ARTICLE AD BOX
ଇସଲାମାବାଦ:ପାକିସ୍ତାନ କହିଛି ଯେ, ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ବିରୋଧରେ ଯୁଦ୍ଧରେ ସାଉଦି ଆରବକୁ ରକ୍ଷା କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିବ। ଫଳରେ ଏହା ସ୍ପଷ୍ଟ ହୋଇଛି ଯେ, ବଢୁଥିବା ସାଉଦି-ହୁତି ସଂଘର୍ଷରେ ପାକିସ୍ତାନ ସିଧାସଳଖ ସାମିଲ ହୋଇପାରେ। ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ମହମ୍ମଦ ଆସିଫ କହିଛନ୍ତି, ସାଉଦି ଆରବ ଏବଂ ତୁର୍କୀ ମଧ୍ୟରେ ହୋଇଥିବା ଏକ ନୂତନ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିନାମା ଅନୁଯାୟୀ ପାକିସ୍ତାନର ସାମରିକ କ୍ଷମତା ସାଉଦି ଆରବ ପାର୍ଇ ଉପଲବ୍ଧ ହେବ। ତେବେ ସେ ଏହା କହି ନାହାନ୍ତି ଯେ, ପାକିସ୍ତାନ ବାୟୁ ଆକ୍ରମଣରେ ଅଂଶଗ୍ରହଣ କରିଛି କି ନାହିଁ।ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପଚରାଯାଇଥିଲା ଯେ, ତାଙ୍କ ଦେଶ ୟେମେନରେ ବିମାନ ଆକ୍ରମଣରେ ସାମିଲ ଥିଲା କି? ଏହା ଉତ୍ତରରେ ସେ କହିଥବଲେ,ମୁଁ ବିସ୍ତୃତ ଭାବରେ କିଛି କହିବି ନାହିଁ। କିନ୍ତୁ ଆମେ ସାଉଦି ଆରବକୁ ରକ୍ଷା କରିବା ପାଇଁ ଚୁକ୍ତି ଦ୍ୱାରା ଆବଦ୍ଧ। ଏହାର ଅର୍ଥ ହେଉଛି ଯେ, ଆମର ଯାହା ସମ୍ବଳ ଅଛି ତାହା ସାଉଦି ଆରବ ପାଇଁ ମଧ୍ୟ ଉପଲବ୍ଧ ହେବ।
କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ
ପାକିସ୍ତାନ, ତୁର୍କୀ ଏବଂ ସାଉଦି ଆରବର ସାମରିକ ମୁଖ୍ୟମାନେ ରିୟାଦରେ ହୁତି ଆକ୍ରମଣର ଜବାବ ଦେବା ପାଇଁ ଆଲୋଚନା କରିବାର କିଛି ଦିନ ପରେ ଆସିଫଙ୍କ ମନ୍ତବ୍ୟ ଆସିଛି। ହୁତି ବିଦ୍ରୋହୀଙ୍କ ବିରୋଧରେ ଲଢ଼ିବାରେ ସାଉଦି ଆରବ ପାକିସ୍ତାନର ସହାୟତା ଲୋଡ଼ିଛି କି ନାହିଁ ତାହା ଆସିଫ କହି ନାହାନ୍ତି।ୟେମେନର ହୁତି ବିଦ୍ରୋହୀମାନେ ସାଉଦି ଆରବ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରୁଛନ୍ତି। ୟେମେନର ଲୋହିତ ସାଗର ଉପକୂଳରେ ମଧ୍ୟ ସେମାନେ ନିଜର ନିୟନ୍ତ୍ରଣ ବିସ୍ତାର କରିଛନ୍ତି। ସମ୍ପ୍ରତି ହୁତିମାନେ ମୋଖା ବନ୍ଦର ସହର ଏବଂ ଲୋହିତ ସାଗରର ଅନେକ ଦ୍ୱୀପପୁଞ୍ଜକୁ କବଜା କରି ବାବ୍ ଅଲ୍-ମାଣ୍ଡେବ ପ୍ରଣାଳୀକୁ ଅବରୋଧ କରିଛନ୍ତି।
Fake Medicine: ନକଲି ଔଷଧ ବିକ୍ରି: ଦୁଇ ଭାରତୀୟ ନାଗରିକଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ
ଆସିଫ୍ ହୁତିମାନଙ୍କୁ ଆକ୍ରମଣକାରୀ ଭାବରେ ବର୍ଣ୍ଣନା କରି କହିଛନ୍ତି, ସାଉଦି ଆରବର ଯେକୌଣସି ଶତ୍ରୁ ପାକିସ୍ତାନର ମଧ୍ୟ ଶତ୍ରୁ। ଏହା ସ୍ପଷ୍ଟ ହେବା ଉଚିତ୍। ପାକିସ୍ତାନ, ସାଉଦି ଆରବ ଏବଂ ତୁର୍କୀ ଅଗଷ୍ଟ ୭ ତାରିଖରେ ମକ୍କା ପ୍ରତିରକ୍ଷା ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତିନାମାକୁ ଇସଲାମିକ୍ ନାଟୋ ବୋଲି କୁହାଯାଉଛି। ଏହି ଚୁକ୍ତିନାମାରେ କୁହାଯାଇଛି ଯେ, ଯେକୌଣସି ସଦସ୍ୟ ଦେଶ ଉପରେ ଆକ୍ରମଣକୁ ତିନି ସଦସ୍ୟଙ୍କ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ।

2 days ago
2


