ARTICLE AD BOX
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ନକ୍ସଲ ଦମନ ଅଭିଯାନରେ ଓଡ଼ିଶାର ପଡ଼ୋଶୀ ଛତିଶଗଡ଼ ସୁକମା ଜିଲ୍ଲାର ସୁରକ୍ଷା ବଳକୁ ଆଉ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଲନାର ଥାନା ଅଞ୍ଚଳର ଗୁଣ୍ଡରାଜଗୁଡ଼େମ ଓ ରାସାପଲ୍ଲୀ ଜଙ୍ଗଲରେ ମିଳିଥିବା ନକ୍ସଲଙ୍କ ଗୁପ୍ତ ଡମ୍ପରୁ ୮ଟି ଦେଶୀ ବନ୍ଧୁକ, ୨୨୯ଟି ଜୀବନ୍ତ ଗୁଳି,ଟିଫିନ୍ ଆଇଇଡି,ହ୍ୟାଣ୍ଡ ଗ୍ରେନେଡ୍ ସହ ବିପୁଳ ପରିମାଣର ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
Maoist Dump Seized ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଡମ୍ପ ଠାବ, ୨ ଲଞ୍ଚର ଓ ୩୬ଟି ଗୁଳି ଜବତ
ଆତ୍ମସମର୍ପଣ କରିଥିବା ନକ୍ସଲଙ୍କଠାରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଜିଲ୍ଲା ପୁଲିସ, ଡିଆରଜି ଓ ବସ୍ତର ଫାଇଟର୍ସଙ୍କ ମିଳିତ ଟିମ୍ ଜଙ୍ଗଲରେ ସର୍ଚ୍ଚିଂ ଓ ଏରିଆ ଡୋମିନେସନ୍ ଅଭିଯାନ ଚଳାଇଥିଲେ। ଅଭିଯାନ ସମୟରେ ୨ଟି ସିଙ୍ଗଲ୍ ସଟ୍ ରାଇଫଲ୍ ଓ ୬ଟି ଭରମାର ବନ୍ଧୁକ ସହ ଏକ ଟିଫିନ୍ ଆଇଇଡି, ୩ଟି ହ୍ୟାଣ୍ଡ ଗ୍ରେନେଡ୍, ୪ଟି ଦେଶୀ ତୀର ବୋମା ଓ ୧୦ଟି ଇଲେକ୍ଟ୍ରିକ୍ ଡେଟୋନେଟର ଜବତ ହୋଇଛି। ଏଥିସହ ଗନ୍ ପାଉଡର୍, କୋଡେକ୍ସ ଓ ଇଲେକ୍ଟ୍ରିକ୍ ତାର, ବିଭିନ୍ନ ମ୍ୟାଗାଜିନ୍, ବିଜିଏଲ୍ ସେଲ୍ ଓ କାର୍ତ୍ତୁଜ ମଧ୍ୟ ମିଳିଛି। ଜବତ ସାମଗ୍ରୀ ମଧ୍ୟରେ ୱାୟାରଲେସ୍ ସେଟ୍, ବ୍ୟାଟେରୀ,ରିମୋଟ୍ ରିସିଭର୍,ନକ୍ସଲ ପୋଷାକ,ବ୍ୟାଗ୍, ଔଷଧ ଓ ନକ୍ସଲ ସାହିତ୍ୟ ରହିଛି। ପୁଲିସ ପକ୍ଷରୁ କୁହାଯାଇଛି, ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଡମ୍ପ ଠାବ ପାଇଁ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ। ଜବତ ସାମଗ୍ରୀକୁ ସୁରକ୍ଷିତ ରଖି ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଥିବା ପୁଲିସ କହିଛି।

27 minutes ago
1


