Pakistan: ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣରେ ୧୨ ସୈନିକଙ୍କ ସମେତ ୧୫ ନିହତ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଉତ୍ତରପଶ୍ଚିମ ପାକିସ୍ତାନରେ ଆଜି ଆତ୍ମଘାତୀବିସ୍ଫୋରଣରେ ୧୨ ସୈନିକଙ୍କ ସମେତ ୧୫ ଜଣ ନିହତ ହୋଇଛନ୍ତି। ଏକ ସିକ୍ୟୁରିଟି ଚେକ୍‌ପୋଷ୍ଟ୍‌ ଉପରକୁ ଏକ ବିସ୍ଫୋରକ ବୋଝେଇ ଗାଡ଼ି ମାଡ଼ିଯିବା ଫଳରେ ସୈନିକ, ପୁଲିସ ଓ ସରକାରୀ କର୍ମଚାରୀ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାର ପାଲଟା ଆକ୍ରମଣପରେ ୧୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆଫଗାନିସ୍ତାନ ସୀମା ସଂଲଗ୍ନ ଖୈବର ପଖତୁନଖ୍ବା ପ୍ରଦେଶର ଟଙ୍କ୍‌ ଜିଲ୍ଲାରେ ଏହି ଘଟଣା ଘଟିଛି।

ଆହୁରି ପଢନ୍ତୁ:Cabinet: ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆସିବ କଠୋର ଆଇନ: ୧୦ ବର୍ଷ ଜେଲ୍‌, ୧୦ କୋଟି ଜରିମାନା

ପାକିସ୍ତାନ ସେନା ଏକ ବିବୃତି ଜାରି କରି କହିଛି ଯେ ୧୨ ସୈନିକ, ୨ ପୁଲିସ ଓ ଜଣେ ସରକାରୀ ଅଧିକାରୀଙ୍କ ସମେତ ମୋଟ୍‌ ୧୫ ଜଣ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଆକ୍ରମଣକାରୀ ଏକ ବିସ୍ଫୋରକ ବୋଝେଇ ଗାଡ଼ି ଏକ ପୁଲିସ ଚେକ୍‌ପୋଷ୍ଟ୍‌ ଉପରକୁ ମଡ଼ାଇ ଦେବାପରେ ପ୍ରଚଣ୍ଡ ବି‌ସ୍ଫୋରଣ ହୋଇଥିଲା। କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନଥିଲେ ମଧ୍ୟ ତେହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଏହି ଆକ୍ରମଣ ପାଇଁ ଦାୟୀ ବୋଲି ବିଶ୍ବାସ କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.