ARTICLE AD BOX
ସାନ୍ହୁଆନ୍: ପୁଏର୍ତୋ ରିକୋର ସୁନ୍ଦରୀ ଜେନିଫର୍ ବାରେଟୋ ଜିତିଛନ୍ତି ମିସ୍ ୟୁନିଭର୍ସ-୨୦୨୬ ମୁକୁଟ। ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାର ୭୫ତମ ସଂସ୍କରଣରେ ୧୧୬ଟି ଦେଶ ଓ ଅଞ୍ଚଳର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି। ପୁଏର୍ତୋ ରିକୋର ସାନ୍ହୁଆନ୍ସ୍ଥିତ ଜୋସେ ମିଗୁଏଲ୍ ଆଗ୍ରେଲଟ୍ କଲିଜିୟମ୍ରେ ଏହି ଭବ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଗତବର୍ଷର ବିଜୟିନୀ ମେକ୍ସିକୋର ଫାତିମା ବୋସ୍ ନୂଆ ବିଜୟିନୀଙ୍କୁ ମୁକୁଟ ପିନ୍ଧାଇଥିଲେ।
୭୫ତମ ବାର୍ଷିକୀରେ ସ୍ୱତନ୍ତ୍ର ମୁକୁଟ
ଏହି ବିଜୟ ସହ ପୁଏର୍ତୋ ରିକୋ ଷଷ୍ଠ ଥର ପାଇଁ ମିସ୍ ୟୁନିଭର୍ସ ମୁକୁଟ ହାସଲ କରିଛି। ଏହା ପୂର୍ବରୁ ୧୯୭୦ରେ ମାରିସୋଲ୍ ମାଲାରେଟ୍, ୧୯୮୫ରେ ଡେବୋରା କାର୍ଥି-ଡିଉ, ୧୯୯୩ରେ ଦୟାନାରା ଟୋରେସ୍, ୨୦୦୧ରେ ଡେନିସ୍ କିନୋନେସ୍ ଏବଂ ୨୦୦୬ରେ ଜୁଲେଇକା ରିଭେରା ଏହି ସମ୍ମାନଜନକ ମୁକୁଟ ଜିତିଥିଲେ। ଚଳିତ ବର୍ଷର ପ୍ରତିଯୋଗିତାରେ ୭୫ତମ ବାର୍ଷିକୀ ଉପଲକ୍ଷେ ଏକ ସ୍ୱତନ୍ତ୍ର ମୁକୁଟ ଉନ୍ମୋଚନ କରାଯାଇଥିଲା। ‘ଦି ରେଡିଏନ୍ସ ଅଫ୍ ଆନ୍ ଏଟରନାଲ୍ ଲେଗାସି’ ନାମକ ଏହି ମୁକୁଟରେ ୩,୧୫୦ଟି ହୀରା ଖଚିତ ହୋଇଛି। ୧୮ କ୍ୟାରେଟ୍ର ଧଳା ସୁନାରେ ତିଆରି ଏହି ମୁକୁଟକୁ ଅଳଙ୍କାର ଶିଳ୍ପୀ ଜର୍ଜ ୱିଟେଲ୍ସ ଏବଂ ପ୍ୟାରିସ୍ର ଅଳଙ୍କାର ସଂସ୍ଥା ମେସନ୍ ଡି’ଅର୍ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।
/filters:format(webp)/sambad/media/media_files/2026/11/25/miss-univers-mother-2026-11-25-18-58-24.jpg)
JEE Main 2027: ଆବେଦନ କଲେଣି ୧୫.୬୯ ଲକ୍ଷ ଛାତ୍ରଛାତ୍ରୀ; ବାକି ରହିଛି ୧.୭୭ ଲକ୍ଷ ଫି’
ଚଳିତ ପ୍ରତିଯୋଗିତାରେ ଭାରତ ପକ୍ଷରୁ ୧୯ ବର୍ଷୀୟା କାଜିଆ ଲିଜ୍ ମେଜୋ ଅଂଶଗ୍ରହଣ କରିଥିଲେ। ସେ ଶ୍ରେଷ୍ଠ ୩୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ମଧ୍ୟ ସ୍ୱିମ୍ସୁଟ୍ ପର୍ଯ୍ୟାୟ ପରେ ଶ୍ରେଷ୍ଠ ୧୨ ଜଣଙ୍କ ମଧ୍ୟକୁ ଉନ୍ନୀତ ହୋଇପାରି ନଥିଲେ। କେରଳର ପ୍ରଥମ ମହିଳା ଭାବେ ମିସ୍ ୟୁନିଭର୍ସ ଇଣ୍ଡିଆ ମୁକୁଟ ଜିତିଥିବା ମେଜୋ ଜଣେ ମଡେଲ୍ ଓ ଆଇନ ଛାତ୍ରୀ। ଏହି ପ୍ରତିଯୋଗିତାରେ ଭାରତ ଏଯାଏଁ ତିନିଥର ମିସ୍ ୟୁନିଭର୍ସ ମୁକୁଟ ଜିତିଛି। ୧୯୯୪ରେ ସୁସ୍ମିତା ସେନ୍, ୨୦୦୦ରେ ଲାରା ଦତ୍ତ ଏବଂ ୨୦୨୧ରେ ହରନାଜ୍ ସାନ୍ଧୁ ଏହି ସଫଳତା ପାଇଥିଲେ। ଏଥରର ପ୍ରତିଯୋଗିତାରେ ଭିସା ସମସ୍ୟା, ପ୍ରତିଯୋଗିତାର ଆୟୋଜନ ଅଧିକାରକୁ ନେଇ ବିବାଦ ଏବଂ କିଛି ପ୍ରତିଯୋଗୀଙ୍କ ପ୍ରତ୍ୟାହାର ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା। ଇସ୍ରାଏଲର ଜାତୀୟ ପୋଷାକ ପ୍ରଦର୍ଶନକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା।

43 minutes ago
1


