବାୟୁସେନା ଅଧିକାରୀଙ୍କ ବିରୋଧରେ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟର ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି। କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ମିଳିତ ଭାବେ ତାଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା।
ଜୁନ୍ ମାସରେ ଅଦାଲତ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ।
Education: ନଗଡ଼ାର ଶିକ୍ଷାଦୂତ ସବିତା-ଅନାମ ଜୁଆଙ୍ଗ ଦମ୍ପତି
ଜଣେ ଅଧିକାରୀ କହିଛନ୍ତି, ୱିଙ୍ଗ କମାଣ୍ଡର ନିଜ ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟାର ସମ୍ମୁଖୀନ ହେଉଥିବା ସମୟରେ ଚଳିତ ବର୍ଷ ଆରମ୍ଭରେ ସୋସିଆଲ୍ ମିଡିଆ ମାଧ୍ୟମରେ ଜଣେ ପାକିସ୍ତାନୀ ମହିଳାଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଦୁହେଁ ପରସ୍ପରକୁ ମେସେଜ୍ ପଠାଇବା ସହ ଏକ ସୁରକ୍ଷିତ ଯୋଗାଯୋଗ ଆପ୍ ମାଧ୍ୟମରେ ଫୋନ୍ରେ କଥାବାର୍ତ୍ତା କରୁଥିଲେ। ଅଧିକାରୀଙ୍କ ବିଶ୍ୱାସ ଜିତିବା ପରେ ମହିଳାଜଣଙ୍କ ତାଙ୍କୁ ପ୍ରତାରଣା କରି ଫଟୋ ଓ ଭିଡିଓ ମାଧ୍ୟମରେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ସମ୍ପର୍କିତ ଗୋପନୀୟ ଦସ୍ତାବିଜ ଓ ସମ୍ବେଦନଶୀଳ ସୂଚନା ହାତେଇଥିଲେ। ଏଥିସହ ସେ ଅଧିକାରୀଙ୍କୁ ତାଙ୍କର ଜଣେ ସହକର୍ମୀଙ୍କ ମୋବାଇଲ୍ ଫୋନ୍ରେ ଏକ ଆପ୍ ଇନ୍ଷ୍ଟଲ୍ କରିବାକୁ ମଧ୍ୟ କହିଥିଲେ।
Education: କେଇସିରେ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମ୍

1 hour ago
1


