Pakistan School: ପାକିସ୍ତାନରେ ଘରୋଇ ସ୍କୁଲ ଛାତ ଭୁଶୁଡ଼ି ୩୪ ମୃତ: ସ୍କୁଲ ମାଲିକ ଗିରଫ

3 hours ago 1
ARTICLE AD BOX

ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ରାଜଧାନୀ ପେଶାୱରରେ ଗୁରୁବାର ଏକ ଘରୋଇ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ୩୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୪୦ ରୁ ଅଧିକ ପିଲା ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଆହୁରି ପିଲା ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

ପେଶାୱର କ୍ୟାପିଟାଲ ସିଟି ପୁଲିସ ମୁଖ୍ୟ ମିଆଁ ସଇଦ କହିଛନ୍ତି ଯେ, ସହରର ଆଭ୍ୟନ୍ତରୀଣ ଅଞ୍ଚଳର ଦିର୍ କଲୋନୀରେ ଏହି ଘଟଣା ଘଟିଛି। ଦୁଇ ମହଲା ବିଶିଷ୍ଟ ସ୍କୁଲର ସବୁଠୁ ଉପର ମହଲାରେ ୩୦ ଛାତ୍ରଛାତ୍ରୀ ପଢ଼ୁଥିଲେ, ପ୍ରଥମ ମହଲାରେ ୪୦ ଓ ସବୁଠୁ ତଳ ମହଲାରେ ୪୫ ପିଲା ଥିଲେ। ଏହି ଘଟଣାରେ ସ୍କୁଲର ମାଲିକଙ୍କୁ ଗିରଫ କରାଯାଇଛି।

ସ୍କୁଲ ମାଲିକ ଗିରଫ

ପେଶାୱରର ଲେଡି ରିଡିଂ ହସ୍ପିଟାଲରେ ୩୨ ଜଣ ପିଲା ଓ ଜଣେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ନାସିରୁଲ୍ଲା ଖାନ ବାବର ମେମୋରିଆଲ ହସ୍ପିଟାଲରେ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ରଛାତ୍ରୀଙ୍କ ବୟସ ୧୩ କିମ୍ବା ତା’ଠାରୁ କମ୍‌ ହେବ। ଆହତ ଶିଶୁଙ୍କୁ ଚିକିତ୍ସା କରିବାକୁ ହସ୍ପିଟାଲରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି। ପେଶାୱରର ଡେପୁଟି କମିସନର ଆଫାକ ୱାଜିର କୋଠା ଭୁଶୁଡ଼ିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଜାତିଗତ ପରିଚୟ ଆଧାରରେ ସଂରକ୍ଷଣ ସୁବିଧା ଦାବି କରିପାରିବେ ନାହିଁ

ଉଦ୍ଧାରକାରୀ ଦଳଗୁଡ଼ିକ ଭଗ୍ନାବଶେଷ ସଫା କରିବା ସହିତ ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଫସି ରହିଥିବା ପିଲା ଓ ସ୍କୁଲ କର୍ମଚାରୀଙ୍କୁ ଖୋଜୁଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଜୀବନହାନିକୁ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ଆହତମାନଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟପାଳ ଫୈସଲ କରିମ କୁଣ୍ଡି ମଧ୍ୟ ଛାତ ଭୁଶୁଡ଼ିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.