ARTICLE AD BOX
ଭୁବନେଶ୍ୱର: ବାତ୍ୟା ଯୋଗୁଁ ରାଜ୍ୟ ସିଲେକ୍ସନ୍ ବୋର୍ଡର (ଓଏସ୍ଏସ୍ବି)ର କନିଷ୍ଠ ସହାୟକ ଓ କନିଷ୍ଠ କିରାଣୀ ପରୀକ୍ଷା ସମୟକୁ ଘୁଞ୍ଚାଯାଇଥିଲା। ଆଜି (ବୁଧବାର) ଠାରୁ ସିବିଟି ପରୀକ୍ଷା (Computer Based Test - CBT) ଆରମ୍ଭ ହୋଇଯାଇଛି।
OSSC office is closed: ଓଏସ୍ଏସ୍ସି କାର୍ଯ୍ୟାଳୟ ଘେରିଲେ ଆଶାୟୀ
ବୋର୍ଡ ପକ୍ଷରୁ ଜାରି ସୂଚନାନୁସାରେ, ନଭେମ୍ବର ୨୫, ୨୭, ଡିସେମ୍ବର ୧, ୨, ୩ ଓ ୪ ତାରିଖରେ ସିବିଟି ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୩ ଟି ସିଫ୍ଟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସମୁଦାୟ ୭୯ ଟି ସେଣ୍ଟରରେ ୧,୧୬,୨୬୬ ଜଣ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି।
Staff Selection Commission: ଷ୍ଟାଫ ସିଲେକ୍ସନ୍ କମିସନ ନିଯୁକ୍ତି ବିଜ୍ଞପ୍ତିକୁ ବିରୋଧ: ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ
ସୂଚନାଯୋଗ୍ୟ ଯେ, ବିଭିନ୍ନ ସରକାରୀ ଅନୁଷ୍ଠାନ, ବିଶ୍ୱ ବିଦ୍ୟାଳୟ, ସରକାରୀ ଓ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ୮୮୩ଟି ଜୁନିୟର ଆସିଷ୍ଟାଣ୍ଟ (କନିଷ୍ଠ ସହାୟକ) ଓ ଜୁନିୟର କ୍ଲର୍କ (କନିଷ୍ଠ କିରାଣୀ) ପଦବିରେ ନିଯୁକ୍ତି ପାଇଁ ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ପକ୍ଷରୁ ସିବିଟି ପରୀକ୍ଷା ଅନୁଷ୍ଠିତ ହେଉଛି।

55 minutes ago
1


