OUTR Foundation Day: ଆଜି ଓୟୁଟିଆର୍‌ ପ୍ରତିଷ୍ଠା ଦିବସ: ଲୋକାର୍ପିତ ହେବ ଡିଜାଇନ୍‌ ଓ କମ୍ପ୍ୟୁଟେସନାଲ୍‌ ସ୍କିଲିଂ ଉତ୍କର୍ଷ କେନ୍ଦ୍ର

1 hour ago 1
ARTICLE AD BOX

ଭୁବନେଶ୍ବର: ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ୍‌ ରିସର୍ଚ୍ଚ (ଓୟୁଟିଆର୍‌)ର ଅତ୍ୟାଧୁନିକ ଓ ବିକଶିତ କ୍ୟାମ୍ପସ ଏବେ ଜ୍ଞାନ, ଉଦ୍ଭାବନା ଓ ସୃଜନଶୀଳତାର କ୍ଷେତ୍ରରେ ପରିଣତ ହୋଇଛି। ଏଠାରେ ସ୍ଥାପିତ ଇନ୍‌କ୍ୟୁବେସନ୍‌ ସେଣ୍ଟର ଓ ବିଭିନ୍ନ ଉତ୍କର୍ଷ କେନ୍ଦ୍ର ଗବେଷଣା ଓ ଭବିଷ୍ୟତମୁଖୀ ଚିନ୍ତନର ପ୍ରତୀକ ପାଲଟିଛି। ଏଥି ସହ ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ୫ମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତାକାଲି ଗୁରୁବାର ଏଠାରେ ଡିଜାଇନ୍‌ ଓ କମ୍ପ୍ୟୁଟେସନାଲ୍‌ ସ୍କିଲିଂ ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସ ଉଦ୍‌ଘାଟିତ ହେବ। ଏଥି ସହ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ହୋଇଥିବା ହ୍ବାଟ୍ସଆପ୍‌ ଚାଟ୍‌ବଟ୍‌ (ଆମ ସାଥୀ) ଓ ଓଆର୍‌ଟିପିଏସ୍‌ଏ-୨୦୧୨ର ମଧ୍ୟ ଶୁଭାରମ୍ଭ କରାଯିବ। ହ୍ବାଟ୍ସଆପ୍‌ ଚାଟ୍‌ବଟ୍‌ ଦ୍ବାରା ପିଲାମାନେ ଘରେ ଥାଇ ସମସ୍ତ ସାର୍ଟିଫିକେଟ୍‌ ପାଇପାରିବେ। ସେହିପରି ପ୍ରତିଷ୍ଠା ଦିବସ ପୂର୍ବରୁ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ଆନ୍ଥେମ୍‌ ଓ କଫିଟେବଲ୍‌ ପୁସ୍ତକ ଲୋକାର୍ପଣ କରାଯିବ ବୋଲି କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ କହିଛନ୍ତି।

Wildlife Week: ‘ବନ୍ୟଜନ୍ତୁମାନଙ୍କର ମୂଲ୍ୟ ବୁଝିବାର ଆବଶ୍ୟକତା ରହିଛି’

ବିଶ୍ବବିଦ୍ୟାଳୟର ରହିବ ସ୍ବତନ୍ତ୍ର ଆନ୍ଥେମ୍‌, କଫିଟେବଲ୍‌ ପୁସ୍ତକ
ଆସିବ ହ୍ବାଟ୍ସଆପ୍‌, ଚାଟ୍‌ବଟ୍‌ ‘ଆମ ସାଥୀ’

Drinking water: ପାନୀୟ ଜଳ ପାଇଁ ୮ ପଞ୍ଚାୟତର ଲୋକେ ହନ୍ତସନ୍ତ

ଟିଏମ୍‌-ଏଆଇ, ଫିଲିପ୍ସ ଡିଜିଟାଲ୍‌ ମାନୁଫାକ୍‌ଚରିଂ, ଏନ୍‌ଏନ୍‌ଏସ୍‌ୱାଇଏସ୍‌-ସିଡିସିଇ, ନିଟକଲ୍‌-ରୋବୋଟିକ୍ସ ଆଣ୍ଡ୍‌ ଏଆଇ ପରି ବହୁବିଧ ଗବେଷଣାକୁ ଆଗକୁ ବଢ଼ାଇବା ଓ ଶିଳ୍ପ-ଶିକ୍ଷା କ୍ଷେତ୍ର ସମନ୍ୱୟକୁ ପ୍ରୋତ୍ସାହିତ କରିବାକୁ ଏହି ବିଶ୍ୱବିଦ୍ୟାଳୟ ପ୍ରତିବଦ୍ଧତା ଦର୍ଶାଇଛି। ତେଣୁ ଅନେକ ନୂତନ ଉତ୍କର୍ଷ କେନ୍ଦ୍ର ଏବଂ ଇନ୍‌କ୍ୟୁବେସନ୍‌ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରାଯାଉଛି। ଓୟୁଟିଆର୍‌ ଆଇଡିସି, ଏଏନ୍‌ଆର୍‌ଏଫ୍‌-ପିଏଆଇଆର୍‌, ସାଥ୍‌ ଭଳି ପ୍ରକଳ୍ପ କରି ଜାତୀୟ ଗବେଷଣା ମାନଚିତ୍ରରେ ନିଜର ଛାପ ସୃଷ୍ଟି କରିଛି। ମେରିଟ୍‌, ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟା, ଏରୋସ୍ପେସ୍, କ୍ରାୟୋଜେନିକ୍ସ, ୫ଜି/୬ଜି, ବୈଦ୍ୟୁତିକ ଯାନବାହନ ଓ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ‘ଓୟୁଟିଆର୍‌ ଫାଇନ୍‌’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରୁଛି। ଏହାଦ୍ବାରା ୭ଟି ଷ୍ଟାର୍ଟ-ଅପ୍ ଆକର୍ଷିତ ହୋଇଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜାତୀୟ ଶିକ୍ଷା ନୀତି(ଏନ୍‌ଇପି) ୨୦୨୦ର ଉଦ୍ଦେଶ୍ୟ ପୂରଣ କରିବାକୁ ଯାଇ ଶିଳ୍ପ ବିଶେଷଜ୍ଞ, ଶିକ୍ଷାଗତ ଅଂଶୀଦାର ଓ ନୀତି ବିଶ୍ଳେଷକଙ୍କ ପରାମର୍ଶରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବିଶ୍ୱବିଦ୍ୟାଳୟ ଜାତୀୟ ଓ ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକ ସହିତ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ୱାକ୍ଷର ହୋଇଛି। ଡ୍ରୋନ୍‌ ଟେକ୍ନୋଲୋଜି ଆପଣାଇ ବିଶ୍ବବିଦ୍ୟାଳୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.