Painless tattoo: ଯନ୍ତ୍ରଣାରହିତ ଟାଟୁ

1 week ago 4
ARTICLE AD BOX

ଦେହରେ ଟାଟୁ କରିବା ବା ଚିତା କୁଟାଇବାର ସବୁଠାରୁ ଅସୁଖକର ଦିଗ ହେଉଛି ଏଥିପାଇଁ ଦେହରେ ଛୁଞ୍ଚି ଫୋଡ଼ିବାର କଷ୍ଟ ସହିବାକୁ ପଡ଼ିଥାଏ। ପ୍ରଚଳିତ ଟାଟୁ ପ୍ରକ୍ରିୟା ଅନୁସାରେ ଟାଟୁ ଆର୍ଟିଷ୍ଟଙ୍କୁ ଚର୍ମର ବାହ୍ୟ ସ୍ତରରେ ଏକ ଛୁଞ୍ଚିଖଚିତ ଯନ୍ତ୍ର ଚଳାଇବାକୁ ପଡ଼ିଥାଏ। ଏହା ଦ୍ବାରା ଚର୍ମରେ ସୂକ୍ଷ୍ମ କଣା ହୋଇ ସେଥିରେ ସ୍ଥାୟୀ ଭାବେ ରଙ୍ଗକୁ ଭର୍ତ୍ତି କରିଦିଆଯାଏ। ଏହି ପ୍ରକ୍ରିୟାରେ ଯନ୍ତ୍ରଣା ହେବା ଓ ରକ୍ତ ବାହାରିବା ସୁନିଶ୍ଚିତ। ତେବେ ଏକ ବ୍ରିଟିସ୍‌ ଷ୍ଟାର୍ଟଅପ୍‌ ଦାବି କରିଛି ଯେ ଏଣିକି ଯନ୍ତ୍ରଣା ବିନା ଚିତା କୁଟାଇବା ସମ୍ଭବ। ଏହି ଷ୍ଟାର୍ଟଅପ୍‌ର ନାମ ‘ସାଇଫର୍‌ ଏକ୍‌ସ’।

Education: ଘୁ.ଉଦୟଗିରିରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର; କାମଚଳାରେ ଚାଲିଛି ଶିକ୍ଷା ବିଭାଗ

ଏହାର ପ୍ରତିଷ୍ଠାତା ତଥା ସିଇଓ ଫର୍ଡିନାଣ୍ଡ୍‌ କୋଲ୍‌ ରକ୍ତ ଓ ଛୁଞ୍ଚି ଦେଖି ଭୟ କରୁଥିବାରୁ ଶହ ଶହ ବର୍ଷ ପୁରୁଣା ଚିତାକୁଟା ପ୍ରକ୍ରିୟାକୁ ବଦଳାଇବା ଲାଗି ଅଣ୍ଟା ଭିଡ଼ିଥିଲେ। ସେ ‘ମାଇକ୍ରୋନିଡ୍‌ଲିଂ’ ପ୍ରଯୁକ୍ତି ବ୍ୟବହାର କରି କଷ୍ଟରହିତ ଚିତାକୁଟା ଛାଞ୍ଚ ଓ ଯନ୍ତ୍ର ବାହାର କରିଛନ୍ତି। ପୂର୍ବପ୍ରସ୍ତୁତ ପ୍ୟାଚ୍‌ ବା ଛାଞ୍ଚକୁ ଚର୍ମ ଉପରେ ରଖି ତା’ ଉପରେ ଏକ ‘ଆପ୍ଲିକେଟର୍‌’ ଯନ୍ତ୍ର ଚଳାଯାଇଥାଏ। ପ୍ୟାଚ୍‌ଟିକୁ ୧୫ ମିନିଟ୍‌ ରଖିବା ପରେ ସ୍ଥାୟୀ ଟାଟୁ ଆଙ୍କି ହୋଇଯାଏ। ଏହି ପ୍ରକ୍ରିୟାର ଅସୁବିଧାଜନକ ଦିଗ ହେଉଛି, ଏଥିରେ କେବଳ ଏକ ଛୋଟ ଆକାରର ଟାଟୁ କରିବା ସମ୍ଭବ ଏବଂ କଳା ରଙ୍ଗର ସୀମିତ ଡିଜାଇନ୍‌ ଉପଲବ୍‌ଧ।

Tur dal: ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍‌ ଉନ୍ମୋଚନ କଲେ ଭାରତୀୟ ବିଜ୍ଞାନୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.