Pakistan Airstrike: ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶରେ ଏୟାର ଷ୍ଟାଇକ୍ କଲା ପାକିସ୍ତାନ: ୨୨ ମୃତ

45 minutes ago 1
ARTICLE AD BOX

କାବୁଲ:ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ପୁଣି ଥରେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶରେ ପାକିସ୍ତାନର ଏୟାର ଷ୍ଟାଇକରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ଆବାସିକ ଘରଗୁଡ଼ିକୁ ଟାର୍ଗେଟ କରାଯାଇଛି। ପ୍ରଭାବିତ ହୋଇଥିବା ଲୋକମାନଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। ଦୁଇ ଦେଶ ମଧ୍ୟରେ କ୍ରମାଗତ ଭାବରେ ଅବନତିଶୀଳ ହେଉଥିବା ସମ୍ପର୍କ ମଧ୍ୟରେ ଏହି ଘଟଣା ଘଟିଛି। ପାକିସ୍ତାନ ଏହି ସୂଚନାକୁ ନିଶ୍ଚିତ କରିଛି। ତେବେ ପାକିସ୍ତାନ ସରକାର ସମସ୍ତ ମୃତକଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି।ହେଲମଣ୍ଡ ପ୍ରଦେଶର ସୂଚନା ଏବଂ ସଂସ୍କୃତି ବିଭାଗର ମୁଖ୍ୟ ମୌଲାନା ଶେର ମହମ୍ମଦ ୱାହଦତ ନ୍ୟୁଜ ଏଜେନ୍ସି ରଏଟର୍ସକୁ କହିଛନ୍ତି ଯେ, ପାକିସ୍ତାନୀ ସାମରିକ ଶାସକ ଦ୍ୱାରା ହେଲମଣ୍ଡର ଗାର୍ମସିର ଜିଲ୍ଲାରେ ଦୁଇଟି ଆବାସିକ ଘରକୁ ଟାର୍ଗେଟ କରାଯାଇଛି। ହେଲମଣ୍ଡ ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ପାକିସ୍ତାନ-ଆଫଗାନିସ୍ତାନ ସମ୍ପର୍କରେ ଉତ୍ତେଜନା ପୂର୍ବରୁ ଚରମ ସୀମାରେ ପହଞ୍ଚିଛି।

ଅନେକ ସ୍ଥାନରେ ବିମାନ ଆକ୍ରମଣ

ରଏଟର୍ସର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେପ୍ଟେମ୍ବର ଶେଷ ସପ୍ତାହରେ ଆଫଗାନିସ୍ତାନର ଅନେକ ସ୍ଥାନରେ ବିମାନ ଆକ୍ରମଣ କରିଥିଲା। ଇସଲାମାବାଦ କହିଛି ଯେ, ଏହାର ଆକ୍ରମଣ ସେହି ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା ​​ଯେଉଁଠାରୁ ପାକିସ୍ତାନକୁ ଟାର୍ଗେଟ କରି ଡ୍ରୋନ୍ ଉଡ଼ାଣ କରାଯାଉଥିଲା। ସେଠାରେ ଡ୍ରୋନ୍‌ଗୁଡ଼ିକୁ ଲୁଚାଇ ରଖାଯାଇଥିବା ପାକିସ୍ତାନ ଅଭିଯୋଗ କରିଛି। ଆଫଗାନିସ୍ତାନ ତାଲିବାନ ଏହି ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଛି।

US Military: ଆମେରିକୀୟ ସେନାରେ ଜେନେରାଲ ଏବଂ ଆଡମିରାଲଙ୍କ ସଂଖ୍ୟା ୨୦ ପ୍ରତିଶତ ହ୍ରାସ କରାଯିବ: ବିସ୍ତାର ହେବ ରୋବୋଟିକ୍ କ୍ଷମତା

ରିପୋର୍ଟ ଅନୁଯାୟୀ ଦୁଇ ଦେଶ ଦୀର୍ଘ ଦିନ ଧରି ଦୁଇଦେଶ ୨,୬୦୦ କିଲୋମିଟର ସୀମାରେ ସୁରକ୍ଷା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ବିବାଦରେ ଫସି ରହିଛନ୍ତି। ପାକିସ୍ତାନ ଆଫଗାନିସ୍ତାନ ଉପରେ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଭଳି ଗୋଷ୍ଠୀକୁ ଆଶ୍ରୟ ଦେଉଥିବା ଅଭିଯୋଗ କରୁଛି। ମାତ୍ର ଏହାକୁ କାବୁଲ ଅସ୍ୱୀକାର କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.